17.1 C
Bhubaneswar
Tuesday, February 10, 2026
Homeଓଡିଶାଆସନ୍ତକାଲି ଲୋକସେବା ଭବନ ଘେରାଉ କରିବ ବିଜେଡି

ଆସନ୍ତକାଲି ଲୋକସେବା ଭବନ ଘେରାଉ କରିବ ବିଜେଡି

ଆସନ୍ତାକାଲି ବାଲେଶ୍ୱର ବନ୍ଦ ଡାକରା ଦେଲା ବିଜେଡି
ଆସନ୍ତକାଲି ଲୋକସେବା ଭବନ ଘେରାଉ କରିବ ବିଜେଡି
ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ, ଏଫ୍ଏମ୍ ସ୍ୱୟଂଶାସିତ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତୁ୍ୟ ପରେ ତାଙ୍କ ପ୍ରତି ହୋଇଥିବା ଅବିଚାର ବିରୋଧରେ ଆସନ୍ତାକାଲି (ବୁଧବାର) ସମଗ୍ର ବାଲେଶ୍ୱର ଜିଲ୍ଲାରେ ବିଜୁ ଜନତା ଦଳ ୮ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ଏହି ବନ୍ଦ ସକାଳ ୬ଟାରୁ ଆରମ୍ଭ ହୋଇ ଦିବା ୨ ଘଟିକା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ବନ୍ଦ ସମୟରେ ଜରୁରୀକାଳୀନ ସେବା ବ୍ୟାହତ ହେବ ନାହିଁ ବୋଲି ଦଳ ତରଫରୁ ସୂଚନା ଦିଆଯାଇଛି । ସେହିପରି ମୃତ ଛାତ୍ରୀ ସୌମ୍ୟାଶ୍ରୀଙ୍କ ନ୍ୟାୟ ଦାବିରେ ରାଜଧାନୀ ଭୁବନେଶ୍ୱରରେ ବିଜୁ ଜନତା ଦଳ ତରଫରୁ ଆସନ୍ତାକାଲି (ବୁଧବାର) ଲୋକସେବା ଭବନ ଘେରାଉ କରାଯିବ । ଏହି ଘେରାଉ କାର୍ଯ୍ୟକ୍ରମ ସକାଳ ୧୦ ଘଟିକାରୁ ଆରମ୍ଭ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking