19.1 C
Bhubaneswar
Tuesday, January 20, 2026
Homeଓଡିଶାଜନଜାତି ସମ୍ପ୍ରଦାୟର ବିକାଶ ଓ ସ୍ୱତନ୍ତ୍ର ପରିଚୟର ସୁରକ୍ଷା ପାଇଁ ବିଜେଡି ତାର ଉଦ୍ୟମ ଜାରି...

ଜନଜାତି ସମ୍ପ୍ରଦାୟର ବିକାଶ ଓ ସ୍ୱତନ୍ତ୍ର ପରିଚୟର ସୁରକ୍ଷା ପାଇଁ ବିଜେଡି ତାର ଉଦ୍ୟମ ଜାରି ରଖିବ: ନବୀନ ପଟ୍ଟନାୟକ

 କେନ୍ଦ୍ର ସରକାର ୧୬୯ କମ୍ୟୁନିଟିକୁ ଜନଜାତି ତାଲିକାରେ ସାମିଲ କରନ୍ତୁ
 ହୋ, ମୁଣ୍ଡାରୀ, ଭୂମିଜ, ସଉରା ଓ କୁଇ ଇତ୍ୟାଦି ଭାଷାକୁ ତୁରନ୍ତ ସମ୍ୱିଧାନର ଅଷ୍ଟମ ଅନୁଛେଦରେ ସାମିଲ କରାଯାଉ
 ରାଜ୍ୟର ଜନଜାତି ସମ୍ପ୍ରଦାୟର ବିକାଶ ପାଇଁ ବିଜେଡି ସମର୍ପିତ
ଭୁବନେଶ୍ୱର, : ଆଜି ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭବନରେ ବିଶ୍ୱ ଆଦିବାସୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ ଓଡ଼ିଶାର ସମସ୍ତ ଜନଜାତି ଭାଇ ଭଉଣୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସଙ୍ଗେ ସଙ୍ଗେ ଜନଜାତି ସମ୍ପ୍ରଦାୟର ବିକାଶ ବିନା ଓଡ଼ିଶାର ବିକାଶ ସମ୍ଭବ ନୁହେଁ ବୋଲି କହିଥିଲେ।
ଆଜି ମଧ୍ୟ ଅଗଷ୍ଟ କ୍ରାନ୍ତି ଦିବସ । ଏହି ଅବସରରେ, ସହିଦମାନଙ୍କୁ ମୋର ଶ୍ରଦ୍ଧାଞ୍ଜଳି । ଓଡ଼ିଶା ପାଇଁ ଆଜି ଦିନର ବିଶେଷ ଗୁରୁତ୍ୱ ରହିଛି । ଆମ ରାଜ୍ୟର ସମୁଦାୟ ଜନସଂଖ୍ୟାର ପ୍ରାୟ ଏକ ଚତୁର୍ଥାଂଶ ହେଲେ ଆଦିବାସୀ ସମ୍ପ୍ରଦାୟର। ଜନଜାତି ଭାଇଭଉଣୀ ମାନଙ୍କ କଲ୍ୟାଣ ଏବଂ ସଂସ୍କୃତିର ସୁରକ୍ଷା ପାଇଁ ବିଜେଡି ସରକାର ଅନେକ ପଦକ୍ଷେପ ନେଇଥିଲା । ନବୀନ କହିଥିଲେ ଯେ, କୋରାପୁଟରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, କଳାହାଣ୍ଡିରେ ସହିଦ ରେଣ୍ଡୋ ମାଝି ମେଡିକାଲ କଲେଜ, ବାରିପଦାରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ରାଉରକେଲାରେ ଭଗବାନ ବିର୍ଶାମୁଣ୍ଡା ହକି ଷ୍ଟାଡିୟମ ବିଜେଡି ସରକାର କରିଛି । ସେମାନଙ୍କ ସଂସ୍କୃତିର ସୁରକ୍ଷା ପାଇଁ ବିଜେଡି ସରକାର ସ୍ପେସିଆଲ ଡେଭେଲପମେଌକ୍ଷଗ୍ଧ; କାଉନସିଲ ଗଠନ କରିଥିଲା । ଏହା ଥିଲା ସାରା ଦେଶରେ ଏକ ନୂଆ ପଦକ୍ଷେପ । ଜଙ୍ଗଲ ଜମି ଅଧିକାର ହେଉ ବା ଶିକ୍ଷାର ପ୍ରସାର ବା ଜୀବୀକାର ସୁରକ୍ଷା ବା ସାନ୍ତାଳି ଭାଷାକୁ ସମ୍ୱିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିବା ଏସବୁ କାମ ବିଜେଡି ସରକାର ସମୟରେ ହି ହୋଇଛି ।
ସେ ଆହୁରି କହିଥିଲେ, ବିଜେଡି ସରକାର ୧୬୯ କମ୍ୟୁନିଟିକୁ ଜନଜାତି ସମ୍ପ୍ରଦାୟର ମାନ୍ୟତା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଲଗାତାର ଦାବି କରି ଆସୁଛି । ସେହିପରି କିଛି ଜନଜାତି ଭାଷା ଯଥା ହୋ, ମୁଣ୍ଡାରୀ, ଭୂମିଜ, ସଉରା ଓ କୁଇ ଇତ୍ୟାଦିକୁ ସମ୍ୱିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିବା ପାଇଁ ବିଜେଡି ଦାବି କରିଆସୁଛି। ଉଭୟ ଦାବିକୁ କେନ୍ଦ୍ର ସରକାର ତୁରନ୍ତ ମାନିନେବା ଉଚିତ । ଆଦିବାସୀ ଭାଇଭଉଣୀମାନଙ୍କ ପାଇଁ ଆମେ ଗର୍ବିତ । ସେମାନଙ୍କ ବିକାଶ ଓ ସ୍ୱତନ୍ତ୍ର ପରିଚୟର ସୁରକ୍ଷା ପାଇଁ ବିଜେଡି ତାର ଉଦ୍ୟମ ଜାରି ରଖିବ ବୋଲି ନବୀନ କହିଥିଲେ।
ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିବା ବେଳେ କୋରାପୁଟର ବିଜେଡ଼ି ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକା, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ଅଶୋକ ପଣ୍ଡା ପ୍ରମୁଖ ଉଦବୋଧନ ଦେଇଥିଲେ। ବିଜୁ ଜନତା ଦଳର ମିଡ଼ିଆ ସଂଯୋଜକ ଡ଼ଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଦେଇଥିଲେ। ପ୍ରାରମ୍ଭରେ ଭିନ୍ନ ଭିନ ଗ୍ରୁପ ଆଦିବାସୀ ନୃତ୍ୟର ତାଳେ ତାଳେ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ୱ ଜନଜାତି ସମ୍ପ୍ରଦାୟର ଲୋକମାନେ ଅଂଶଗ୍ରହଣ କରିଥିଲେ। ଏହି ବିଶ୍ୱ ଆଦିବାସୀ ଦିବସରେ ଶ୍ରୀ ଦେବୀ ପ୍ରସାଦ ମିଶ୍ର (ଚେୟାରମ୍ୟାନ କୋର୍ଡ଼ିନେସନ କମିଟି, ବିଜେଡ଼ି), ଶ୍ରୀ ସନ୍ତୃପ୍ତ ମିଶ୍ର (ପଲିଟିକାଲ ସେକ୍ରେଟାରୀ, ସଭାପତି, ବିଜୁ ଜନତା ଦଳ), ଶ୍ରୀ ସୁଦାମ ମାରାଣ୍ଡି (ପୂର୍ବତନ ମନ୍ତ୍ରୀ), ଶ୍ରୀ ଜଗନ୍ନାଥ ସାରକା (ପୂର୍ବତନ ମନ୍ତ୍ରୀ), ଶ୍ରୀ ସୁଶାନ୍ତ ରାଉତ (ବିଧାୟକ, ଭୁବନେଶ୍ୱର ଉତ୍ତର), ଶ୍ରୀ ଅନନ୍ତ ନାରାୟଣ ଜେନା (ବିଧାୟକ, ଭୁବନେଶ୍ୱର ମଧ୍ୟ), ଶ୍ରୀ ଅଶୋକ ପଣ୍ଡା (ପୂର୍ବତନ ମନ୍ତ୍ରୀ), ଶ୍ରୀମତୀ ସୁଲୋଚନା ଦାସ (ମେୟର, ଭୁବନେଶ୍ୱର), ଶ୍ରୀମତୀ ମଞ୍ଜୁଲତା କହଁର (ଡେପୁଟି ମେୟର, ଭୁବନେଶ୍ୱର), ଶ୍ରୀ ସାନନ୍ଦ ମାରାଣ୍ଡି (ପୂର୍ବତନ ଉପବାଚସ୍ପତି), ଶ୍ରୀ ଦେବାଶିଷ ମାରାଣ୍ଡି (ବିଜେଡ଼ି ବିଧାୟକ ପ୍ରାର୍ଥୀ, ସାରସକଣା), ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ (ପୂର୍ବତନ ମନ୍ତ୍ରୀ), ଶ୍ରୀ ମାଧବ ସର୍ଦ୍ଦାର (ପୂର୍ବତନ ସାଂସଦ), ଶ୍ରୀ ଜିନ ହିକକା (ପୂର୍ବତନ ସାଂସଦ), ଶ୍ରୀମତୀ କୌଶଲ୍ୟା ହିକକା (ବିଜେଡ଼ି ସାଂସଦ ପ୍ରାର୍ଥୀ, କୋରାପୁଟ), ଚକ୍ରମଣି କହଁର (ବିଧାୟକ, ବାଲିଗୁଡ଼ା), ଶ୍ରୀ ଲେନିନ୍ ମହାନ୍ତି (ମିଡ଼ିଆ ସଂଯୋଜକ, ବିଜୁ ଜନତା ଦଳ), ଡକ୍ଟର ପ୍ରିୟବ୍ରତ ମାଝୀ (ମିଡ଼ିଆ ସଂଯୋଜକ, ବିଜୁ ଜନତା ଦଳ), ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର (ବିଜେଡ଼ି ସାଂସଦ ପ୍ରାର୍ଥୀ, ବାଲେଶ୍ୱର), ଶ୍ରୀ ତୁମ୍ବନାଥ ପଣ୍ଡା (ମୁଖପାତ୍ର, ବିଜୁ ଜନତା ଦଳ), ଶ୍ରୀ ମିହିର ରାୟ (ମୁଖପାତ୍ର, ବିଜୁ ଜନତା ଦଳ), ଶ୍ରୀ କାଶୀନାଥ ହେମ୍ବ୍ରମ (ସଭାପତି, ମୟୂରଭଞ୍ଜ ସଦର), ମନୋଜ ସାହୁ, ମିହିର ରାଉତ, ଅବଦତ୍ତ ସ୍ୱାଇଁ, ସବ୍ୟସାଚୀ ସାହୁ, ଶେଖ୍ ନୁର୍ ହସନ, ପୂଜା ବେହେରା, ପ୍ରେମାନନ୍ଦ ଜେନା, ଅଚ୍ୟୁତାନନ୍ଦ ସ୍ୱାଇଁ, ମିନୁଶ୍ରୀ ଖୁଌକ୍ଷଗ୍ଧ;ିଆ, ବାସନ୍ତୀ ସିଂ, ସାଲଖାନ ମୁର୍ମୁ, ଖୋଲାନ ମାଝୀ, ହେମନ୍ତ ପରିଡ଼ା, ଦେବରାଜ ଭୋଇ, ସୁବାସ ପାତ୍ର, କାରୁ ମୁର୍ମୁ, ବିଦୁରାଜ ସୋରେନ, କରୁଣାକର ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking