26.1 C
Bhubaneswar
Wednesday, March 18, 2026
Homeଓଡିଶାରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ବିଧାୟକଙ୍କ ବିରୋଧରେ ବିଜୁ ଯୁବ ଓ ଛାତ୍ର ଜନତା...

ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ବିଧାୟକଙ୍କ ବିରୋଧରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ପ୍ରତିବାଦ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ବାଙ୍କୀ ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ଓ କଟକ-ଚୌଦ୍ୱାର ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳଙ୍କ ସରକାରୀ ବାସଭବନ ସମ୍ମୁଖରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ବିକ୍ଷୋଭ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିବା ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍ସୀତା ସାହୁ ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧରେ ଯାଇ ବିଧାୟକମାନେ କ୍ରସ ଭୋଟିଂ କରିଥିବାରୁ ଦୃଢ଼ ଭାବରେ ନିନ୍ଦା କରିଥିଲେ ।

ଶ୍ରୀ ଚିନ୍ମୟ ସାହୁ କହିଥିଲେ, ବିଜେଡି ସୁପି୍ରମୋ ଶ୍ରଯୁକ୍ତ ନବୀନ ପଟ୍ଟନାୟକ ବିଜେଡିର ଛାତ୍ର ସଭାପତି ଭାବେ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ମନୋନୀତ କରି ଯେଉଁ ପରିଚୟ ଦେଇଥିଲେ, ତାକୁ ଭୁଲି ଶ୍ରୀ ତ୍ରିପାଠୀ ଦଳ ବିରୋଧରେ ଯାଇ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରି ବିଶ୍ୱାସଘାତକତା କରିଛନ୍ତି । ଯଦି ଦେବୀରଞ୍ଜନ ତି୍ରପାଠୀଙ୍କ ସତ୍ସାହତ ଅଛି, ତେବେ ସେ ବିଧାୟକ ପଦରୁ ଇସ୍ତଫା ଦେଇ ପୁନର୍ବାର ନିର୍ବାଚନ ମଇଦାନକୁ ଓହ୍ଲାଇ ଲୋକଭାଜନ ହେବାର ପ୍ରମାଣ ଦିଅନ୍ତୁ ।

ଇପ୍ସୀତା ସାହୁ କହିଥିଲେ, ବିଜେଡିର ଏହି ଦୁଇ ଯୁବ ବିଧାୟକ ଭାରତୀୟ ଜନତା ପାର୍ଟି ପାଖରେ ବିକ୍ରି ହୋଇଛନ୍ତି । ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ ସେମାନେ ଏତେ କମ୍ ବୟସରେ ବିଧାୟକ ହେବାର ସୁଯୋଗ ପାଇଥିଲେ । ନବୀନ ବାବୁ ତାଙ୍କୁ ରାଜ୍ୟର ଛାତ୍ର ଆନେ୍ଦାଳନରେ ନେତୃତ୍ୱ ଦେଇଥିଲେ, ତେଣୁ ଯୁବ ଓ ଛାତ୍ର କାର୍ଯ୍ୟକର୍ତ୍ତାମାନେ ସେମାନଙ୍କୁ ଭଲ ପାଉଥିଲେ, କିନ୍ତୁ ସେମାନେ ବିଶ୍ୱାସଘାତକତା କଲେ । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ହଜାର ହଜାର ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମୀମାନେ ବିଧାୟକଙ୍କ ସରକାରୀ ବାସଭବନ ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking