16.1 C
Bhubaneswar
Tuesday, December 23, 2025
Homeଦେଶ ବିଦେଶକେଜ୍ରିୱାଲଙ୍କ ପୂର୍ବତନ ଆଲିଶାନ ବଙ୍ଗଳାକୁ ନେଇ ବିଜେପି-ଆପ୍ ମୁହାଁମୁହିଁ

କେଜ୍ରିୱାଲଙ୍କ ପୂର୍ବତନ ଆଲିଶାନ ବଙ୍ଗଳାକୁ ନେଇ ବିଜେପି-ଆପ୍ ମୁହାଁମୁହିଁ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କ ପୂର୍ବତନ ବଙ୍ଗଳାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଥିବା ବେଳେ କେଜ୍ରିୱାଲ ଯେଉଁ ବଙ୍ଗଳାରେ ରହୁଥିଲେ ସେହି ଆଲିଶାନ୍ ବଙ୍ଗଳାର ଏକ ଭିଡିଓ ଶେୟାର କରି କେଜ୍ରିୱାଲଙ୍କୁ ଦିଲ୍ଲୀ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚଦେବା ଟାର୍ଗେଟ୍ କରିଥିବା ବେଳେ କେଜ୍ରିୱାଲ୍‌ଙ୍କ ଦଳ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ମଧ୍ୟ ଏହାର କଡା ତଥା ତ୍ୱରିତ ଜବାବ ଦେବାକୁ ଆଗେଇ ଆସିଛି।

ସଚଦେବା ଏକ ଭିଡିଓ ପୋଷ୍ଟ କରିବା ସହ ଏଥିରେ ଲେଖିଛନ୍ତି ଯେ, ନିଜକୁ ଆମ୍ ଆଦମୀ (ସାଧାରଣ ମଣିଷ) କହୁଥିବା ଅରବିନ୍ଦ କେଜ୍ରିୱାଲଙ୍କ ଆଲିଶାନ ବଙ୍ଗଳା ବିଷୟରେ ଆମେ ଆପଣଙ୍କୁ ଅନେକ ଥର କହିଛୁ, ଆଜି ଆପଣଙ୍କୁ ଦେଖାଉଛୁ। ଲୋକଙ୍କ ଟଙ୍କା ଖାଇ ନିଜ ପାଇଁ ୭ ଷ୍ଟାର ରିସୋର୍ଟ ନିର୍ମାଣ କରାଯାଇଛି। ଭିଡିଓରେ ଦେଖାଯାଉଥିବା ଜିମ୍‌, ଅତ୍ୟାଧୁନିକ ବାଥରୁମ ଓ ସ୍ୱିମିଂ ପୁଲ୍ ସହ ଏହି ବଙ୍ଗଳାର ମୂଲ୍ୟ ୩.୭୫ କୋଟି ଟଙ୍କା ବୋଲି ସେ ନିଜ ପୋଷ୍ଟରେ ଦର୍ଶାଇଛନ୍ତି। ଯିଏ ମିଛରେ ନିଜ ପିଲାମାନଙ୍କ ରାଣ ଖାଇ ସରକାରୀ ଘର, ଗାଡ଼ି, ସୁରକ୍ଷା ଆଦି କିଛି ନେଉ ନଥିବା ଦାବି କରୁଛନ୍ତି, ଏବଂ ସାଧାରଣ ନାଗରିକ ପରି ଜୀବନଯାପନ କରୁଥିବା ଦାବି କରୁଛନ୍ତି, ସେମାନେ କିପରି ଦିଲ୍ଲୀର ଟିକସ ଦେଉଥିବା ଜନତାଙ୍କୁ ଲୁଟୁଛନ୍ତି ସେସବୁ ଦିଲ୍ଲୀବାସୀ ଜାଣିବା ଉଚିତ୍‌।

ସେପଟେ ବିଜେପିର ଏପରି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି ଆମ୍ ଆଦମୀ ପାର୍ଟି। ଦଳର ବରିଷ୍ଠ ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି ଯେ ହରିଆଣା ଓ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ପିଲାଙ୍କ ସ୍କୁଲ, ମଧ୍ୟାହ୍ନ ଭୋଜନ ଓ ହସ୍ପିଟାଲ ଅର୍ଥ ହେରଫେର ହୋଇଛି। ଏହାର ଉତ୍ତର ଦେବା ବଦଳରେ ସେମାନେ କେଜ୍ରିୱାଲଙ୍କ ପୂର୍ବତନ ବଙ୍ଗଳାର ଭିଡିଓ ଶେୟାର କରୁଛନ୍ତି। ଲୋକମାନେ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଷୟରେ ପ୍ରଶ୍ନ କରୁଛନ୍ତି, ଆଉ ଏମାନେ ଗୋଟିଏ ବଙ୍ଗଳାର କଥା କହୁଛନ୍ତି। ପ୍ରକାଶ, ଚଳିତ ବର୍ଷ ଆରମ୍ଭରେ ଆମ୍ ଆଦମୀ ପାର୍ଟି ଏହି ଆବାସ ନବୀକରଣରେ କରଦାତାଙ୍କ ୪୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ଅଭିଯୋଗ କରିଥିଲା ବିଜେପି। ଅନ୍ୟପଟେ ଏହି ବଙ୍ଗଳା ନିର୍ମାଣ ସମୟରେ ଟେଣ୍ଡର ଆଇନ ଉଲ୍ଲଂଘନ ହୋଇଥିବା ନେଇ ଗତ ସେପ୍େଟମ୍ବରରେ ସିବିଆଇ ଏକ ତଦନ୍ତ ଆରମ୍ଭ କରିଥିଲା। ହେଲେ ଏନେଇ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ମାମଲା ରୁଜୁ ହୋଇନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking