ଭୁବନେଶ୍ୱର: ସାର ଚୋରି ପ୍ରସଙ୍ଗରେ ବର୍ଷିଲେ ପିସିସି ସଭାପତି ଭକ୍ତ ଦାସ । ବିଜେପି, ବିଜେଡି ଉପରେ ବର୍ଷିଲେ ଭକ୍ତ ଦାସ । ସାର ଚାଷୀଙ୍କ ପାଖକୁ ନଯାଇ କୁଆଡେ ଗଲା? ଏହାର ହିସାବ ଦେବେ କି ସରକାର ପ୍ରଶ୍ନ ପଚାରିଛନ୍ତି ଭକ୍ତ ଦାସ । କଳାବଜାରୀ ବିରୋଧରେ କେତେ କାଯ୍ୟାନୁଷ୍ଠାନ ହୋଇଛି କୁହନ୍ତୁ । ବିଜେଡିକୁ ପଲିଟିକାଲ ସ୍ପେସ ଦେବାପାଇଁ ଉସୁକାଉଛନ୍ତି ବିଜେପି । ସାର ଚୋରିରେ ବିଜେପି ସହ ବିଜେଡି ମଧ୍ୟ ସାମିଲ ହୋଇଛନ୍ତି । ଯଦି ଅସତ୍ୟ, ବିଧାନସଭାରେ ସରକାରଙ୍କୁ ଘେରିବ କି ବିଜେଡି । ବିଜେଡି ସବୁ କ୍ଷେତ୍ରରେ ବିଜେପିକୁ ସମର୍ଥନ କରୁଛି ।










