ଭୁବନେଶ୍ୱର: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଷଷ୍ଠ ଦିନ । ଗୃହରେ ବିଧାୟିକା ପ୍ରମିଳା ମଲ୍ଲିକ ଏବଂ ଅନ୍ୟାନ୍ୟ ବିଧାନସଭା ସଦସ୍ୟ ମାନଙ୍କ ଦ୍ୱାରା ଆଗତ ବ୍ୟାପକ ଅବ୍ୟବସ୍ଥା ଭିତରେ ରାଜ୍ୟରେ ଚାଲୁଛି ମଣ୍ଡି ଓ ଧାନକିଣା ପ୍ରକ୍ରିୟାରେ ତ୍ରୁଟି ଯୋଗୁଁ ଚାଷୀମାନେ କ୍ଷତିଗ୍ରସ୍ତ । ଏ ସମ୍ପର୍କରେ ବିଧାନସଭାରେ ମୁଲତବୀ ପ୍ରସ୍ତାବ ଆଗତ କରାଯାଇଛି ।ପ୍ରସ୍ତାବର ଉତ୍ତର ରଖି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି । କଥା ଦେଇ କଥା ରଖିଛନ୍ତି ଲୋକଙ୍କ ସରକାର । ଚାଷୀମାନଙ୍କୁ ସମୃଦ୍ଧ କୃଷକ ଯୋଜନାରେ ଇନପୁଟ ସହାୟତା ରାଶିକୁ ମିଶାଇ ୩୧୦୦ ଟଙ୍କା ପ୍ରଦାନ କରାଯାଉଛି । ଚାଷୀ ପଞ୍ଜୀକରଣ ସମୟରେ ଚାଷୀଙ୍କ ବ୍ୟକ୍ତିଗତ ଆଧାର ନମ୍ବର ୟୁଆଇଡିଏଆଇ ପାଖରେ ଉପଲବ୍ଧ ବାୟୋମେଟ୍ରିକ ସୂଚନା ସହିତ ଯାଞଅଚ କରାଯିବ ଏବଂ ଆଧାର ନମ୍ବର ସହିତ ଲିଙ୍କ ହୋଇଥିବା ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଦେୟ କରାଯିବ ଯାହା ଏନପିସିଆଇ । ପ୍ଲାଟଫର୍ମ ମାଧ୍ୟମରେ କରାଯିବ । ବିଗତ ହଜାର ଖରିଫ ଧାନ ସଂଗ୍ରହ ବର୍ଷ 2024-25ରେ 1 କୋଟି 27 ଲକ୍ଷ 58 Iର 953 ଟି ପ୍ଲଟରେ 58.14 ଲକ୍ଷ ଏକର ଚାଷ ଜମି ପଞ୍ଜିକୃତ ହୋଇଥିବା ସ୍ଥଳେ ଚଳିତ ଖରିଫ 2025-26 ଋତୁରେ ଏହା 1 କୋଟି 38 ଲକ୍ଷ 47 ହଜାର 796 ଟି ପ୍ଲଟର 61.67 ଲକ୍ଷ ଏକର ଚାଷ ଜମିକୁ ବୃଦ୍ଧି ପାଇଛି।
ଚଳିତ ଖରିଫରେ ଅଦ୍ୟାବଧୂ 2712 ପ୍ରାଥମିକ କୃଷି ସମବାୟ ସମିତି, 19 ଗୋଟି ଜିଲ୍ଲା ଜିଲ୍ଲାରେ 416 ଟି WSHG ଓ 3 ଗୋଟି ଜିଲାରେ 6 ଟି ପାଣି ପଞ୍ଚାୟତ ଧାନ ସଂଗ୍ରହଣ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ।ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଗ ଏବଂ ଓଡିଶା ରାଜ୍ୟ ଯୋଗାଣ ନିଗମ ତରଫରୁ ଚାଷୀ ପଞ୍ଜୀକରଣ ଏବଂ ଧାନ କ୍ରୟ କାର୍ଯ୍ୟକ୍ରମଗୁଡିକଟ ଡିକର ସଫଳ ରୂପାୟନ ପାଇଁ ବିଭିନ୍ନ ପ୍ରକାର IEC କାର୍ଯ୍ୟକ୍ରମ କରାଯାଇଥିବା ଯୋଗୁଁ ଚାଷୀମାନଙ୍କ ଦ୍ବାରା ଧାନର FAQ ମାନଦଣ୍ଡ ବୃଦ୍ଧି କରିବାରେ ସହାୟକ ହେବା ସଙ୍ଗେ ସଙ୍ଗେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାର ର ପଥ ସୁଗମ ମ ହୋଇଛି ।
ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ଧାନ ସଂଗ୍ରହ ପ୍ରକ୍ରିୟାରେ କିଛି ଦିନ ବିଳମ୍ବ ହେଲେ ମଧ୍ୟ ଅଦ୍ୟବଧି ୨ ଲକ୍ଷ ୯୪ ହଜାର ୫୬୯ଟି ଟୋକନ ଚାଷୀମାନଙ୍କୁ ପ୍ରଦାନ କରାଯାଇଛି । ଏବଂ ବରଗଡ , କଳାହାଣ୍ଡି ଓ ସମ୍ବଲପୁର ଆଦି ଜିଲ୍ଲାରେ ମୋଟ ୪୧୧୦ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଛି । କ୍ଷୁଦ୍ର ଚାଷୀ ଓ ଭାଗ ଚାଷୀମାନଙ୍କ ଧାନକୁ ଅଗ୍ରାଧିକାର ଭିତ୍ତିରେ କ୍ରୟ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଧାନ ସଂଗ୍ରହର ସାମଗ୍ରୀକ ଲକ୍ଷ୍ୟକୁ ସମୀକ୍ଷା ନିମନ୍ତେ ଏକ ମନ୍ତ୍ରୀ ସ୍ତରୀୟ ଉପ କମିଟି ଗଠିତ ହୋଇଛି ।
ମଣ୍ଡିସ୍ତରୀୟ ସମସ୍ତ ଗତିବିଧୂକୁ ନିରିକ୍ଷଣ ପାଇଁ ପ୍ରତ୍ୟକ ମଣ୍ଡିରେ CC TV ଲଗାଇବା ସହିତ ଏକ କେନ୍ଦ୍ରସ୍ତରୀୟ Control Room ଓଡିଶା ଯୋଗାଣ ନିଗମ, ଭୁବନେଶ୍ବର ଠାରେ ବ୍ୟବସ୍ଥା କରାଯାଇଛି ପାଇଛି ।ଚାଷୀମାନଙ୍କୁ ଧାନ ସଂଗ୍ରହ ବାବଦ ତଥ୍ୟ ପ୍ରଦାନ କରିବା ପାଇଁ Interactive Voice Response System (IVRS)କୁ ଦେୟମୁକ୍ତ ନମ୍ବର 1967ରେ ଅନ୍ତର୍ଭୁକ୍ତ କରାଯାଇଛି । ଏହା ଦ୍ବାରା ଚାଷୀମାନେ ସେମାନଙ୍କର ପଞ୍ଜିକୃତ ମୋବାଇଲ ନମ୍ବରରୁ ଏହି ନମ୍ବ ନମ୍ବରକୁ ଯୋଗାଯୋଗ କରି ପଞ୍ଜିକରଣ ଦ୍ବାରାଯୋଗ୍ୟ ବିବେଚିତ ସେ ହୋଇଥିବା ଜମିର ଥିବା ଜମିର ପରିମାଣ, ବିକ୍ରି ସମ୍ବନ୍ଧୀୟ ତଥ୍ୟ ଓ ଧାନ ବିକ୍ରି ବାବଦ ପ୍ରାପ୍ୟ ସମ୍ୱନ୍ଧୀୟ ତଥ୍ୟ ପାଇପାରୁଛନ୍ତି ।ମଣ୍ଡିରେ କୌଣସି ଦୁର୍ନୀତି ଦୃଷ୍ଟି ଗୋଚର ହେଲେ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଅଛି । ଏଣୁ ଏହି ମୁଲତବୀ ପ୍ରସ୍ତାବ ବ୍ୟାପକ ଅବ୍ୟବସ୍ଥା ଭିତରେ ରାଜ୍ୟରେ ଚାଲୁଛି ମଣ୍ଡି ଓ ଧାନକିଣା ପ୍ରକ୍ରିୟାରେ ତ୍ରୁଟି ଯୋଗୁଁ ଚାଷୀମାନେ କ୍ଷତିଗ୍ରସ୍ତ ତଥ୍ୟ ଉପରେ ଆଧାରିତ ନୁହେଁ ।










