29.1 C
Bhubaneswar
Tuesday, April 22, 2025
Homeଓଡିଶାପାଣ୍ଡିଆନ ବିନା ବିଜେଡି ଭବିଷ୍ୟତ ଉଜ୍ଜ୍ୱଳ: ପ୍ରଭାତ

ପାଣ୍ଡିଆନ ବିନା ବିଜେଡି ଭବିଷ୍ୟତ ଉଜ୍ଜ୍ୱଳ: ପ୍ରଭାତ

ଭୁବନେଶ୍ୱର: ୱାକଫ୍ ବିଲ୍ ଭୋଟିଂରେ ବିଜେଡିର ବିବେକାନୁମୋଦିତ ଭୋଟ୍ ପ୍ରସଙ୍ଗ । ପ୍ରସଙ୍ଗ ଉଠାଇ ପୁଣି ଟାର୍ଗେଟ୍ କଲେ ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ । ସପକ୍ଷରେ କିମ୍ବା ବିପକ୍ଷରେ ଭୋଟ୍ ଦେବ, ନଚେତ୍ ବିରତ ରହିବ । ବିବେକାନୁମୋଦିତ ଭୋଟ୍ ଦେଇ ଦଳକୁ ୨ ଭାଗ କରିବା କେଉଁ ଆଦର୍ଶ ପ୍ରଶ୍ନ କଲେ ବରିଷ୍ଠ ନେତା ପ୍ରଭାତ । ବିଜେଡିରେ ୨ଟି ପାୱାର ସେଣ୍ଟର କାର୍ଯ୍ୟ କରେ । କଣ ମଜବୁରୀ ହେଲା ଯେ ମୌଳିକ ଚିନ୍ତାଧାରା ସହ ସାଲିସ ହେଲା । ଭିଆରଏସ ପାଇଁ ଏତେ ବଡ କଥା ଘଟିଥିବା ଭାବିପାରୁନି । ନିଜକୁ ସୁରକ୍ଷିତ ରଖିବା ପାଇଁ କରାଯାଇ ପାରିଥାଏ । ପାଣ୍ଡିଆନ କହିଛନ୍ତି ପ୍ରତ୍ୟକ୍ଷ ରାଜନୀତିରୁ ବିଦାୟ ନେଇଛି । ହେଲେ ନବୀନ ନିବାସରେ ରହି ତାଙ୍କ ଢଙ୍ଗରେ ଷ୍ଟ୍ରାଟେଜି କରୁଛନ୍ତି । ସସ୍ମିତ ପାତ୍ର ନିଜେ ନିଷ୍ପତ୍ତି ନେଇଥିବେ ବିଶ୍ୱାସ ହେଉନି । ନିଷ୍ପତ୍ତି ସଭାପତି ନେଇପାରିବେ, ଅଥବା ତାଙ୍କୁ ମିସ୍‌ୟୁଜ୍ କରୁଥିବା ପାଣ୍ଡିଆନ । ଏଥିସହିତ ପାଣ୍ଡିଆନଙ୍କ ରଣନୀତିକୁ ମଧ୍ୟ ତାଚ୍ଛଲ୍ୟ କରିଛନ୍ତି ନେତା । ପାଣ୍ଡିଆନଙ୍କ ପିରିୟଡରେ ଅଭିନବ ଚାଲ୍ ଚାଲିଥିଲା । ବାପାକୁ ବସାଇ ପୁଅକୁ ଟିକେଟ ଦେବା ରାଜନୀତି ହେଉଛି, ଯେମିତି ପ୍ରଫୁଲ୍ଲ ଘଡାଇଙ୍କୁ ବସାଇ ପୁଅକୁ ଦେଲେ ଟିକେଟ ।  କାରଣ ପାଣ୍ଡିଆନଙ୍କୁ ଘଡାଇ ମାନିଥାନ୍ତେ କି, ତେଣୁ କାଟିଦେଲେ । ପାଣ୍ଡିଆନଙ୍କ ମାତ୍ରାଧିକ କାର୍ଯ୍ୟ ପାଇଁ ବିଜେଡି ରିଜେକ୍ଟ ହେଲା । ନବୀନ କେମିତି ଶୁଣି ପାରୁନାହାନ୍ତି, ଏହା କିପରି ଅଗଣିତ କର୍ମୀଙ୍କୁ କଷ୍ଟ ଦେଉଛି । ବିଜେଡିକୁ କବଜା କରିବା ଅପଚେଷ୍ଟା ରୋକିବାକୁ ଲଢିବୁ । ପାଣ୍ଡିଆନ ଉଚ୍ଚାଭିଳାସୀ ବ୍ୟୁରୋକ୍ରାଟ । ବିଜେଡି ଜରିଆରେ କ୍ଷମତା ଆହରଣ ଲକ୍ଷ୍ୟ ଥିଲା । କ୍ଷମତା ଆହରଣ ଉଦ୍ଦେଶ୍ୟ ପୂରଣ ହେଲାନି କି ଆଗକୁ ବି ହବନି । ପାଣ୍ଡିଆନ ବିନା ବିଜେଡି ଭବିଷ୍ୟତ ଉଜ୍ଜ୍ୱଳ, ରହିଲେ ଦୁର୍ଘଟଣା ନିଶ୍ଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking