ପୁରୀ: ଆଶୀର୍ବାଦଙ୍କ ଗାଁରେ ପହଞ୍ଚିଲା ବିଜେଡି ଟିମ । ରତନପୁର ଗାଁରେ ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ ।ସୂଚନା ଥାଉ କି, ପିପିଲି ରତନପୁର ଗାଁର ନାବାଳକ ଅପହରଣ ପରେ ହତ୍ୟା ଘଟଣାର ତଦନ୍ତ ପାଇଁ ଗାଁରେ ପହଂଚିଥିଲେ ସାଇଣ୍ଟିଫିକ ଟିମ । ମୃତଦେହ ମିଳିଥିବା ପାଇଖାନା ଟାଙ୍କିର ୧୦୦ ମିଟର ଦୂରରେ ଥିବା ଆଉ ଏକ ଟାଙ୍କିରୁ ମିଳିଲା ନାବାଳକର ସାର୍ଟ-ପ୍ୟାଣ୍ଟ । ଆଉ ପ୍ୟାଣ୍ଟ ପକେଟରେ ରହିଥିଲା କିଛି ଖେଳଣା । ତେବେ ପୁରା ଯୋଜନାବଦ୍ଧ ଭାବେ ହତ୍ୟାକାରୀ ବାପି ଓରଫ ପ୍ରଭାକର ସାହୁ ମୃତଦେହ ଓ ପିଲାର ସାର୍ଟ ପ୍ୟାଣ୍ଟ ପାଇଖାନା ଟାଙ୍କିରେ ଲୁଚାଇ ପ୍ରମାଣ ନଷ୍ଟ କରିବା ବ୍ୟବସ୍ଥା କରିଥିଲା ।