17.1 C
Bhubaneswar
Wednesday, December 10, 2025
Homeଓଡିଶାଅଗଷ୍ଟ ୨୫ରେ ବିଜେଡିର ବିଧାୟକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଅଗଷ୍ଟ ୨୫ରେ ବିଜେଡିର ବିଧାୟକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

– ବିଧାନସଭାର ପରମ୍ପରା ଓ ମର୍ଯ୍ୟାଦା ରକ୍ଷା ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବର୍ଜନ
– କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ଗୌଣ କରିବା ଗ୍ରହଣୀୟ ନୁହେଁ

ଭୁୁବନେଶ୍ୱର : ଓଡିଶା ବିଧାନସଭାରେ ବିଧାୟକମାନଙ୍କ ପାଇଁ ଆୟୋଜିତ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମକୁ ଆମେ ବର୍ଜନ କରିଛୁ ବୋଲି ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ବିରୋଧୀ ଦଳର ଉପମୁଖ୍ୟ ସଚେତକ ପ୍ରତାପ ଦେବ ସାମ୍ବାଦିକଙ୍କ ସହ ବାର୍ତାଳାପ କରି ସୂଚନା ଦେଇଛନ୍ତି। ବିଜେଡିର ବିଧାୟକ ମାନଙ୍କ ପାଇଁ ୨୫ ଅଗଷ୍ଟ ଦିନ ଶଙ୍ଖ ଭଵନ ଠାରେ ଏକ ସ୍ଵତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।

ଶ୍ରୀ ଦେବ କହିଥିଲେ, ବିଜୁ ଜନତା ଦଳ କେବେ କୌଣସି ବ୍ୟକ୍ତି ବିଶେଷଙ୍କୁ ବିରୋଧ କରେନାହିଁ। ଗୃହର ନେତା ହେଉଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଧାନସଭାର ଅଧ୍ୟକ୍ଷ ହେଉଛନ୍ତି ବାଚସ୍ପତି, ତେଣୁ ଏହି ଦୁଇ ଜଣ ଯଥାକ୍ରମେ ଉଦଘାଟନ ଓ ଉଦଯାପନ କାର୍ଯ୍ୟକ୍ରମରେ ଅତିଥି ରହିବା କଥା। ଗୃହର ପରମ୍ପରା ନୀତି ନିୟମ ବଦଳିବା କଥା ନୁହେଁ। ଆମେ ବିରୋଧ କରିବା ପରେ ଏହି କାର୍ଯ୍ୟକ୍ରମ ଅତିଥି ତାଲିକା ପରିବର୍ତନ ହେଲା କିନ୍ତୁ ଏବେ ବି କେନ୍ଦ୍ରମନ୍ତ୍ରୀ ମୁଖ୍ୟ ଅତିଥି ହୋଇଛନ୍ତି। ଏହା ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ପଦ ପ୍ରତି ଅବମାନନା।

ବିଜେଡିର ପ୍ରଶିକ୍ଷଣ ଶିବିର ଉପରେ ସୂଚନା ଦେଇ ଶ୍ରୀ ଦେବ କହିଥିଲେ, ଅଗଷ୍ଟ ୨୫ ତାରିଖ ରବିବାର ସକାଳ ୧୦ ଟାରେ ବିଜେଡି ବିଧାୟକଙ୍କ ପ୍ରଶିକ୍ଷଣ ଶିବିର ଶଙ୍ଖ ଭଵନ ଠାରେ ଅନୁଷ୍ଠିତ ହେବ। ଏଥିରେ ଉଦଘାଟନ ଓ ଉଦଯାପନ କାର୍ଯ୍ୟକ୍ରମ ବ୍ୟତୀତ ବିଭିନ୍ନ ପ୍ରସଙ୍ଗ ଉପରେ ସମୁଦାୟ ଆଠଟି ସେସନ ଅନୁଷ୍ଠିତ ହେବ। ଏଥିରେ ବରିଷ୍ଠ ଓ ଅଭିଜ୍ଞ ବିଧାୟକମାନେ ନୂଆ ସଦସ୍ୟ ମାନଙ୍କୁ ବିଧାନସଭାର କାର୍ଯ୍ୟଶୈଳୀ ବାବଦରେ ପ୍ରଶିକ୍ଷଣ ଦେବେ ବୋଲି ଶ୍ରୀ ଦେବ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking