22.1 C
Bhubaneswar
Friday, January 16, 2026
Homeଓଡିଶାକୃଷି ସମସ୍ୟାକୁ ନେଇ ରାଜ୍ୟପାଳଙ୍କୁ ଭେଟିଲା ବିଜେଡି

କୃଷି ସମସ୍ୟାକୁ ନେଇ ରାଜ୍ୟପାଳଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର: ରାଜ୍ୟରେ କୃଷି ସମସ୍ୟାକୁ ନେଇ ଶନିବାର ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଦଳର ସମସ୍ତ ବିଧାୟକ ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଛନ୍ତି। ଚାଷୀଙ୍କ ସମସ୍ୟା ସମ୍ପର୍କରେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଦଳ ପକ୍ଷରୁ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଏହି ଅବସରରେ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ରାଜ୍ୟର ଚାଷୀକୂଳ ଦାରୁଣ ଦୁଃଖର ସମ୍ମୁଖୀନ ହେଉଛନ୍ତି। ଗତ ଡିସେମ୍ବର ମାସରେ ଅଦିନିଆ ବର୍ଷାରେ ଲକ୍ଷ ଲକ୍ଷ ଏକର ଚାଷ ଜମିରେ ଫସଲ ନଷ୍ଟ ହେଲା। ଚାଷୀ ହାହାକାର କଲେ। କ୍ଷତି ସହିନପାରି ଅନେକ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଅନେକ ଚାଷୀଙ୍କର ହୃଦଘାତରେ ମୃତ୍ୟୁ ହୋଇଛି ।

ଏକଥା ସାରା ଦେଶ ଜାଣିଛି। ଦୁର୍ଦ୍ଦଶାଗ୍ରସ୍ତ ଚାଷୀଙ୍କ ଦୁଃଖ କଷ୍ଟକୁ ରାଜ୍ୟ ସରକାର ଜାଣିପାରୁ ନାହାନ୍ତି। ଚାଷୀଙ୍କୁ ସରକାରଙ୍କ ସାହାଯ୍ୟ ଓ ସହଯୋଗ ମିଳିପାରିନାହିଁ। ଅନେକ ଚାଷୀ ସେମାନଙ୍କ କ୍ଷତିପୂରଣ ପାଇନାହାନ୍ତି। ଉପଯୁକ୍ତ ପରିମାଣରେ କ୍ଷତିପୂରଣ ଦିଅଯାଉଛି ବୋଲି ସରକାର ବାରମ୍ବାର ଘୋଷଣା କରିଛନ୍ତି। କିନ୍ତୁ ଅନେକ ସ୍ଥାନରେ କ୍ଷତିର ଆକଳନ ସରକାର କରିପାରିନାହାନ୍ତି। ଯେଉଁ ଚାଷୀ ଆତ୍ମହତ୍ୟା କରିଛନ୍ତି ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରୁଛୁ। ସେହିପରି ହୃଦଘାତ ଓ ଅନ୍ୟାନ୍ୟ କାରଣରୁ ଚାଷୀଙ୍କର ହୋଇଥିବା ମୃତ୍ୟୁକୁ ଗ୍ରହଣ କରି ଆର୍ôଥକ ବ୍ୟବସ୍ଥା ହେଉ। ଆଗାମୀ ଦିନରେ ଚାଷୀ ପରିବାରକୁ ପର୍ଯ୍ୟାପ୍ତ ପରିମାଣର ଋଣ ପ୍ରଦାନ କରନ୍ତୁ। ଫଳରେ ସେମାନେ ଅଣ୍ଟା ସଳଖି ଛିଡ଼ା ହୋଇପାରିବେ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଧାନ ସଂଗ୍ରହ ସମୟରେ ବ୍ୟାପକ ପରିମାଣର କଟନୀ ଛଟନୀ ହେଉଛି। ପ୍ରତି ବସ୍ତାରୁ ପ୍ରାୟ ୧୦ କେଜି ପର୍ଯ୍ୟନ୍ତ କଟନୀ ଛଟନୀ ହେଉଛି। କଟନୀ ଛଟନୀ ନାଁରେ ଶୋଷଣ କରାଯାଉଛି। ସରକାର ଓ ବିଭାଗୀୟ ମନ୍ତ୍ରୀ ବାରମ୍ବାର କଟନୀ ଛଟନୀ ହେବ ନାହିଁ ବୋଲି ଘୋଷଣା କରିଥିଲେ। କିନ୍ତୁ ସରକାରଙ୍କ କଥା ପାଣିର ଗାର ହୋଇଛି ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking