ଭୁବନେଶ୍ୱର: ଆଗାମୀ ଦିନରେ ବିଜେଡି ଇତିହାସ ହୋଇଯିବ କହିଲେ ଶିଳ୍ପ ମନ୍ତ୍ରୀ ସଂପଦ ସ୍ୱାଇଁ । ଦେବାଶିଷ ସାମନ୍ତରାୟ ବିଜେଡିରେ ପଦ ଛାଡିବା ପ୍ରସଙ୍ଗରେ ଦେଲେ ବଡ ବୟାନ । ଶିଳ୍ପ ମନ୍ତ୍ରୀ କହିଲେ ବିଜୁ ଜନତା ଦଳରେ ଜଣଙ୍କ ଇସାରାରେ ହିଁ କାମ ଚାଲେ । ବିଜେଡି ସରକାର ବେଳେ ମଧ୍ୟ ସେଇ ଢଙ୍ଗରେ କାମ ହେଉଥିଲା । ପୂର୍ବରୁ କ୍ଷମତା ମୋହରେ ସମସ୍ତେ ପାଟି ଚୁପ୍ କରିଥିଲେ । ବିଜେଡି ଏକ ନମ୍ବର ଦଳରୁ ତିନି ନମ୍ବର ଦଳରେ ପହଞ୍ଚିଛି । ବିଜେଡି ଆଗାମୀ ଦିନରେ ଇତିହାସ ହେଇଯିବ, ତାସ୍ ଘର ଭଳି ଭାଙ୍ଗିଯିବ । ଇଏ ଆରମ୍ଭ ମାତ୍ର, ଆଗକୁ ଆହୁରି ଅନେକ ନେତା ମୁହଁ ଖୋଲିବେ । ସୂଚନାଯୋଗ୍ୟ, ଆଜି ସକାଳେ ବିଜେଡିର ପଦ ଛାଡିଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ । ସିନିୟର ସିଟିଜେନ ସେଲ ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫାପତ୍ର ପଠାଇ ପଦ ଛାଡିଛନ୍ତି । ଇସ୍ତଫା ଦେବା ପୂର୍ବରୁ ଅନେକ ସମୟରେ ଦେବାଶିଷ ସାମନ୍ତରାୟ ନିଜର ଅସନ୍ତୋଷ ମଧ୍ୟ ପରିପ୍ରକାଶ କରିଥିଲେ ।








