25.1 C
Bhubaneswar
Saturday, March 21, 2026
Homeଓଡିଶାଝାରସୁଗୁଡ଼ାରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍

ଝାରସୁଗୁଡ଼ାରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ପହଞ୍ଚିଛନ୍ତି ବିଜେଡି ଫ୍ୟାକ୍ଟ ଫାଇଣ୍ଡିଙ୍ଗ କମିଟିର ସଦସ୍ୟ। କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ଅନାସ୍ଥା ଭୋଟ ସମୟରେ କିର୍ମିରାର ୯ ଜଣ ସମିତିସଭ୍ୟ, ସରପଞ୍ଚ, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାଶଙ୍କ ପୁଅ ବିଶାଳ ଦାଶଙ୍କୁ ଛତିଶଗଡ଼ର ସରେଇପାଲି ଥାନାରେ ଅଟକ ରଖିବା ଘଟଣାକୁ ନେଇ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି ବିଜେଡି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍। ଦୀର୍ଘ ଦୁଇ ଘଣ୍ଟାର ଆଲୋଚନା ପରେ ଟିମ୍‌ ପକ୍ଷରୁ ସତ୍ୟାସତ୍ୟ ରିପୋର୍ଟ ପ୍ରସ୍ତୁତ କରାଯାଇଛି, ଯାହା ବିଜେଡି ସୁପ୍ରିମୋଙ୍କୁ ପ୍ରଦାନ କରାଯିବ। ବିଜେଡିର ଅଭିଯୋଗ ଅନୁଯାୟୀ, କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ଅନାସ୍ଥା ଭୋଟ ସମୟରେ ଚକ୍ରାନ୍ତ କରି ଓଡ଼ିଶା ସରକାର ଛତିଶଗଡ଼ ସରକାର ମିଶି କିର୍ମିରାର ୯ ଜଣ ସମିତିସଭ୍ୟ, ସରପଞ୍ଚ ଏବଂ ବିଶାଳ ଦାଶଙ୍କୁ ଛତିଶଗଡ଼ର ସରେଇପାଲି ଥାନାରେ ଅଟକ ରଖିଥିଲେ।

ପରେ ମାମଲା ରୁଜୁ କରାଯାଇଥିଲା ଏବଂ ନୋଟିସ ଦେଇ ସମସ୍ତଙ୍କୁ ଛାଡ଼ିବା ପରେ ଅନାସ୍ଥା ଭୋଟ ସମୟ ଅବଧି ସରି ଯାଇଥିଲା ଫଳରେ ଅନାସ୍ଥା ଭୋଟ ବାତିଲ ହୋଇଥିଲା। ଏହି ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ମୁକୁଳିଥିଲେ ପିଆରଆଇ ମେମ୍ବର, ବିଶାଳ ଓ ଅନ୍ୟାନ୍ୟ ବ୍ୟକ୍ତି। ରବିବାର ବିଜେଡିର ବରିଷ୍ଠ ନେତୃ ମଣ୍ଡଳୀ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ଗଠନ କରି ଝାରସୁଗୁଡ଼ାରେ ପହଞ୍ଚି ସତ୍ୟାସତ୍ୟ ଯାଞ୍ଚ କରିଛନ୍ତି। ଆଲୋଚନାରେ ଉଦେଶ୍ୟମୂଳକ ଭାବେ ଗଣତନ୍ତ୍ରକୁ ହତ୍ୟା କରାଯାଇଥିବା କୁହାଯାଇଛି।

ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍‌ରେ ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ସୁଦର୍ଶନ ହରିପାଳ, ଦେବେଶ ଆଚାର୍ଯ୍ୟ, ଯୋଗେଶ ସିଂହ, ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଅଳକା ମହାନ୍ତି, ଦୀପାଲି ଦାଶ, ବିଶାଳ ଦାଶଙ୍କ ସମେତ ଅନାସ୍ଥା ପ୍ରସ୍ତାବ ଦେଇଥିବା ସମସ୍ତ ସରପଞ୍ଚ ଏବଂ ସମିତି ସଭ୍ୟ ଉପସ୍ଥିତ ଥିଲେ। ସମସ୍ତ ରିପୋର୍ଟ ଗ୍ରହଣ କରିବା ପରେ ଏହି ରିପୋର୍ଟକୁ ନବୀନ ପଟ୍ଟନାୟକଙ୍କୁ ହସ୍ତାନ୍ତର କରାଯିବ ଏବଂ ତାଙ୍କ ନିର୍ଦେଶରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବରିଷ୍ଠ ନେତୃ ମଣ୍ଡଳୀ ଜଣାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking