20.1 C
Bhubaneswar
Monday, February 9, 2026
Homeଓଡିଶାଡବଲ ଇଞ୍ଜିନ ସରକାରର ଅଧା ଇଞ୍ଜିନ ବି କାମ କରୁନି: ବିଜେଡି

ଡବଲ ଇଞ୍ଜିନ ସରକାରର ଅଧା ଇଞ୍ଜିନ ବି କାମ କରୁନି: ବିଜେଡି

ଭୁବନେଶ୍ୱର: ଡବଲ ଇଞ୍ଜିନ ସରକାରର ଅଧା ଇଞ୍ଜିନ ବି କାମ କରୁନି। ବିଭାଗ ମଧ୍ୟରେ ସମନ୍ୱୟ ନାହିଁ କି ମନ୍ତ୍ରୀଙ୍କ ଉପରେ ସରକାରଙ୍କ ଲଗାମ ନାହିଁ। ଭଳି ବିଭିନ୍ନ ପ୍ରସଙ୍ଗ ନେଇ ବିଧାନସଭା ବଜେଟ୍ ଅଧିବେଶନରେ ସରକାରଙ୍କୁ ଘେରିବ ବିଜେଡି। ଏନେଇ ବିଜେଡି ରଣନୀତି ପ୍ରସ୍ତୁତ କରିଛି।
ବୁଧବାର ଶଙ୍ଖ ଭବନରେ ଆୟୋଜିତ ହୋଇଥିଲା ବିଧାୟକ ଦଳ ବୈଠକ। ଏଥିରେ ଅଧ୍ୟକ୍ଷତା କରିଥିଲେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଗୃହରେ ସବୁ ସଦସ୍ୟ ଉପସ୍ଥିତ ରହି ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ ପରାମର୍ଶ ଦେଇଥିଲେ।

ପରେ ସାମ୍ବାଦିକ ସମ୍ମିଳନୀରେ ବିଜେଡି ବିଧାୟକ ପ୍ରସନ୍ନ ଅ।।ଚାର୍ଯ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷି କହିଥିଲେ, ବିଧାନସଭାରେ ଲୋକଧର୍ମ ପାଳନ କରିବ ବିଜେଡି। ଉଠିବ ଲୋକଙ୍କ ସମସ୍ୟା। ଏ ସରକାରର ଲକ୍ଷଣ ସବୁ କ୍ଷେତ୍ରରେ ନିମ୍ନଗାମୀ। ଆଇନ ଶୃଙ୍ଖଳା ରକ୍ଷାରେ ସରକାରଙ୍କ ଚରମ ବିଫଳତା। ମିଛ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଛନ୍ତି। ଓଡ଼ିଶାବାସୀଙ୍କ ସ୍ୱର ବିଧାନସଭାରେ ଉଠାଇବ ବିଜେଡି। ଭୁବନେଶ୍ୱରରେ ପ୍ରଶାସନ ସାମ୍ନାରେ ଯାହା ଘଟୁଛି ସମସ୍ତେ ଦେଖୁଛନ୍ତି। ହତ୍ୟା, ଲୁଟ୍‌, ଛିନ୍‌ତାଇ, ନାରୀ ନିର୍ଯାତନା ବଢ଼ିଛି। ୯ ମାସରେ ଅର୍ଥ ବ୍ୟବସ୍ଥାର ବିଫଳ ପରିଚାଳନା। ଡବଲ ଇଞ୍ଜିନ ସରକାରରେ ସବୁ ଡବଲ ପ୍ରତିଶୃତି ମିଳିଥିଲା, ହେଲେ ଫେଲ। କେନ୍ଦ୍ରୀୟ ବଜେଟରେ ରାଜ୍ୟକୁ ଅବହେଳା ବିଧାନସଭାରେ ଉଠିବ। ସେହିପପରି ଆଇନଶୃଙ୍ଖଳା, ଧାନମଣ୍ଡି ସମସ୍ୟା ପ୍ରସଙ୍ଗ ବି ଗୃହରେ ଉଠିବ ବୋଲି ପ୍ରସନ୍ନ ସ୍ପଷ୍ଟ କରିିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking