ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେଡି । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତିରେ ନଗ୍ନ ଉଦାହରଣ । ରାଜଧାନୀରେ ସାଧାରଣତନ୍ତ୍ର ଦିବସ ପାଳନର ସଡା ସୁରକ୍ଷା । ଏହା ସତ୍ତ୍ୱେ ବରିଷ୍ଠ ନେତାଙ୍କ ଘରୁ ଯଦି ଡକାୟତି ହେଉଛି, ସାଧାରଣ ଜନତାଙ୍କ ଧନଜୀବନ ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ ଉଠୁଛି । ବିଜେପି ସରକାର ଗଠନ ପରଠୁ ଆଇନଶୃଙ୍ଖଳା ସ୍ଥିତି ଦୟନୀୟ ହୋଇଗଲାଣି । ଭୟ ଆଉ ଡରରେ ରହିବାକୁ ଓଡିଶାବାସୀ କଣ ଭୋଟ୍ ଦେଇଥିଲେ? କଣ ଏଥିପାଇଁ ଡବଲ୍ ଇଞ୍ଜିନ୍ ସରକାରକୁ ଭୋଟ୍ ଦେଇଥିଲେ? ଏନେଇ ସରକାରଙ୍କୁ ବିଜେଡି ପ୍ରଶ୍ନ କରିଛି ।