14.1 C
Bhubaneswar
Saturday, December 6, 2025
Homeଓଡିଶାହିଞ୍ଜିଳିରେ ବିଜେଡିର ବିଶାଳ ଜନସମ୍ପର୍କ ପଦଯାତ୍ରା

ହିଞ୍ଜିଳିରେ ବିଜେଡିର ବିଶାଳ ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର: ଆଜି ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକର ଗୋଠଗାଁ ପଞ୍ଚାୟତରୁ ଠୁରୁବୁରି ପଞ୍ଚାୟତ ପର୍ଯ୍ୟନ୍ତ ପ୍ରାୟ ୩ କିମି ଧରି ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଠୁରୁବୁରି ଠାରେ ଅନୁଷ୍ଠିତ ସଭାରେ ରାଜ୍ୟ ବିଜେପି ସରକାରଙ୍କ ବିଭିନ୍ନ କ୍ଷେତ୍ରରେ ବିଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବା ସହ ବିଜୁ ଜନତା ଦଳ ସରକାରରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମାନ୍ୟବର ବିରୋଧୀ ଦଳ ନେତା ତଥା ସ୍ଥାନୀୟ ବିଧାୟକ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶେରଗଡ଼ ଓ ହିଞ୍ଜିଳି ବ୍ଲକରେ ପ୍ରତ୍ୟେକ କ୍ଷେତ୍ରରେ ହୋଇଥିବା ଜନକଲ୍ୟାଣକାରୀ କାର୍ଯ୍ୟ ଲାଗି ବିଜେଡି ନେତୃମଣ୍ଡଳୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ଦୀର୍ଘ ୨୪ ବର୍ଷ ଧରି ହିଞ୍ଜିଳି ଓ ଶେରଗଡ଼ ବ୍ଲକରେ ବିଜେଡି ସରକାରର ବିକାଶର ସଫଳତା ଓ ରାଜ୍ୟ ବିଜେପି ସରକାର ଦେଇଥିବା ମିଥ୍ୟା ପ୍ରତିଶ୍ରୁତି ସମ୍ପର୍କରେ ଜନସାଧାରଣଙ୍କୁ ଜଣାଇ ଆଗାମୀ ଦିନରେ ବିଜେପିକୁ ଜବାବ ଦେବାକୁ ଉପସ୍ଥିତ ବିଜେଡି କର୍ମୀ ଶପଥ ନେଇଥିଲେ । ବିଜେଡିର ଏହି ଜନସମ୍ପର୍କ ପଦଯାତ୍ରାରେ ମାନ୍ୟବର ବିରୋଧୀ ଦଳ ନେତାଙ୍କ ଜିଲ୍ଲାପରିଷଦ ପ୍ରତିନିଧି ଶ୍ରୀ ଦେବାନନ୍ଦ ମହାପାତ୍ର, ଶେରଗଡ଼ ବ୍ଲକ ସଭାପତି ଶ୍ରୀ ଶରତ ଚନ୍ଦ୍ର ପାତ୍ର, ଶେରଗଡ଼ ବ୍ଲକ ଚେୟାରମ୍ୟାନ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ, ମାନ୍ୟବର ବିରୋଧୀ ଦଳ ନେତାଙ୍କ ବ୍ଲକ ପ୍ରତିନିଧି ଶ୍ରୀ ଦିଗାମ୍ବର ନାହାକ, ବରିଷ୍ଠ ବିଜେଡି ନେତା ଶ୍ରୀ ହୃଷିକେଶ ପାଢ଼ୀ, ଶ୍ରୀ ହୀନ ବେହେରା, ହିଞ୍ଜିଳି ବ୍ଲକ ସଭାପତି ଶ୍ରୀ ଦୁର୍ଗା ମାଧବ ମହାନ୍ତି, ହିଞ୍ଜିଳି ବ୍ଲକ ପ୍ରତିନିଧି ଏ. ସୁଦର୍ଶନ ପ୍ରମୁଖଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ ଦଳର କର୍ମୀ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking