36.1 C
Bhubaneswar
Tuesday, March 3, 2026
Homeଓଡିଶାବିଜେପିର ପ୍ରାର୍ଥୀ ଘୋଷଣା: ସୁଜିତ କୁମାର, ମନମୋହନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ବିଜେପିର ପ୍ରାର୍ଥୀ ଘୋଷଣା: ସୁଜିତ କୁମାର, ମନମୋହନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ବିଜେପିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା । ମନମୋହନ ସାମଲ, ସୁଜିତ କୁମାର ବିଜେପି ପ୍ରାର୍ଥୀ । ବିଜେପି କେନ୍ଦ୍ରୀୟ କମିଟି ପକ୍ଷରୁ ନାଁ ଘୋଷଣା କରାଯାଇଛି । କିନ୍ତୁ ୪ର୍ଥ ସିଟ କାହା ପାଇଁ ତାହା ଉପରେ ରାଜ୍ୟ ବାସୀଙ୍କ ନଜର ରହିଛି । ତେବେ ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ଏକ୍ସ ହ୍ୟାଣ୍ଡେଲରେ  ଟ୍ୱିଟ  କରି ଉଭୟଙ୍କୁ ଶୁଭେଚ୍ଛା ଜଣାଇ ପୋଷ୍ଟ କରିଛନ୍ତି ଯେ, ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ ସମିତି ପକ୍ଷରୁ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ଆମ ଦଳର ଯୋଗ୍ୟ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରାଯାଇଛି। ଓଡ଼ିଶାରୁ ଭାରତୀୟ ଜନତା ପାର୍ଟିର ରାଜ୍ୟସଭା ପ୍ରାର୍ଥୀ ଭାବେ ମାନନୀୟ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ଦଳର ବରିଷ୍ଠ ନେତା ଶ୍ରୀ ସୁଜିତ କୁମାର ଙ୍କ ନାମ ଘୋଷଣା ହୋଇଥିବାରୁ ସେମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭକାମନା। ଆପଣଙ୍କର ସଫଳତା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking