18.1 C
Bhubaneswar
Monday, February 9, 2026
Homeଓଡିଶାବିଜେପି ସବୁବେଳେ ଆଇନ ଓ ଗଣତନ୍ତ୍ରକୁ ସମ୍ମାନ ଦିଏ

ବିଜେପି ସବୁବେଳେ ଆଇନ ଓ ଗଣତନ୍ତ୍ରକୁ ସମ୍ମାନ ଦିଏ

ଭୁବନେଶ୍ୱର: ବିଜେପି ସରକାର ସବୁବେଳେ ଆଇନ ଓ ଗଣତନ୍ତ୍ରକୁ ସମ୍ମାନ ଦିଏ। ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ଦୀପାଳି ଦାସ ଓ ତାଙ୍କ ପରିବାର। ଦୀପାଳି ଦାସଙ୍କ ଭାଇ ଛତିଶଗଡ଼ରେ କଣ କରୁଥିଲେ ? ଦୀପାଳି ଦାସ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ ପଚାରନ୍ତୁ, ଯେ ତାଙ୍କ ସରକାର ବେଳେ ଜଣେ ପୁଲିସ ଅଧିକାରୀ କାହିଁକି ନବ ଦାସଙ୍କୁ ହତ୍ୟା କରିଥିଲେ ? ନବୀନ ବାବୁ କାହିଁକି ବିଧାନସଭାରେ ଏଫବିଆଇ ତଦନ୍ତ ବାବଦରେ ମିଛ କଥା କହିଥିଲେ ଦୀପାଳି ପ୍ରଶ୍ନ କରନ୍ତୁ ବୋଲି କହିଛନ୍ତି ମୁଖପାତ୍ର ମନୋଜ ମହାପାତ୍ର।

ଝାରସୁଗୁଡ଼ା କିର୍ମିରା ଅନାସ୍ଥା ଭୋଟକୁ ନେଇ ବିଜେଡି ଅଭିଯୋଗର ଜବାବ ଦେଇ ଶ୍ରୀ ମହାପାତ୍ର ଏଭଳି କହିଛନ୍ତି। ଏହାସହ ଶ୍ରୀ ମହାପାତ୍ର କହିଛନ୍ତି ଯେ ଡାର୍ଟି ପଲିଟିକ୍ସ କିଏ କରୁଥିଲା, ନବୀନ ବାବୁଙ୍କୁ ଯାଇ ଦିପାଳୀ ପଚାରନ୍ତୁ। ନବୀନ ପଟ୍ଟନାୟକ ଗଣତନ୍ତ୍ରକୁ ଦଳି ଚକଟି ମକଚୁଥିଲେ। କ୍ଷମତା ଗଲା ପରେ ବିଜେଡ଼ି କୁମ୍ଭୀର କାନ୍ଦଣା କାନ୍ଦୁଛି। ପୁଲିସକୁ ବିଜେଡ଼ି ଗୁଣ୍ଡା ଭଳି ବ୍ୟବହାର କରୁଥିଲା। ପ୍ରଦୀପ ପାଣିଗ୍ରାହୀଙ୍କ ଘଟଣାରୁ ଏହା ସ୍ପଷ୍ଟ ହୋଇସାରିଛି। ପୂର୍ବ ସରକାରରେ ଆଇନ ମନ୍ତ୍ରୀ ମୁଦାଲା ଥିଲେ, ତାଙ୍କୁ କିଏ ସୁରକ୍ଷା ଦେଇଥିଲା?

ସେହିପରି ଦୀପାଳି ଦାସଙ୍କ ଭାଇ ହେଉଛନ୍ତି ଜଣେ ଅଭ୍ୟାସଗତ ଅପରାଧୀ। ସେ ସବୁବେଳେ ଅପରାଧକୁ ପ୍ରଶ୍ରୟ ଦିଅନ୍ତି। ବିଶେଷ କରି ଦେଢ଼ ବର୍ଷ ତଳେ ଭୁବନେଶ୍ୱର ପାୱାର ହାଉସ୍ ଛକରେ ଯାହାଙ୍କ ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ଜୀବନ ଯାଇଥିଲା, ସେ ହେଉଛନ୍ତି ବିଶାଳ ଦାସ। ସେ ବିଭିନ୍ନ ଅପରାଧିକ କାର୍ଯ୍ୟରେ ସମ୍ପୃକ୍ତ। ଯେତେବେଳେ ଓଡ଼ିଶା ସରକାରଙ୍କ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଦିନ ଦି’ ପହରରେ ସେତେବେଳର ଗୃହମନ୍ତ୍ରୀଙ୍କର ଜଣେ ଅଧସ୍ତନ କର୍ମଚାରୀ ଗୁଳି କରି ହତ୍ୟା କରୁଛି; ଆଉ ସେହି ସମୟରେ ଦୀପାଳିଙ୍କ ମାଆ ଓ କାକା କହିଥିଲେ ନବ ଦାସଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି, ସେତେବେଳେ ଦୀପାଳି ଓ ତାଙ୍କ ଭାଇ ବିଶାଳ କାହା ପ୍ରରୋଚନାରେ ଏବଂ କେଉଁ ଲୋଭରେ ଚୁପ୍ ରହିଥିଲେ, ତାହା ଆମେ ଦେଖିଛୁ। ବାପାଙ୍କ ହତ୍ୟାକରୀଙ୍କୁ ଧରିବା ପାଇଁ ଯିଏ ଦିନେ ପଦୁଟିଏ କହିପାରୁନଥିଲେ, ସିଏ ଆଜି ବିଜେଡିର ଏକ ଲିଖିତ ସ୍କ୍ରିଟ୍ ପଢ଼ିଛନ୍ତି ବୋଲି ମନୋଜ ମହାପାତ୍ର କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking