ଭଦ୍ରକ: ଶ୍ରମିକ ସଂଗଠନର ଭାରତ ବନ୍ଦକୁ ବିଜେଡି ସମର୍ଥନ କରିଛି । ଆନ୍ଦୋଳନରେ ସାମିଲ ହେଲେ ବିଜେଡି କର୍ମୀ । ଏନଏଚ ୧୬ ଅବରୋଧ ସହ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇଛି । ୧୬ ନଂ ଜାତୀୟ ରାଜପଥ ୪ ଲେନ ସଂପୂଣ୍ଣ ଜାମ ରହିଛି । ଭଦ୍ରକ ବସଷ୍ଟାଣ୍ଡ ଓ ବନ୍ତ ଛକରେ ଅଟକି ରହିଛି ଗାଡି । ବଲାଙ୍ଗିର ଜିଲ୍ଲାରେ ଭାରତ ବନ୍ଦ ଓ ଡ୍ରାଇଭର ଆନ୍ଦୋଳନର ପ୍ରବାବ ଦେଖାଦେଇଛି । ଡ୍ରାଇଭର ସଂଘର ଆନ୍ଦୋଳନ ଯୋଗୁଁ ବସ ଚଳାଚଳ ସଂପୂଣ୍ଣ ଠପ ରହିଛି । ୨ ଦିନ ହେଲାଣି ବସ ଟର୍ମିନାଲରେ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି ।










