20.1 C
Bhubaneswar
Saturday, December 6, 2025
Homeଓଡିଶାନୂଆପଡ଼ାରେ ବିଜେପି ପକ୍ଷରୁ କ୍ରୀଡାବିତ ସମାବେଶ

ନୂଆପଡ଼ାରେ ବିଜେପି ପକ୍ଷରୁ କ୍ରୀଡାବିତ ସମାବେଶ

ନୂଆପଡା / ଭୁବନେଶ୍ୱର: ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ବିଜେପି ପକ୍ଷରୁ ନିର୍ବାଚନୀ ପ୍ରଚାର ଜୋର ଧରିଛି । ସମାଜ ର ସବୁ ବର୍ଗ ର ଭୋଟର୍ସ ଙ୍କୁ ନିଜ ସପକ୍ଷରେ ଆକୃଷ୍ଟ କରିବା ପାଇଁ ବିଜେପି ନେତା ମନ୍ତ୍ରୀ ସାଂସଦ ବିଧାୟକ ଦଳୀୟ ପଦାଧିକାରୀ ଅଣ୍ଟା ଭିଡିଛନ୍ତି ।ଆଜି ଏହି ମର୍ମରେ ବିଜେପି ପକ୍ଷରୁ ଅଞ୍ଚଳ ର କ୍ରୀଡାବିତ୍ ମାନଙ୍କୁ ନେଇ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାର ଙ୍କ କ୍ରୀଡା, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଉପସ୍ଥିତ ରହି କ୍ରୀଡାବିତ୍ ମାନଙ୍କୁ ସମ୍ବୋଧିତ କରିଥିଲେ । ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ପକ୍ଷରୁ କ୍ରୀଡା ଓ କ୍ରୀଡାବିତ୍ ଙ୍କ ବିକାଶ ପାଇଁ ଯାହା ଯାହା ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କ ରେ ଅବଗତ କରାଇଥିଲେ । ଏହା ସହିତ ଉଭୟ ସରକାରଙ୍କ ଦ୍ଵାରା ନିଆ ଯାଇଥିବା ବିଭିନ୍ନ ଲୋକାଭିମୁଖୀ ଓ ଜନକଲ୍ୟାଣକରୀ ଯୋଜନା ସମ୍ପର୍କ ରେ ବୁଝାଇଥିଲେ । ବିଜେପି ହିଁ ଦେଶ ର ରାଜ୍ୟ ର ସର୍ବାଙ୍ଗୀନ ବିକାଶ କରିବ ବୋଲି ଲୋକଙ୍କୁ ବିଶ୍ଵାସ କରେଇଥିଲେ । ଏଣୁ ନୂଆପଡ଼ା କୁ ଏକ ସମୃଦ୍ଧ ଜିଲ୍ଲା ଭାବରେ ପରିଗଣିତ କରେଇବା ପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ବିଜୟୀ କରାଇ ବିଧାନସଭା କୁ ପଠେଇବା ପାଇଁ ଅନୁରୋଧ କରିଥିଲେ । ଏହି ସମାବେଶ ରେ ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକ ଟଙ୍କଧର ତ୍ରିପାଠୀ ,ପ୍ରତାପ ପ୍ରଧାନ ,ମାନସ କୁମାର ଦତ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking