29.1 C
Bhubaneswar
Sunday, September 8, 2024
Homeଓଡିଶାପରାଜିତା ନେତା ଅଶୋକ ପଣ୍ଡାଙ୍କ ପ୍ରକଳ୍ପ ଉଦ୍‌ଘାଟନ ଜନ ବିରୋଧୀ ଓ ସମ୍ବିଧାନର ବିରୁଦ୍ଧାଚରଣ: ଦିଲୀପ...

ପରାଜିତା ନେତା ଅଶୋକ ପଣ୍ଡାଙ୍କ ପ୍ରକଳ୍ପ ଉଦ୍‌ଘାଟନ ଜନ ବିରୋଧୀ ଓ ସମ୍ବିଧାନର ବିରୁଦ୍ଧାଚରଣ: ଦିଲୀପ ମଲ୍ଲିକ

 ସାଧାରଣ ନିର୍ବାଚନରେ ପରାଜିତ ହେବା ପରେ ବି କ୍ଷମତା ଅହଂକାରରେ ବୁଡ଼ି ରହିଛି ବିଜେଡି

 ସରକାରୀ ପ୍ରକଳ୍ପ ଉଦ୍‌ଘାଟନ ସମୟରେ ଯେଉଁ ବ୍ୟାନର ଲଗାଯାଇଛି, ତାହା ବିଜେଡିର ଦଳୀୟ କାର୍ଯ୍ୟକ୍ରମ ଭଳି ଲାଗୁଛି
 ବିଜେଡି ନେତା ଅହଂକାର ଛାଡ଼ି ଲୋକଙ୍କ ମତକୁ ସମ୍ମାନ ଦିଅନ୍ତୁ

ଭୁବନେଶ୍ୱର,: ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ଭାରତୀୟ ଜନତା ପାର୍ଟି ଆଜି ସରକାର ଗଠନ କରିଛି । ବିଜେଡି ହାରିଯାଇଥିଲେ ମଧ୍ୟ ଏହାକୁ ସହଜରେ ଗ୍ରହଣ କରିପାରୁନାହିଁ । ଲୋକେ ବିଜେଡିକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ମଧ୍ୟ ସେ କ୍ଷମତାରେ ରହିଛି ବୋଲି ମନେ ମନେ ଭାବୁଛି । ଏହାର ଉଦାହରଣ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି । ଏହି ନିର୍ବାଚନ ମଣ୍ଡଳୀର ଲକ୍ଷ୍ମୀସାଗରଠାରେ ଏକ ସ୍ମଶାନ ପ୍ରକଳ୍ପର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ୨୧ ତାରିଖରେ ଥିଲା । ଏଥିପାଇଁ ସରକାରଙ୍କ ତରଫରୁ ୬୦ ଲକ୍ଷ ଟଙ୍କା ବ୍ୟୟ ହୋଇଛି । ଏହି ପ୍ରକଳ୍ପକୁ ନଗଦ ନିର୍ବାଚନରେ ପରାଜିତ ହୋଇଥିବା ବିଜେଡି ନେତା ଶ୍ରୀ ଅଶୋକ ପଣ୍ଡା ଉଦ୍‌ଘାଟନ କରିଛନ୍ତି । ଏପରିକି ଫଳକରେ ମୁଖ୍ୟ ଅତିଥିଭାବେ ତାଙ୍କ ନାମ ମଧ୍ୟ ରହିଛି । ଏହା ଜନ ବିରୋଧୀ ଓ ସମ୍ବିଧାନର ବିରୁଦ୍ଧାଚରଣ କରୁଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟପାତ୍ର ଶ୍ରୀ ଦିଲୀପ ମଲ୍ଲିକ କହିଛନ୍ତି ।
ଶ୍ରୀ ମଲ୍ଲିକ କହିଛନ୍ତି ଯେ, ବିଜୁ ଜନତା ଦଳ ଏବେ ବି କ୍ଷମତା ଲୋଭରେ ରହିଛି । ସାଧାରଣ ନିର୍ବାଚନରେ ପରାଜିତ ହେବା ପରେ ବି କ୍ଷମତା ଅହଂକାରରେ ବୁଡ଼ି ରହିଛି । ଜଣେ ପରାଜିତ ନେତାଙ୍କ ଦ୍ୱାରା ପ୍ରକଳ୍ପ ଉଦ୍‌ଘାଟନ କରାଯିବା ସମ୍ବିଧାନର ବିରୁଦ୍ଧାଚରଣ କରୁଛି । ଯେଉଁମାନେ ଶ୍ରୀ ପଣ୍ଡାଙ୍କୁ ପ୍ରକଳ୍ପ ଉଦ୍‌ଘାଟନ ପାଇଁ ଡାକିଥିଲେ ସେମାନଙ୍କୁ କିପରି ଲଜ୍ଜ୍ୟା ଲାଗିଲା ନାହିଁ । ସେହିପରି ଶ୍ରୀ ପଣ୍ଡା ନିର୍ବାଚନରେ ହାରିବା ସତ୍ୱେ ଏକ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ନବୀନ ପଟ୍ଟନାୟକ ଓ ତାଙ୍କ ନେତାମାନେ ଅଂହକାରରେ ବୁଡ଼ି ରହିଛନ୍ତି । ୨୪ ବର୍ଷ ସରକାରରେ ଥିବା ବିଜେଡିର ନେତା ଶ୍ରୀ ପଣ୍ଡାଙ୍କୁ ସରକାରୀ ନିୟମ ନିଶ୍ଚୟ ଜଣାଥିବ । ପ୍ରକଳ୍ପର ଯେତେବେଳେ ଉଦ୍‌ଘାଟନ ହୁଏ ବା ଶିଳାନ୍ୟାସ ହୁଏ ତା’ର ସ୍ୱତନ୍ତ୍ର ବିଧିବିଧାନ ରହିଛି । ଏହାକୁ ଜଣେ ନିର୍ବାଚିତ ପ୍ରତିନିଧି ଉଦ୍‌ଘାଟନ କରିବା କଥା । ମାତ୍ର ପଣ୍ଡା କୌଣସି ନିର୍ବାଚିତ ପ୍ରତିନିଧି ନ ହୋଇ ପ୍ରକଳ୍ପ ଉଦ୍‌ଘାଟନ କରି ସମସ୍ତ ନୀତିନିୟମକୁ ଉଲ୍ଲଂଘନ କରିଛନ୍ତି । ଉକ୍ତ ପ୍ରକଳ୍ପକୁ ଯେଉଁଭଳି ଭାବେ ଉଦ୍‌ଘାଟନ କରାଯାଇଛି, ତାହା ବିଜୁ ଜନତା ଦଳର କାର୍ଯ୍ୟକ୍ରମ ଭଳି ଲାଗୁଛି । ସରକାରୀ ପ୍ରକଳ୍ପ ଉଦ୍‌ଘାଟନ ସମୟରେ ଯେଉଁ ବ୍ୟାନର ଲଗାଯାଇଛି ତାହା ବିଜୁ ଜନତା ଦଳର ଦଳୀୟ କାର୍ଯ୍ୟକ୍ରମ ଭଳି ଲାଗୁଛି । ବ୍ୟାନରରେ ନବୀନ ବାବୁଙ୍କ ଫଟୋ ରହିବା ଆଉ ଏକ ହାସ୍ୟାସ୍ପଦ ଘଟଣା । ଏଭିଳି ଅସାମ୍ବିଧାନିକ କାର୍ଯ୍ୟକ୍ରମକୁ ଲୋକେ ବିରୋଧ କରିବା ଆରମ୍ଭ କଲେଣି । ତେଣୁ ବିଜେଡି ନେତା ଅହଂକାର ଛାଡ଼ି ଲୋକଙ୍କ ମତକୁ ସମ୍ମାନ ଦିଅନ୍ତୁ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଭୁବନେଶ୍ୱର ମଧ୍ୟର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ, ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking