25.1 C
Bhubaneswar
Saturday, December 6, 2025
Homeଓଡିଶାରଥଯାତ୍ରା ମହାବିଭ୍ରାଟ : ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ: ବିଜେଡି

ରଥଯାତ୍ରା ମହାବିଭ୍ରାଟ : ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ: ବିଜେଡି

– ରଥଯାତ୍ରା ସ୍ମରଣୀୟ ଓ ଦିବ୍ୟ ଅନୁଭବ ହେବ ବୋଲି କହି ମହାବିଭ୍ରାଟ କଲେ
– ସମ୍ବାଦିକଙ୍କୁ ସରକାର ନିମନ୍ତ୍ରଣ କରି ପୋଲିସ୍ ଦ୍ୱାରା କ୍ଷତାକ୍ତ କଲେ
– ଦଳୀୟ ନେତାଙ୍କୁ ଅତ୍ୟଧିକ କର୍ଡନ ପାସ୍ ରଥଟଣାରେ ବାଧକ ହେଲା
– ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ କରନ୍ତୁ ସରକାର

ଭୁବନେଶ୍ୱର: ଚଳିତ ବର୍ଷ ତ୍ରୁଟିଶୂନ୍ୟ ଓ ସ୍ମରଣୀୟ ରଥଯାତ୍ରା ହେବ ଏବଂ ଏକ ଦିବ୍ୟ ଅନୁଭୂତି ନେଇ ଭକ୍ତମାନେ ଫେରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ, କିନ୍ତୁ ଅବ୍ୟବସ୍ଥିତ ଓ ମହାବିଭ୍ରାଟରେ ରଥଯାତ୍ରା ସମ୍ପନ୍ନ ହେଲ ।ବୋଲି ବିଜୁ ଜନତା ଦଳ କହିଛି । ଆଜି ଶଙ୍ଖ ଭବନରେ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି (ମୁଖ୍ୟାଳୟ) ତଥା ପୂର୍ବତନ ଆଇନ ମନ୍ତ୍ରୀଶ୍ରୀ ପ୍ରତାପ ଜେନାକହିଛନ୍ତି ଯେ, ଯଥା ସମୟରେସେବାୟତଙ୍କ ଦ୍ୱାରା ପହଣ୍ଡିସମ୍ପନ୍ନ ହୋଇଥିଲେ ମଧ୍ୟ, ସରକାରଙ୍କ ଅପାରଗତାଲାଗିଶରଧାବାଲିରେ ୩ ରଥ ପହଞ୍ଚିବା ତ ଦୂରର କଥା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାରରୁଘୁଞ୍ଚି ପାରିଲା ନାହିଁ । ପର୍ଯ୍ୟାପ୍ତ ସୁରକ୍ଷାକର୍ମୀଉପସ୍ଥିତ ଥିଲେ ମଧ୍ୟ ସରକାରଙ୍କ ଅପରିଣାମଦର୍ଶୀ ନିଷ୍ପତ୍ତି ଦ୍ୱାରା ପ୍ରଥମଥର ପାଇଁ ଅତ୍ୟଧିକସଂଖ୍ୟାରେକର୍ଡନ ପାସ୍ ବଣ୍ଟନ, ରଥଟଣାରେ ବିଭ୍ରାଟ ସୃଷ୍ଟିକଲା । ରଥ ନିକଟରେବହୁସଂଖ୍ୟାରେ ଦଳୀୟନେତାଙ୍କଭିଡ଼ ପରିଲକ୍ଷିତହୋଇଥିଲା । ସାମ୍ବାଦିକମାନଙ୍କୁସରକାର ନିମନ୍ତ୍ରଣକରିପୋଲିସ୍ ଦ୍ୱାରାମାଡ଼ମରାଇଲହୁଲୁହାଣକରିବା ରଥଯାତ୍ରାଇତିହାସରେ ପ୍ରଥମ । ଅନେକବରିଷ୍ଠ ଓ ମହିଳାସାମ୍ବାଦିକଗୁରୁତର ଆହତହୋଇଚିକିତ୍ସାଧୀନ ଅଛନ୍ତି । ଭିଡ଼ ନିୟନ୍ତ୍ରଣରେସରକାରଙ୍କ ପାରଦର୍ଶିତା ଅଭାବରୁଶହଶହସଂଖ୍ୟାରେଭକ୍ତ ଆହତହୋଇଛନ୍ତି ଓ କିଛିଭକ୍ତ ମଧ୍ୟ ଆଇସିୟୁରେଚିକିତ୍ସାଧୀନ ଅଛନ୍ତି । ପ୍ରଶାସନ ତୁରନ୍ତ ସ୍ପଷ୍ଟ କରନ୍ତୁ ରଥଯାତ୍ରାରେକେତେସଂଖ୍ୟକଭକ୍ତମୃତାହତହୋଇଛନ୍ତି ।

ଶ୍ରୀଜେନା ଆହୁରିକହିଥିଲେ ଯେ, ବିଡ଼ମ୍ବନାରବିଷୟଏହିଘଟଣା ପରେଉଭୟ ଆଇନ ମନ୍ତ୍ରୀ ଓ ଶ୍ରୀମନ୍ଦିର ପ୍ରଶାସକକହିଛନ୍ତି “ଏହା ପ୍ରଭୁଙ୍କଇଚ୍ଛା”ରୁହୋଇଛି ।ଯାହାକେବେଘଟିନଥିଲା, ସେଭଳିବିଭ୍ରାଟଚଳିତବର୍ଷ ରଥଯାତ୍ରାରେଘଟିଲା । ମହାପ୍ରଭୁ ଅଣସରଘରେ ଥିବାସମୟରେ ୩ ଠାକୁରଙ୍କ ପାଇଁଲାଗିହେବାମୋଦକ ଚୋରିହେଲା ଓ ମାରାମୋଦକ ମହାପ୍ରଭୁଙ୍କୁ ଅର୍ପଣକରାଗଲାବୋଲିସେବାୟତଙ୍କ ଅଭିଯୋଗକୁ ଆଇନ ମନ୍ତ୍ରୀ ଓ ପ୍ରଶାସନ ଅସ୍ୱୀକାରକଲେ । ଗତବର୍ଷ ରଥଯାତ୍ରା ପହଣ୍ଡିସମୟରେବଡ଼ଠାକୁର ରଥରୁ ପଡି଼ଯିବାର ତଦନ୍ତ ରିପୋର୍ଟ ଆଜିଯାଏଁସାର୍ବଜନୀନ ହେଲା ନାହିଁ । ଗତବର୍ଷର ଅଘଟଣରୁଶିକ୍ଷାଲାଭକରିସରକାର ଯଦି ସତର୍କହୋଇଥାନ୍ତେ, ତାହେଲେଚଳିତବର୍ଷଏଭଳିବିଭ୍ରାଟହୋଇନଥାନ୍ତା । ଏହିବିଭ୍ରାଟର ନୈତିକ ଦାୟିତ୍ୱ ନେଇ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀତୁରନ୍ତ ଇସ୍ତଫା ଦିଅନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking