28.1 C
Bhubaneswar
Sunday, September 29, 2024
Homeଓଡିଶାସଂସଦରେ କଠୋର ହେବ ବିଜେଡି

ସଂସଦରେ କଠୋର ହେବ ବିଜେଡି

ଭୁବନେଶ୍ୱର : ସଂସଦରେ କଠୋର ହେବ ବିଜେଡି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ରାଜ୍ୟସଭା ସାଂସଦଙ୍କ ବୈଠକରେ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ବିଜେଡି ରାଜ୍ୟସଭା ସାଂସଦମାନେ ନିଜ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ବିଜେଡି ବିରୋଧୀ ଦଳ ଭୂମିକରେ ବସିବ । ଏଣିକି ଦଳ କଠୋର ଅଭିମୁଖ୍ୟ ଗ୍ରହଣ କରିବ । ଆବଶ୍ୟକ ପଡ଼ିଲେ ଗୃହର ମଧ୍ୟଭାଗକୁ ଓହ୍ଲାଇ ଦାବି ଓ ପ୍ରତିବାଦ ଜଣାଇବ । ରାଜ୍ୟର ସ୍ୱାର୍ଥ ପାଇଁ ବିଜେଡି ଜୋରଦାର ଲଢେଇ କରିବ । ସଂସଦରେ ଶିକ୍ଷା, ସ୍ୱାସ୍ଥ୍ୟ, ଯୁବକ, ଚାଷୀ ଓ ମହିଳାଙ୍କ ଅଧିକାରକୁ ଉଠାଯିବ । ଲୋକସଭାରେ ଦଳର ଅନୁପସ୍ଥିତିକୁ ରାଜ୍ୟସଭାରେ ପୂରଣ କରାଯିବ । ସଂସଦରେ ଲଢେଇ ଆରପାର ହେବ ବୋଲି ବିଜେଡି ସାଂସଦମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking