28.1 C
Bhubaneswar
Wednesday, March 4, 2026
Homeଓଡିଶାନୂଆପଡ଼ାରେ ଆଦିବାସୀ ଜନଜାତି ଓ ଦଳିତ ସମାଜକୁ ନେଇ ବିଜେପିର ବିଶାଲ ସମାବେଶ

ନୂଆପଡ଼ାରେ ଆଦିବାସୀ ଜନଜାତି ଓ ଦଳିତ ସମାଜକୁ ନେଇ ବିଜେପିର ବିଶାଲ ସମାବେଶ

ନୂଆପଡ଼ା: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପ୍ରଚାର ରେ ବିଜେପି ନେତା ମନ୍ତ୍ରୀ ସାଂସଦ ବିଧାୟକ ଦଳୀୟ ପଦାଧିକାରୀ ଙ୍କ ଭିଡ ଜମିବାରେ ଲାଗିଛି । ନିର୍ବାଚନୀ ପ୍ରଚାର ରେ ସମସ୍ତ ଅଞ୍ଚଳ କୁ ପହଞ୍ଚିବା ସହିତ ସମାଜ ର ସମସ୍ତ ବର୍ଗ ର ଲୋକଙ୍କ ପାଖରେ ପହଞ୍ଚିବାକୁ ଲାଗି ପଡ଼ିଛି ବିଜେପି । ଆଜି ନୂଆପଡ଼ା ନିର୍ବାଚନ ମଣ୍ଡଳୀର କୋମନା ବ୍ଲକ ମୁନିଗୁଡା ଖେଳପଡିଆରେ ଆଦିବାସୀ, କିଶାନ, ମିର୍ଦ୍ଧା, ମାଟିଆ ଓ କୋଡା ସମାଜଙ୍କ ଦ୍ୱାରା ଆୟୋଜିତ ସମାବେଶରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶା ସରକାରଙ୍କ ଅନେକ ମନ୍ତ୍ରୀ ଯୋଗ ଦେଇଥିଲେ । ଉପସ୍ଥିତ ମନ୍ତ୍ରୀ ଗଣ ନିଜ ନିଜର ନିର୍ବାଚନୀ ଅଭିଭାଷଣ ରେ ମୋଦୀ ଓ ମୋହନ ସରକାର ଙ୍କ ଡବଲ ଇଞ୍ଜିନ ସରକାର ରେ ହେଉଥିବା ଡବଲ ଗତି ର ବିକାଶ ହେଉଛି ବୋଲି କହିଥିଲେ । ଡବଲ୍ ଇଞ୍ଜିନ୍ ସରକାର ଯେପରି ଓଡ଼ିଶାର ସମଗ୍ର ଉନ୍ନୟନ ଓ ଆଦିବାସୀ ଅଞ୍ଚଳର ବିକାଶ କୁ ଗୁରୁତ୍ଵ ଦେଇ ପରିବର୍ତ୍ତନ ଆଣୁଛନ୍ତି, ତାହାର ପ୍ରଭାବ ଜନମାନସରେ ସ୍ପଷ୍ଟ ଭାବେ ଦେଖାଯାଉଛି ବୋଲି କହିଥିଲେ । ଏହି ସମାବେଶ ରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ,ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ,ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ,ଶ୍ରୀ ମୁକେଶ ମହାଲିଙ୍ଗ,ଶ୍ରୀ ରବି ନାୟକ,ଗଣେଶ ରାମ ସିଂ ଖୁଣ୍ଟିଆ ,ସାଂସଦ ଶ୍ରୀମତୀ ସଙ୍ଗିତା କୁମାରୀ ସିଂଦେଓ, ଶ୍ରୀ ପ୍ରଦୀପ ପୁରୋହିତ,ଶ୍ରୀ ବଳଭଦ୍ର ମଝି ,ଶ୍ରୀ ରବିନ୍ଦ୍ର ନାରାୟଣ ବେହେରା, ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ, ମିର୍ଦ୍ଧା ସମାଜର ଜିଲ୍ଲା ସଭାପତି ଶ୍ରୀ କୃଷ୍ଣଚନ୍ଦ୍ର ମାଝୀ ଙ୍କ ସହିତ ସମାଜର ନେତୃମଣ୍ଡଳୀ, ସ୍ଥାନୀୟ ଜନପ୍ରତିନିଧି ଓ ଆଦିବାସୀ ଭାଇ-ଭଉଣୀମାନଙ୍କ ଉପସ୍ଥିତ ଥିଲେ । ସମସ୍ତେ ନିଜ ନିଜ ବକ୍ତବ୍ୟ ରେ ବିଜେପି ର ଦୁର୍ନିତି ଭ୍ରଷ୍ଟାଚାର ମୁକ୍ତ ସୁଶାସନ ଓ ବିକାଶ କୁ ଆଧାର କରି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking