ଭୁବନେଶ୍ୱର: ସୁଆଣ୍ଡୋରୁ ଆରମ୍ଭ ହେବ ବିଜେଡିର ପଦଯାତ୍ରା । ୯ତାରିଖରେ ଶୁଭାରମ୍ଭ କରିବେ ନବୀନ ପଟ୍ଟନାୟକ । ସରକାରଙ୍କ ବିଫଳତା ଲୋକଙ୍କ ସାମ୍ନାକୁ ଆଣିବ ବିଜେଡି । ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି । ଅନ୍ୟପଟେ ନୂଆପଡା ଉପନିର୍ବାଚନ ନେଇ ପ୍ରତିକ୍ରିୟା ରଖିଛନ୍ତିା କହିଛନ୍ତି, ୪୦ରୁ ୫୦ ହଜାର ଭୋଟରେ ଜିତିବ ବିଜେଡି । ନବୀନ ପଟ୍ଟନାୟକ ଯାହାକୁ ଟିକେଟ ଦେବେ ସେ ଜିତିବେ । ପ୍ରାର୍ଥୀ କିଏ ହେବେ ଖୁବଶୀଘ୍ର ସଭାପତି ଘୋଷଣା କରିବେ ।










