ଭୁବନେଶ୍ୱର: ସୁଜାତାଙ୍କ ସପକ୍ଷରେ ବାହାରିଲେ ଯୁବ ବିଜେଡି ସଭାପତି । କହିଲେ, ନବୀନ ବାବୁ ଶ୍ରୀରାମ, ଆମେ ହନୁମାନ । ତାଙ୍କ ନିଷ୍ପତ୍ତି ଆମେ ଗ୍ରହଣ କରିବୁ । ସୁଜାତା ଜଣେ ଉଚ୍ଚଶିକ୍ଷିତା ଓ ଦକ୍ଷତା ସମ୍ପନ୍ନ ମହିଳା । ମହିଳା ସଶକ୍ତୀକରଣରେ ତାଙ୍କର ବଡ ଭୁମିକା ରହିଛି । ଏହାରି ଭିତରେ ଛାତ୍ରୀ ବିଜେଡି ସଭାନେତ୍ରୀ ଇପ୍ସିତା ସାହୁ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ରାଜ୍ୟର ଉପମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ , ଦେଶର ରାଷ୍ଟ୍ରପତି ମଧ୍ୟ ମହିଳା । ଦଳକୁ ମହିଳା ନେତୃତ୍ୱ ଆସିଲେ ସ୍ୱାଗତ କରାଯିବ । ପୂର୍ବରୁ ସୁଜାତାଙ୍କ ଏଣ୍ଟ୍ରି ସମ୍ଭାବନା ବୋଲି ଚର୍ଚା ହେଉଥିଲା










