ଭୁବନେଶ୍ୱର: ବିଧାନସଭାରେ ବିଜେଡି ଓ ବିଜେପି ଗୋଟେ । ସାର ପାଇଁ କଂଗ୍ରେସର ମୁଲତବି ଆଲୋଚନା ଗ୍ରହଣ ହୋଇଥିଲା । ହେଲେ ପ୍ରଶ୍ନକାଳରେ ବିଜେଡି ହେହାଲ୍ଲା କଲା । ଗୃହ ମୁଲତବି ହେଲା । ବିଜେପି- ବିଜେଡି କଥା ହୋଇ ଗୃହକୁ ମୁଲତବି କଲେ କହିଛନ୍ତି ତାରା । ଆଜି ବିଧାନସଭା ଶୂନ୍ୟକାଳରେ କଂଗ୍ରେସ ମୁଲତବୀ ପ୍ରସ୍ତାବ ରଖିଥିଲା କଂଗ୍ରେସ । ସାରା ରାଜ୍ୟରେ ସାର ସଙ୍କଟ ଥିବା କଂଗ୍ରେସ ଅଭିଯୋଗ କରିଛି । କହିଛି, ରାଜ୍ୟର ଚାଷୀ ହନ୍ତସନ୍ତ ହେଉଛନ୍ତି ହେଲେ ରାଜ୍ୟ ସରକାର ଚୁପ ଅଛନ୍ତି । ସାର କଳାବଜାରୀରେ ଦଲାଲ ମାଲେମାଲ ହେଉଥିବା ଅଭିଯୋଗ କରିଥିଲା କଂଗ୍ରେସ ।










