ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ବର୍ଷିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କହିଲେ, ଯେଉଁମାନେ କ୍ରସ ଭୋଟିଂ କରିଛନ୍ତି ସେମାନଙ୍କ କ୍ରିମିନାଲ ରେକର୍ଡ ଅଛି । ସେମାନଙ୍କ ବାପା ଜେଲ ଯାଇଛନ୍ତି । ବିଜେପି ଘୋଡା ବେପାର କରିଛି । ବିଜେଡିରୁ ୭ବିଧାୟକ, କଂଗ୍ରେସରୁ ୩ ବିଧାୟକ କ୍ରସ ଭୋଟିଂ କରିଥିବା ଜଣାପଡିଛି । ନିର୍ବାଚନ ପୂର୍ବରୁ ଯାହା ଆକଳନ କରାଯାଉଥିଲା, କ୍ରସ ଭୋଟିଂକୁ ନେଇ ତାହା ଏବେ ହେଇଛି । ଏବେ ଜଣାପଡୁଛି ରାଜ୍ୟସଭା ନିର୍ବାଚନର ଚତୁର୍ଥ ସିଟ କିଏ ହାତେଇବ । ଓଡିଶାର ସ୍ୱର କିଏ ହେବ । କିଛି ସମୟ ପରେ ଭୋଟ ଫଳାଫଳ ଦେଖିବାକୁ ବାକି ରହିଲା ।










