31.1 C
Bhubaneswar
Friday, March 27, 2026
Homeଓଡିଶାଯାଜପୁରରେ ବିଜେପି ପକ୍ଷରୁ ହର ଘର ତିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

ଯାଜପୁରରେ ବିଜେପି ପକ୍ଷରୁ ହର ଘର ତିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

ଯାଜପୁର: ଯାଜପୁର ପୌରପାଳିକାରେ ନଗର ବିଜେପି ପକ୍ଷରୁ ହର ଘର ତିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେପି ନଗର ସଭାପତି ତପନ କୁମାର ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ତ୍ରିରଙ୍ଗା ଶୋଭାଯାତ୍ରା ଯାଜପୁର ରାମ ମନ୍ଦିର ନିକଟ ରୁ ବାହାରି ସହର ପରିକ୍ରମା କରିବା ପରେ ଗାନ୍ଧୀ ଛକ ରେ ପହଞ୍ଚି ଗାନ୍ଧୀ ଏବଂ ଓଡିଆ ବରପୁତ୍ର ମାନଙ୍କ ପ୍ରତିମୂର୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ତ୍ରିରଙ୍ଗା ଯାତ୍ରା ମଧ୍ୟମରେ ବୀର ସେନାଙ୍କ ବିରତ୍ଵ ସମ୍ପର୍କ ରେ ଦେଶବାସୀଙ୍କୁ ଅବଗତ କରାଯାଇଥିଲା । ଏହି ଶୋଭାଯାତ୍ରାରେ ରାଜ୍ୟ ଯୁବମୋର୍ଚା ଉପସଭାପତି ସଂଗ୍ରାମ କେଶରୀ ପାତ୍ର, ରାଜ୍ୟ ମହିଳା ମୋର୍ଚାର ଉପ ସଭାନେତ୍ରୀ ମନୀଷା ବେହେରା, ବିଜେପିର ଜିଲା ଉପସଭାପତି ମୃତ୍ୟୁଞ୍ଜୟ ମିଶ୍ର ପ୍ରମୁଖ ଯୋଗ ଦେଇ ଶୋଭାଯାତ୍ରା ମାଧ୍ୟମରେ କାଶ୍ମୀର ପହଲଗାମ ଆକ୍ରମଣର ପ୍ରତିଶୋଧ ଓ ଅପରେସନ ସିନ୍ଦୂର ଜରିଆରେ ଆତଙ୍କୀଙ୍କ ଉପରେ ଭାରତର ବିଜୟ ଓ ତିନି ସେନାର ବୀରତ୍ବ ସମ୍ପର୍କରେ ଲୋକଙ୍କୁ ଅବଗତ କରିଥିଲେ । ଦେଶବାସୀ ଙ୍କ ମନରେ ଦେଶପ୍ରେମ ଭାବ ଜାଗ୍ରତ କରିବା ଲକ୍ଷ୍ୟରେ ସାରା ଦେଶରେ ହର ଘର ତିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମ ରେ ସହର ର ବହୁ ବୁଦ୍ଧିଜୀବୀ , ବରିଷ୍ଠ ନାଗରିକ, ଆଇନଜୀବୀଙ୍କ ସମେତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବିଜେପି କର୍ମୀ ମାନେ ହାତରେ ତିରଙ୍ଗା ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking