23.1 C
Bhubaneswar
Thursday, January 30, 2025
Homeଓଡିଶାନିବେଶକାରୀଙ୍କ ବିଶ୍ୱାସଭାଜନ ହୋଇପାରି ନଥିଲା ବିଜେଡି ସରକାର: ବିରଂଚି ନାରାୟଣ ତ୍ରିପାଠୀ

ନିବେଶକାରୀଙ୍କ ବିଶ୍ୱାସଭାଜନ ହୋଇପାରି ନଥିଲା ବିଜେଡି ସରକାର: ବିରଂଚି ନାରାୟଣ ତ୍ରିପାଠୀ

 ପୁଞ୍ଜି ନିବେଶକାରୀଙ୍କ ବିଶ୍ୱାସଭାଜନ ହୋଇପାରି ନଥିଲା ବିଜେଡି ସରକାର

 ନିବେଶକାରୀଙ୍କୁ ଦେଇଥିବା ନିଜ ପ୍ରତିଶୃତି ରକ୍ଷା କରିବାରେ ସଂପୂର୍ଣ୍ଣ ବିଫଳ ହୋଇଥିଲା ବିଜେଡି ସରକାର
 ଡବଲ ଇଂଜିନ ସରକାରରେ ବିକାଶର ବେଗ ଦେଖି ଆଚମ୍ବିତ ହୋଇପଡିଛନ୍ତି ବିଜେଡିର ନେତୃବୃନ୍ଦ
 ଓଡିଶାକୁ ବିକଶିତ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ପ୍ରଧାନମନ୍ତ୍ରୀ ନିଜେ ଦାୟୀତ୍ୱ ନେଇଛନ୍ତି
ଭୁବନେଶ୍ୱର, : ଦୀର୍ଘ ୨୪ ବର୍ଷର ବିଜେଡି ଶାସନରେ ଓଡିଶାର ଅଧୋଗତି ଘଟିଥିଲା । ଓଡିଶାର ବିକାଶ ସ୍ଥାଣୁ ପାଲଟିଥିଲା । “ବହୁ ଆଡମ୍ବରେ ଲଘୁକ୍ରିୟା” ସଦୃଶ ବିଜେଡି ଶାସନରେ ‘ବିକାଶ’ କେବଳ କାଗଜ କଲମରେ ସୀମିତ ଥିଲା । ‘ମେକ ଇନ ଓଡିଶା ସମ୍ମିଳନୀ’ ଜରିଆରେ ବିପୁଳ ମାତ୍ରାରେ ଟଙ୍କା ଖର୍ଚ୍ଚ କରାଯାଇଥିଲା ସତ, କିନ୍ତୁ ଶିଳ୍ପ ପ୍ରତିଷ୍ଠା ପାଇଁ ପୁଞ୍ଜି ନିବେଶକାରୀଙ୍କ ବିଶ୍ୱାସଭାଜନ ହୋଇପାରି ନଥିଲା ବିଜେଡି ସରକାର । ନିବେଶକାରୀଙ୍କୁ ଦେଇଥିବା ନିଜ ପ୍ରତିଶୃତି ରକ୍ଷା କରିବାରେ ସଂପୂର୍ଣ୍ଣ ବିଫଳ ହୋଇଥିଲା ବିଜେଡି ସରକାର । ଏପରିକି ଅପରା ସମ୍ଭାବନା ଥିବା ସତ୍ୱେ ଓଡିଶା ରାଜ୍ୟକୁ ଶିଳ୍ପ ଶୂନ୍ୟ କରିବାର ବିରାଟ ଷଡଯନ୍ତ୍ର ରଚାଯାଇଥିଲା ବୋଲି ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।
ଅନ୍ୟ ପଟେ ବାରମ୍ବାର ପ୍ରତାରିତ କରିଆସୁଥିବା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ବିଜେଡି ସରକାରକୁ ରାଜ୍ୟବାସୀ ପ୍ରତ୍ୟାଖାନ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ବିଜେପି ପ୍ରତି ଆସ୍ଥା ପ୍ରକଟ କରି ଶାସନ କ୍ଷମତା ପ୍ରଦାନ କରିଛନ୍ତି । ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଲୋକଙ୍କ ଭିତରେ ଅନେକ ଆଶା ଓ ଭରସା ସଂଚାର ହୋଇଛି । ମାତ୍ର ୭ ମାସ ଭିତରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୫ମ ଗସ୍ତ ଏବଂ ରାଜ୍ୟରେ ଡବଲ ଇଂଜିନ ସରକାରରେ ବିକାଶର ବେଗ ଦେଖି ଆଚମ୍ବିତ ହୋଇପଡିଛନ୍ତି ବିଜେଡିର ନେତୃବୃନ୍ଦ । ୨୪ ବର୍ଷର ଅପାରଗତାକୁ ମନେ ପକାଇ ବିଚଳିତ ହୋଇପଡିଥିବା ବିଜେଡି ନେତାମାନେ ପ୍ରଳାପ କରୁଛନ୍ତି । ୨୦୩୬ ସୁଦ୍ଧା ଓଡିଶାକୁ ବିକଶିତ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ନିଜେ ଦାୟୀତ୍ୱ ନେଇଛନ୍ତି ବୋଲି କହିବା ସହିତ “ଗ୍ୟାରେଂଟିର ଗ୍ୟାରେଂଟି ହେଉଛି ମୋଦି ଗ୍ୟାରେଂଟି” ବୋଲି ଶ୍ରୀ ତ୍ରିପାଠୀ ବିରୋଧୀମାନଙ୍କୁ ମନେ ପକାଇ ଦେଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking