18.1 C
Bhubaneswar
Sunday, February 8, 2026
Homeଓଡିଶାବିଧାନସଭାରେ ବିଜେପି-ବିଜେଡି ମୁହାଁମୁହିଁ

ବିଧାନସଭାରେ ବିଜେପି-ବିଜେଡି ମୁହାଁମୁହିଁ

ଭୁବନେଶ୍ବର: ବିଧାନସଭାରେ ମୁହାଁମୁହିଁ ହେଲେ ବର୍ତ୍ତମାନର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଓ ଆଉ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ। ନିଜର ନିର୍ବାଚନମଣ୍ଡଳୀରେ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ବରିଷ୍ଠ ନେତା।ତେବେ ଆଜି ବିଧାନସଭା ପ୍ରଶ୍ନକାଳର ଚତୁର୍ଥ ଦିନରେ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ କହିଥିଲେ ସୋନପୁରରେ DHHର ନିର୍ମାଣ ଶୈଳୀ ଦେଶର ଦ୍ଵିତୀୟ ସ୍ଥାନରେ ରହିଛି, କିନ୍ତୁ ଡାକ୍ତର ନାହାନ୍ତି। ମନ୍ତ୍ରୀ ତାଙ୍କ ଏରିଆକୁ ଭଲ ଡାକ୍ତର ବଦଳି କରି ନେଇଯାଉଛନ୍ତି। ଯେଉଁ କାରଣରୁ ଅନେକ ରୋଗୀ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି । ଏହାର ଜବାବରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ, ବିଜେଡି ସରକାର ୨୪ ବର୍ଷ ଧରି କ୍ଷମତାରେ ଥିବାବେଳେ ବିଜେପି ଏବେ ଉତ୍ତରାଧିକାରୀ ସୂତ୍ରରେ ସବୁ ସମସ୍ୟା ପାଇଛି। ବର୍ତ୍ତମାନ ସୁଦ୍ଧା ୫ ହଜାର ୧୯୫ ମେଡିକାଲ୍ ଅଫିସର ଓ ପାରା ମେଡିକାଲ ଷ୍ଟାଫ ନିଯୁକ୍ତ ହୋଇଛନ୍ତି । କିନ୍ତୁ ସ୍ପେସିଆଲିଷ୍ଟ ଡାକ୍ତର ଅଭାବ ରହିଛି, ଆଗାମୀ ଦିନରେ ପଦବୀ ପୂରଣ କରାଯିବ ବୋଲି କହିବା ସହିତ ବିଜେଡି ବିଧାୟକଙ୍କୁ ଜବାବ ଦେଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking