ଭୁବନେଶ୍ୱର: ବିଜେଡି ଭବିଷ୍ୟତକୁ ସନ୍ଦେହ ପ୍ରକାଶ କଲେ ତଥାଗତ ଶତପଥୀ । ବିଜେଡିର ଏକ୍ସପାଏରୀ ଡେଟ ପଳେଇଲାଣି କହି ତାଚ୍ଛଲ୍ୟ କଲେ । ଆହୁରି କହିଲେ ସବୁ ଜିନିଷର ଏକସ୍ପାଏରୀ ଡେଟ ଥାଏ, ଗଲା ପରେ କାମ କରେନି । ବିଜେଡିର ନୂଆ ନାମ, ନୂଆ ରୂପ, ନୂଆ ଆକାରରରେ ଆସିବାର ସମ୍ଭାବନା ରହିଛି । ତଥାଗତ ସତପଥୀ କିନ୍ତୁ ଭୋଟ ରାଜନୀତିକୁ ଯିବାର ନାହିଁ । କଂଗ୍ରେସକୁ ଓଡିଶା ଲୋକେ ଚାହୁଁ ନାହାନ୍ତି । ଯିଏ ଆସୁଛି, ସିଏ ଗୋପରେ ବଢୁଛି କହି ତେର୍ଚ୍ଛା ବାଣ ମାରିଲେ । ଯେତେବେଳେ ସୁଯୋଗ ଆସିଛି ଓଡିଶାବାସୀ ଆଞ୍ଚଳିକ ଦଳକୁ ସମର୍ଥନ କରିଛନ୍ତି । ମୁଁ ବିଜେଡିର ଆଭ୍ୟନ୍ତରୀଣ କଥା କହିବା ଠିକ ନୁହେଁ । ସେମାନେ ଯେଉଁ ରାଜନୈତିକ ନିଷ୍ପତ୍ତି ନେଲେ ତାହା ଶେଷ ପଯ୍ୟାୟ ହେବ । ସେମାନେ ବୁଝି ଗଲେଣି ଯେ ସେମାନଙ୍କ ଶେଷ ଆରମ୍ଭ ହୋଇଗଲାଣି ।










