ଭୁବନେଶ୍ୱର: ଜୟ ଢୋଲକିଆ ବିଜେପିରେ ମିଶିଲା ପରେ ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା ବଡ ବୟାନ ଦେଇଛନ୍ତି । କହିଛନ୍ତି, ନୂଆପଡାବାସୀ ସବୁ କିଛି ଦେଖୁଛନ୍ତି । ଠିକ ସମୟରେ ନୂଆପଡାବାସୀ ଜବାବ ଦେବେ । ପ୍ରାର୍ଥୀ ନମିଳିବାରୁ ବିଜେପି ଘୋଡା ବେପାର କରିଛି । ଜୟଙ୍କ ପ୍ରଭାବ ନୂଆପଡାରେ ରହିବ ନାହିଁ । ସୂଚନାଥାଉକି, ଆଜି ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ମିଶିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ପଦ୍ମ ଧରି ବିଜେପିରେ ସାମିଲ ହୋଇଛନ୍ତି ଜୟ ଢୋଲକିଆ ।









