15.1 C
Bhubaneswar
Wednesday, January 21, 2026
Homeଓଡିଶାଅଣଓଡ଼ିଆଙ୍କ ରିମୋର୍ଟରେ ପରିଚାଳିତ ବିଜେଡି ଆଜି ଓଡିଆ ଅସ୍ମିତାର କଥା କହିବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ :...

ଅଣଓଡ଼ିଆଙ୍କ ରିମୋର୍ଟରେ ପରିଚାଳିତ ବିଜେଡି ଆଜି ଓଡିଆ ଅସ୍ମିତାର କଥା କହିବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ : ଟଙ୍କଧର ତ୍ରିପାଠୀ

– ବିରୋଧୀ ଆସନରେ ବସିବା ପରଠୁ ବିଜେଡି ଅସହିଷ୍ଣୁ ହୋଇପଡ଼ିଛି
– ୨୪ ବର୍ଷ ପର୍ଯ୍ୟନ୍ତ ଅଣଓଡିଆ ହାତରେ ରିମୋର୍ଟ ଦେଇ ସରକାର ଚଳାଉଥିଲେ
– ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ଗତକାଲିର ଇଂରାଜୀରେ ବିବୃତି କେଉଁ ଓଡିଆ ଅସ୍ମିତାର ପରିଚୟ?
– ଓଡ଼ିଆ ଅସ୍ମିତା ପ୍ରସଙ୍ଗ ବିଜେଡି ଉଠାଇବା ହାସ୍ୟାସ୍ପଦ
– ନିଜ ଅତୀତକୁ ଭୁଲି ଯାଇ ଆଜି ବିରୋଧୀ ଦଳରେ ବସିବା ପରେ ନବୀନ ବାବୁ ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇବା ଅତ୍ୟନ୍ତ ଲଜ୍ଜ୍ୟାଜନକ ଓ ହାତ୍ସ୍ୟାସ୍ପଦ

ଭୁବନେଶ୍ୱର : ଓଡ଼ିଶାର ବିକାଶ, ସୁରକ୍ଷା, ଅସ୍ମିତା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାରର ପରାକାଷ୍ଠାକୁ ସମଗ୍ର ରାଜ୍ୟବାସୀ ଦେଖିଛନ୍ତି ଏବଂ ମାତ୍ର ମାସକ ଭିତରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇ ଓଡିଶାବାସୀଙ୍କ ଆସ୍ଥାଭାଜନ ହୋଇପାରିଛି । ଏହାକୁ ବିରୋଧି ଦଳଗୁଡ଼ିକ ଏବଂ ବିଶେଷ ଭାବେ ବିଜେଡି ଆଦୈା ସହ୍ୟ କରିପାରୁନାହିଁ । ଗତ୨୫ ବର୍ଷ ଧରି ଯେଉଁମାନେ ଜଣେ ଅଣଓଡ଼ିଆଙ୍କ ରିମୋର୍ଟରେ ପରିଚାଳିତ ହୋଇ ସରକାର ଚଲାଉଥିଲେ, ସେମାନେ ଆଜି ଓଡିଆ ଅସ୍ମିତା କଥା କହୁଛନ୍ତି କିପରି? ଏହା ଅତ୍ୟନ୍ତ ହାତ୍ସ୍ୟାସ୍ପଦ ବୋଲି ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ କହିଛନ୍ତି ।

ଗତକାଲି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଓଡିଆ ଅସ୍ମିତା ଓ ଆଇନଶୃଂଖଳା ପ୍ରସଙ୍ଗରେ ଇଂରାଜୀ ଭାଷାରେ ବିବୃତି ରଖିଲେ ଓ ଯେଉଁ ଭଳି ଭାବେ ଗଣମାଧ୍ୟମରେ ବକ୍ତବ୍ୟ ଦେଲେ ତାହା ଆହୁରି ହାସ୍ୟାସ୍ପଦ । ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ଗତକାଲିର ଇଂରାଜୀରେ ବିବୃତି କେଉଁ ଓଡିଆ ଅସ୍ମିତାର ପରିଚୟ? ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ବିଜେଡି ସରକାରରେ ତତ୍କାଳନୀ ଆଇନ୍‌ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମରେ ହତ୍ୟା ଭଳି ମାମଲା ରୁଜୁ ହୋଇଥିଲା ଏବଂ ୧୩ ନମ୍ବର ମୁଦାଲା ହୋଇଥିବା ସତ୍ୱେ ଏଫ୍‌ଆଇଆର୍ କପିରୁ ତାଙ୍କ ନାମ ବାଦ ରଖାଯାଇଥିଲା । ତତ୍କାଳୀନ ମନ୍ତ୍ରୀ ଶ୍ରୀ ଅରୁଣ ସାହୁଙ୍କ ବିରୋଧରେ “ପରି ହତ୍ୟା” ଘଟଣାରେ ମାମଲା ରୁଜୁ ହୋଇଥିଲା, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ ।

ସେହିପରି ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ତତ୍କାଳୀନ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତିକୁ ନେଇ ଅଭିଯୋଗ ଆସିଥିବା ସତ୍ୱେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ସେତେବେଳେ ନବୀନ ବାବୁ କାହିଁକି ଚୁପ୍ ହୋଇ ରହିଥିଲେ ? କାହିଁକି ଅପରାଧୀମାନଙ୍କୁ ସୁରକ୍ଷା ଦେଉଥିଲେ ? ନିଜ ଅତୀତକୁ ଭୁଲି ଯାଇ ଆଜି ବିରୋଧୀ ଦଳରେ ବସିବା ପରେ ନବୀନ ବାବୁ ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇବା ଅତ୍ୟନ୍ତ ଲଜ୍ଜ୍ୟାଜନକ ଓ ହାତ୍ସ୍ୟାସ୍ପଦ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ହେଉଛି ଲୋକଙ୍କ ସରକାର । ଏଏସ୍‌ଓ ପ୍ରସଙ୍ଗରେ ତଦନ୍ତ ପ୍ରକ୍ରିୟା ଚାଲିଛି ଏବଂ ସଠିକ୍ ସମୟରେ ସଠିକ ପଦକ୍ଷେପ ନିଆଯିବ । ଏଥିପାଇଁ ବିରୋଧିଙ୍କୁ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ହେବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking