23.1 C
Bhubaneswar
Sunday, March 22, 2026
Homeଓଡିଶାବିଜେଡି ପକ୍ଷରୁ ଶଙ୍ଖ ଭବନଠାରେ ୭୯ତମ ସ୍ୱାଧୀନତା ଦିବସ ପାଳନ କରାଯିବ

ବିଜେଡି ପକ୍ଷରୁ ଶଙ୍ଖ ଭବନଠାରେ ୭୯ତମ ସ୍ୱାଧୀନତା ଦିବସ ପାଳନ କରାଯିବ

ସକାଳ ୮ଟା ୩୦ରେ ଜାତୀୟ ପତାକା ଉତ୍ତୋଳନ କରାଯିବ
ଭୁବନେଶ୍ୱର ଜିଲ୍ଲା ବିଜେଡି ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ
ଭୁବନେଶ୍ୱର:  ଆଜି ଶଙ୍ଖ ଭବନର ସମ୍ମିଳନୀ କକ୍ଷରେ ବିଜୁ ଜନତା ଦଳ ପକ୍ଷରୁ ଆଗାମୀ ୭୯ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଭୁବନେଶ୍ୱର ଜିଲ୍ଲା ବିଜୁ ଜନତା ଦଳକୁ ଆୟୋଜନର ସମସ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ସକାଳ ୮ଟା ୩୦ରେ ଶଙ୍ଖ ଭବନ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯିବା ପାଇଁ ସମୟ ନିର୍ଦ୍ଧାରିତ କରାଯାଇଛି । ଏହି ବୈଠକରେ ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଶ୍ରୀ ଅଶୋକ ପଣ୍ଡା, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ମେୟର ଶ୍ରୀମତୀ ସୁଲୋଚନା ଦାସ, ମିଡିଆ ସଂଯୋଜକ ଡ. ଲେନିନ ମହାନ୍ତି, ଡ. ପ୍ରିୟବ୍ରତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking