31.1 C
Bhubaneswar
Wednesday, February 11, 2026
Homeଓଡିଶାବିଜେପି ବିରୁଦ୍ଧରେ ବିଜେଡିର ମହାସଂଗ୍ରାମ ଆରମ୍ଭ

ବିଜେପି ବିରୁଦ୍ଧରେ ବିଜେଡିର ମହାସଂଗ୍ରାମ ଆରମ୍ଭ

ଯାଜପୁର: ଯାଜପୁରରେ ବିଜେପି ବିରୁଦ୍ଧରେ ବିଜେଡିର ମହା ସଂଗ୍ରାମ ଆରମ୍ଭ l ଏହି ସଂଗ୍ରାମ ରାଜ୍ୟବ୍ୟାପି ଆରମ୍ଭ ହେବ l ଡବଲ ଇଞ୍ଜିନ ସରକାର ରାଜ୍ୟ ଵିକାଶ ପରିବର୍ତ୍ତେ ବିନାଶ କରୁଛନ୍ତି l ନିର୍ବାଚନରେ ଦେଇ ଥିବା ପ୍ରତିଶୃତି କାର୍ଯ୍ୟ ନକରି ରଙ୍ଗ ଓ ଯୋଜନା ଗୁଡିକ ନାମ ବଦଳାଯାଉଛି l ବିଜେପି ଗୁଣ୍ଡା କବଜl ରେ ରହିଛି l ବିଜେଡି ସରକାରଙ୍କ ପଡି ରହିଥିବା ଟଙ୍କାକୁ ଶିଳାନ୍ୟାସ କରି ବିଧାୟକ ମାନେ ଫଳକ ମାରି ବାଃ ବାଃ ନେଉଛି l ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଲଘଜାତ ଖଣିଜ, ବାଲି, କଳା ପଥର ଦିନ ଦିପହରରେ ବିଜେଡି ନେତା ମନେ ଲୁଟ କରୁଛନ୍ତି l ନାରୀମାନେ ସୁରକ୍ଷିତ ହୋଇ ପାରୁ ନାହାନ୍ତି l ଚାଷୀ ମଣ୍ଡି ଧାନ ବିକ୍ରି କରି ପାରୁ ନାହାନ୍ତି l ଏହି ପ୍ରସଙ୍ଗ କୁ ନେଇ ବିଜେଡି ଯାଜପୁର ରୁ ବିଜେପି ବିରୁଦ୍ଧରେ ମହା ସଂଗ୍ରାମ ଡାକରା ଦେଇଛିl ଯାଜପୁର ବିଜୁ ଜନତା ଦଳ ତରଫରୁ ଚାଷୀ ମରଣା ନୀତି ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନୀତି ଲଘୁ ଖଣିଜ ହରି ଲୁଟ ପ୍ରଭୁତି ବହୁ ଦାବି ନେଇ ଯାଜପୁର ଜିଲ୍ଲା ପାଳଙ୍କ କାର୍ଯ୍ୟlଳୟ ଘେରାଉ କରିଛି l ପ୍ରତିବାଦ ସଭାରେ ବିଧାୟିକା ପ୍ରମିଳା ମଲ୍ଲିକ, ସୁଜାତା ସାହୁ, ବିଶ୍ୱ ରଞ୍ଜନ ମଲ୍ଲିକ, ବିଜେଡି ରାଜ୍ୟ ଉପ ସଭାପତି ପ୍ରଣୟ ପ୍ରକାଶ ଦାସ, ପୂର୍ବ ତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେ଼ଇ, ପୂର୍ଵତନ ସାଂସଦ ଶର୍ମିଷ୍ଠା ସେଠି, ପ୍ରଣୟ ବଳ ବନ୍ତ ରାୟ, ଭାବ ପ୍ରସାଦ ଦାସ , ପ୍ରମୁଖ ବହୁ ବରିଷ୍ଠ ଓ କନିଷ୍ଠ ନେତୃବୃନ୍ଦ ବିଜେପି ସରକାର ମିଛୁଆ ସରକାର, ଶାସନ ଗlଦିରେ ବସିବାର ଅଧିକାର ନାହିଁ ବୋଲି ଡବଲ ଇଞ୍ଜିନ ସରକାର ଙ୍କୁ ତୀବ୍ର ସମାଲୋଚନା କରି ଥିଲେ l ଏହି ସଂଗ୍ରାମ ରାଜ୍ୟ ବ୍ୟାପି କରାଯାଇ ବିଜେପି ସରକାରକୁ ଗାଦିଚ୍ୟୁତ କରାଯିବ ବୋଲି ନେତୃବୃନ୍ଦ ଚେତାବନି ଦେଇଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking