ଭୁବନେଶ୍ୱର: ରାଜ୍ୟସଭାରେ ବିଜେଡି ବିଧାୟକଙ୍କ କ୍ରସ ଭୋଟିଂ ଘଟଣା । କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ । ଇସିଆଇଙ୍କ ନିର୍ଦ୍ଦେଶନାମା , ସୁପ୍ରିମକୋର୍ଟଙ୍କ ରାୟର ଉଲ୍ଲଙ୍ଘନ ବୋଲି ଲେଖାଯାଇଛି । ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ନାଁରେ ଫୌଜଦାରୀ ମାମଲାର ମଧ୍ୟ ଚେତାବନୀ ଦିଆଯାଇଛି । ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ୱିପ କାମ କରେନି । ମୁଖ୍ୟ ସଚେତକ ହ୍ୱିପ ଜାରି କରି ବେଆଇନ କାର୍ଯ୍ୟ କରିଛନ୍ତି ବୋଲି କୁହାଯାଇଛି । ଭୋଟ ପାଇଁ କହିବା ଏବଂ ବିରତ ପାଇଁ ପ୍ରବର୍ତ୍ତାଇବା ଦଣ୍ଡନୀୟ ବୋଲି କୁହାଯାଇଛି । ବିଏନଏସ- ୧୭ ଅନୁଯାୟୀ ବର୍ଶେ ଜେଲ ଦଣ୍ଡର ପ୍ରାବଧାନ ରହିଛି । ତେବେ ପ୍ରମିଳାଙ୍କ ବିରୋଧରେ ମାମଲା କରିବାକୁ ବିଧାୟକମାନେ ଚେତାବନୀ ଦେଇଛନ୍ତି । କାରଣ ଦର୍ଶାଅ ନୋଟିସ ତୁରନ୍ତ ପ୍ରତ୍ୟାହାର କର ନଚେତ ପ୍ରମିଳାଙ୍କ ବିରୋଧରେ ମାମଲା କରିବା ପାଇଂ ବିଧାୟକମାନେ ଏହି ଚେତାବନୀ ଦେଇଛନ୍ତି ।










