ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ନେଇ ବିଜେଡି ବିଧାୟକ ସାରଦା ଜେନା ପ୍ରତିକ୍ରିୟା ରଖି କହିଛନ୍ତି, ଚତୁର୍ଥ ଆସନକୁ ବିଜେଡି ଓହ୍ଲାଇବା କଥା, ଆଜି ବୈଠକରେ ସ୍ପଷ୍ଟ ହେବ । ବିଜେଡି ଏକ ହୋଇ ଅଛି । ବିରୋଧୀ ଦଳ ହିସାବରେ ଲଢିବ । ନବୀନଙ୍କ ନିଷ୍ପତ୍ତିକୁ ସବୁ ବିଧାୟକ ଗ୍ରହଣ କରିବେ । ନିଷ୍ପତ୍ତି ନେବାକୁ ପିଏସି ନବୀନ ପଟ୍ଟନାୟକଙ୍କୁ ପ୍ରସ୍ତାବ ଦେଇଛି ।ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କିଏ ଯିବେ ରାଜ୍ୟସଭା, ତାକୁ ନେଇ ଆରମ୍ଭ ହୋଇଛି କସରତ । ଦିନେ ଦୁଇଦିନ ଭିତରେ ବିଜେଡି ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ । ଗତକାଲି ସାଂସଦ ସସ୍ମିତ୍ ପାତ୍ର ବିଧାନସଭା ସମ୍ମିଳନୀ କକ୍ଷରୁ ୬ ସେଟ୍ ଫର୍ମ ନେଇଥିଲେ ।ସେହିପରି ବିଜେପି ମଧ୍ୟ କୌଣସି ମୁହୂର୍ତ୍ତରେ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ । ରେସ୍ର ସବୁଠୁ ଆଗରେ ଅଛନ୍ତି ସୁଜିତ୍ କୁମାର। ସେହିପରି ମନମୋହନ ସାମଲ, ବିଜୟପାଲ ସିଂ ତୋମାର, ଗୋଲକ ମହାପାତ୍ର ଓ ସମୀର ମହାନ୍ତିଙ୍କ ନାଁ ବି ଚର୍ଚ୍ଚା ହେଉଛି । ତେବେ ସଂସଦୀୟ ବୋର୍ଡ ବୈଠକ ନେବ ଚୂଡ଼ାନ୍ତ ନିଷ୍ପତ୍ତି ବୋଲି କୁହାଯାଉଛି ।










