କଟକ: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା ପ୍ରତିବାଦରେ ବିଜେଡି ପକ୍ଷରୁ ଆରଡିସି ଅଫିସ ଘେରାଉ କରାଯାଇଛି । କଟକ, ସମ୍ବଲପୁର ଓ ବ୍ରହ୍ମପୁର ଆରଡିସି ଅଫିସ ଘେରାଉ କରିଛି ବିଜେଡି।ପଶ୍ଚିମ ଓଡିଶାର ଆରଡିସି ସ୍ତରୀୟ ସମସ୍ତ ଜିଲ୍ଲାରୁ ବିଜୁ ଯୁବ, ଛାତ୍ର, ମହିଳା ଜନତା ଦଳର ସମସ୍ତ ସଦସ୍ୟ, କର୍ମକର୍ତ୍ତା, ବିଜୁ ଜନତା ଦଳର ସମସ୍ତ ବରିଷ୍ଠ ନେତୃମଣ୍ଡଳୀ, ସଦସ୍ୟ, ବିଜୁପ୍ରେମୀ ଯୋଗଦାନ କରିଛନ୍ତି । ସେପଟେ ଘେରାଉକୁ ନଜରରେ ରଖି ବ୍ୟାପକ ପୁଲିସ ମୁତୟନ ଅଛନ୍ତି ।ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନାକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେଡି । ବାଲେଶ୍ୱର ଏଫଏମ କଲେଜ ଘଟଣାରେ ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ଏବେ ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେବା ଘଟଣାରେ ବିଜେଡି ଆନ୍ଦୋଳନକୁ ଆହୁରି ତୀବ୍ର କରିଛି । ସରକାରଙ୍କ ବିରୋଧରେ ଏହି ଆନ୍ଦୋଳନ କେବଳ ବିଜେଡି ନୁହେଁ କଂଗ୍ରେସ ବି ଜାରି ରଖିଛି ।










