ଭୁବନେଶ୍ୱର: ରାଜ୍ୟସଭା କ୍ରସ ଭୋଟିଂକୁ ନେଇ ବରିଷ୍ଠ ରାଜନେତା ପ୍ରତିକ୍ରିୟା ରଖି କହିଛନ୍ତି, ବିଜେଡିରେ ୫୧ ଥିଲା ୫୦କୁ ଖସିଲା । ପରେ ୪୮ ହେଲା ଆଉ ଏବେ ୬ ଜଣଙ୍କ କ୍ରସ ଭୋଟିଂ ପରେ ଏବଂ ସଂଖ୍ୟା ୪୨ ହୋଇଛି । ବିଜେଡି ୧୯ ପ୍ରତିଶତ କ୍ଷୟ ହୋଇସାରିଲାଣି । ଧୀରେ ଧୀରେ ସଂପୂର୍ଣ୍ଣ କ୍ଷୟ ହୋଇଯିବ । ନବୀନ ବାବୁ ବିଧାୟକଙ୍କୁ ଏକାଠି ରଖିବାକୁ ବହୁତ ଚେଷ୍ଟା କରିଥିଲେ । ୨ ଜଣଙ୍କୁ ପୂର୍ବରୁ ନିଲମ୍ବନ କଲେ, କିନ୍ତୁ ତାହା କାମ ଦେଲାନି । ବର୍ତ୍ତମାନ ନେତୃତ୍ୱ ପ୍ରତି ପ୍ରଶ୍ନବାଚୀ , ନେତା ବିଧାୟକ ସବୁ ଉତ୍ତର ପାଇଲେଣି । ଦିଲୀପ ରାୟ ଇତିହାସ କୁ ପୁଣି ଥରେ ଦୋହରାଇଲେ। ବିଶ୍ଵକପ ଜିତିଲା ଭଳି। କ୍ରସ୍ ଭୋଟିଂ ମାଧ୍ୟମରେ ଜିତିବା କିନ୍ତୁ ଗୌରବ ର ବିଷୟ ନୂହେଁ ବୋଲି କହିଛନ୍ତି ବରିଷ୍ଠ ରାଜନେତା ।










