14.1 C
Bhubaneswar
Sunday, January 18, 2026
Homeଓଡିଶାରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ଠାରେ ବିଜେଡିର ଫେରାଦ; ସରକାରୀ ଦଳର ହାତବାରିସି ନ ସାଜୁ ପୁଲିସ୍‌

ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ଠାରେ ବିଜେଡିର ଫେରାଦ; ସରକାରୀ ଦଳର ହାତବାରିସି ନ ସାଜୁ ପୁଲିସ୍‌

ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ପୁଲିସ ସରକାରୀ ଦଳର ହାତବାରିସୀ ନସାଜି ନିରପେକ୍ଷତା ଅବଲମ୍ବନ କରୁ। ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ପୁଲିସ ଡିଜିପିଙ୍କୁ ଭେଟି ଏକ ସ୍ମାରକପତ୍ର ଦେବା ସହ ଦୃଢ଼ ଦାବି କରିଛି। ସୋମବାର ରାଜ୍ୟ ପୁଲିସ ଡିଜିପିଙ୍କ ସହିତ ଆଲୋଚନା କରି ଫେରିବା ପରେ ବିଜେଡି ପ୍ରତିନିଧି ମଣ୍ଡଳୀରେ ସାମିଲ ଥିବା ଦଳର ବିଧାୟକ ଡ଼ଃ ଅରୁଣ ସାହୁ କହିଥିଲେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଗତ ପାଞ୍ଚ ମାସର ବିଜେପି ଶାସନ କାଳରେ ରାଜ୍ୟରେ ୧୨୫୬ ମହିଳା ଅତ୍ୟାଚାରର ଶିକାର ହୋଇଛନ୍ତି। ସେହିପରି ରାଜ୍ୟରେ ଚୋରି, ଡକାୟତି ଇତ୍ୟାଦି ବୃଦ୍ଧି ପାଇଛି।

ଭୁବନେଶ୍ୱରରେ ଛିନତାୟୀ ଓ ସମ୍ବଲପୁରରେ ଡକାୟତି ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି। ଅପରପକ୍ଷରେ, ରାଜ୍ୟ ପୋଲିସ ସରକାରୀ ଦଳର ବୋଲକରା ସାଜିଛି, ଯାହା ଫଳରେ ଶାସକ ଦଳର କର୍ମୀ ସମର୍ଥକ ମାନେ ଯେତେ ବଡ଼ ଅପରାଧ କଲେ ମଧ୍ୟ ତାଙ୍କୁ ପୁଲିସ ଗିରଫ କରୁନାହିଁ। ଯାଜପୁରରେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ, ବିଜେଡିର ୧୯ ଜଣଙ୍କୁ ଗିରଫ କରାଯାଇଥିବାବେଳେ ବିଧାୟକଙ୍କ ସମର୍ଥକ, ଯେଉଁମାନେ ସେଠାକୁ ଲାଠି ଓ ଅନ୍ୟ ମାରାଣାସ୍ତ୍ର ନେଇ ଯାଇଥିବାର ଭିଡିଓ ଫୁଟେଜ ରହିଛି, ସେମାନଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। ବିଧାୟକଙ୍କ ସୁନାଚେନ ଖୋଜିବା ପାଇଁ କ୍ରାଇମ ବ୍ରାଞ୍ଚକୁ ଅନୁସନ୍ଧାନ କରିବା ପାଇଁ ଦାୟିତ୍ୱ ଦିଆଯାଇଛି। ନିଜ ପୁଲିସ ପ୍ରତି ସରକାରଙ୍କ ଭରସା ନାହିଁ। ବିଜେଡି ନେତା ବିଭୂୂ ପ୍ରସାଦ ଦାସ ଅସୁସ୍ଥ ଥିବା ଓ ନିୟମିତ ଭାବେ ଚିକିତ୍ସିତ ହେଉଥିବାବେଳେ ତାଙ୍କୁ ଏହି ଘଟଣାରେ ଗିରଫ କରିବା ଅତ୍ୟନ୍ତ ଅମାନବୀୟ କାର୍ଯ୍ୟ ବୋଲି ଡ଼ଃ ସାହୁ କହିଥିଲେ।

ବିଜେଡି ତରଫରୁ ଦିଆଯାଇଥିବା ଦାବି ପତ୍ରରେ ଏକାଧିକ ଘଟଣାରେ ରାଜ୍ୟରେ ପୁଲିସର ପକ୍ଷପାତିତା କରି ବିଜେଡି କର୍ମୀଙ୍କୁ ଗିରଫ କରିଥିବା ଦର୍ଶାଯାଇଛି। ପୁରୀ ଜିଲ୍ଲାର ବ୍ରହ୍ମଗିରିରେ, ବିଜେଡି କର୍ମୀ ମାନଙ୍କର କୌଣସି ଦୋଷ ନଥିଲେ ମଧ୍ୟ ତାଙ୍କୁ ଏକତରଫା ଭାବେ ଗିରଫ କରାଯାଇଥିଲା। ସେହିପରି ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ଭାଗ ନେଇଥିବା ବିଜେଡି ବିଧାୟକ ଓ ମୁଖପାତ୍ରଙ୍କ ବିରୋଧରେ ଆର୍ମସ ଆକ୍ଟ ଲଗା ଯାଇ କେସ ରୁଜୁ କରାଯାଇଥିଲା। ଅପରପକ୍ଷରେ, ଅନେକ ଜଘଣ୍ୟ ଅପରାଧ ମାମଲାରେ ବିଜେପିର କର୍ମୀ ସମର୍ଥକ ସାମିଲ ଥିଲା ବେଳେ ତାଙ୍କ ବିରୋଧରେ ପୋଲିସ କୌଣସି କାର?୍ୟ୍ୟାନୁଷ୍ଠାନ ନେଉନାହିଁ। କୁଚିଣ୍ଡାରେ ଏକ ଦଳିତ ନାବାଳିକାର ଗଣଦୁଷ୍କର୍ମ ମାମଲାରେ ପଞ୍ଚାୟତରାଜ ମନ୍ତ୍ରୀଙ୍କ ଜଣେ ଘନିଷ୍ଠ ସହଯୋଗୀ ଅଭିଯୁକ୍ତ ଥିବାରୁ, ପୋଲିସ ଦୁଷ୍କର୍ମ ମାମଲା ରୁଜୁ କରିବାରେ ଓ ତାଙ୍କୁ ଗିରଫ କରିବାରେ ଟାଳ ଟୁଳ ନୀତି ଅ୍ୱଲମ୍ବନ କରୁଥିଲା। ବିଜେଡି ପ୍ରତିନିଧି ମଣ୍ଡଳୀ ଘଟଣା ସ୍ଥଳ ପରିଦର୍ଶନ କରିବା ପରେ ପୋଲିସ ଦୁଷ୍କର୍ମ ମାମଲା ରୁଜୁ କରିବା ସହିତ ମନ୍ତ୍ରୀଙ୍କ ସହଯୋଗୀଙ୍କୁ ଗିରଫ କରିଥିଲା।

ସେହିପରି, ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ପୋଲିସ ଥାନା ଅଞ୍ଚଳରେ ଏକ ଆଦିବାସୀ ଯୁବତୀକୁ ବଳତ୍କାର ଉଦ୍ୟମ ଓ ତାକୁ ଜୋର ଜବରଦସ୍ତ ବିଷ୍ଠା ଖୁଆଇବା ଭଳି ଅମାନବୀୟ ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ଏକ ସପ୍ତାହ ପର?୍ୟ୍ୟନ୍ତ ଟାଳ ଟୁଳ ନୀତି ଅ୍ୱଲମ୍ବନ କରୁଥିଲା। ବିଜେଡି ତରଫରୁ ଘଟଣାକୁ ଉତଥାପନ କରିବା ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା।ଏହିପରି ଅନେକ ଦୁଷ୍କର୍ମ, ଚୋରି, ରାହାଜାନି ଘଟଣା ରାଜ୍ୟବାସୀଙ୍କୁ ବ୍ୟଥିତ କରୁଛି। ତେଣୁ ପୁଲିସ ପ୍ରସାଶନ ତରଫରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ନିରପେକ୍ଷତା ଅବଲମ୍ବନ କରିବା ପାଇଁ ବିଜେଡି ତରଫରୁ ଦାବି କରାଯାଇଛି। ବିଜେଡି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ବାଚସ୍ପତି ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମିଡ଼ିଆ ସଂଯୋଜକ ଡ଼ଃ ପ୍ରିୟବ୍ରତ ମାଝୀ, ମିଡ଼ିଆ ସଂଯୋଜକ ତଥା ମୁଖପାତ୍ର ଡ଼ଃ ଲେନିନ ମହାନ୍ତି, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଜୟ ନାୟକ, ଡ଼ଃ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ସାମିଲ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking