19.1 C
Bhubaneswar
Tuesday, February 10, 2026
Homeଓଡିଶାଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଭୁଶୁଡିଲା ବିଜେଡି ଦୁର୍ଗ

ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଭୁଶୁଡିଲା ବିଜେଡି ଦୁର୍ଗ

ଯାଜପୁର: ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ହିମାଂଶୁ ସାହୁ ଦମ ଦେଖାଇଲେ l ଶତାଧିକ ବିଜେଡି ଛାମୁଆ ନେତାଙ୍କୁ ରାଜ୍ୟ ବିଜେପି ସଭାପତି ମନମୋହ ସାମଲଙ୍କ ଦ୍ୱାରା ସାମିଲ କରାଗଲା । ଶଙ୍ଖ ଗଡ଼ରେ ପଦ୍ମ ଫୁଟାଇ ବିଜେଡ଼ି ଦଳର ଗଡ଼ କଲେ । ବିଜେପି ରାଜ୍ୟ ସଭାପତିଙ୍କ ସମ୍ବର୍ଦ୍ଧନା ଉତ୍ସବରେ ଧର୍ମଶାଳା ବିଧାୟକ ତାଙ୍କର କଳା କାରନାମା ଦେଖାଇ ବିଜେଡି ଦଳ କୁ ଚକ୍କମା ଦେଇ ବିଜେପିର ବିଶାଳ ଶୋଭାଯାତ୍ରା ଓ ମହାମିଶ୍ରଣ ପର୍ବ କରି ଦମ୍ ଦେଖାଇଲେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ।

୨୦୨୪ ନିର୍ବାଚନ ପୂର୍ବରୁ ବିଜେଡିର ଗଡ କୁହାଯାଉଥିବା ଯାଜପୁରରେ ବଦଳିଯାଇଛି ଚିତ୍ର । ଜିତୁଙ୍କ ଅଭେଦ୍ୟ ଗଡ ପାଲଟିଥିବା ଗଡ଼ ଭୁଶୁଡିବାରେ ଲାଗିଛି l ଦମ୍ ଦେଖାଇଛନ୍ତି ଧର୍ମଶାଳା ବିଧାୟକ । ନେଉଳପୁରରୁ ଜାରକା ସଭାସ୍ଥଳ ପର୍ଯ୍ୟନ୍ତ ରାଜ୍ୟ ବିଜେପି ସଭାପତିଙ୍କ ସହ ବିଶାଳ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଛନ୍ତି ହିମାଂଶୁ । ଏଥିସହ ଜାରକାରେ ଆୟୋଜିତ ମହାମିଶ୍ରଣ ପର୍ବରେ ମନମୋହନଙ୍କ ଉପସ୍ଥିତିରେ ଧର୍ମଶାଳା ଓ ରସୁଲପୁର ବ୍ଲକର ୭୦ରୁ ଅଧିକ ସରପଂଚ, ସମିତି ସଭ୍ୟ ଓ ସଭ୍ୟାଙ୍କୁ ପଦ୍ମ ଧରାଇ ପାୱାର ସୋ କରିଛନ୍ତି ।

ଏହି ଅବସରରେ ରତ୍ନଗର୍ଭା ଯାଜପୁର ଜିଲ୍ଲା ବିଜୁ ଜନତା ଦଳ ଦଖଲରେ ଥିଲେ ବି ବିକାଶ ଅପହଂଚ ଥିବା କହି ବର୍ଷିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ଶାସନରେ ଥିବା ନେତାମାନେ ଖଣିଠାରୁ ଆରମ୍ଭ କରି ବିଭିନ୍ନ ଲୁଟରେ ସମ୍ପୃକ୍ତ ଥିଲେ ବୋଲି ଅଭିଯୋଗ କରିଛନ୍ତି । ଧର୍ମଶାଳାରେ ପରିବାରବାଦର ଅନ୍ତ ହୋଇଛି ଓ ଆଗାମି ଦିନରେ ଏହି ଅଂଚଳ ଆହୁରି ବିକଶିତ ହେବ ବୋଲି କହିଛନ୍ତି ଧର୍ମଶାଳା ବିଧାୟକ ।

ଏହି ସମାବେଶରେ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଯାଜପୁର ସାଂସଦ ଡକ୍ଟର ରବୀନ୍ଦ୍ର ବେହେରା, ବଡଚଣା ବିଧାୟକ ଆମର କୁମାର ନାୟକ, କୋରେଇ ବିଧାୟକ ଆକାଶ ଦାସନାୟକ ପ୍ରମୁଖ ଯୋଗଦେଇ ଆଗମୀ ଦିନରେ ଯାଜପୁର ଜିଲ୍ଲା ଅଧିକ ବିକଶିତ ଓ ଶସକ୍ତ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରି ରାଜ୍ୟ ସଭାପତିଏହି ସମ୍ବର୍ଦ୍ଧନା ସଭା ରେ ବିଜେପି ଜିଲ୍ଲା ସଭା ନେତ୍ରୀ ସମେତ ବହୁ ବିଜେପି ର ଛାମୁଆ ନେତା ଉପସ୍ଥିତ ଥିଲେ l ପରେ କୋରେଇ ନିର୍ବାଚନ ମଣ୍ଡଳୀ ପକ୍ଷ ରୁ ଯାଜପୁର ରୋଡ ସଂକୃତି ଭବନଠାରେ ଏକ ରୋଡ ସୋ ରେ କରା ଯାଇ କୋରେଇ ବିଜେପି ପକ୍ଷରୁ ରାଜ୍ୟ ସଭା ପତି ଙ୍କୁ ଭାବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇ ଥିଲା l କୋରେଇ ବିଧାୟକ ଆକାଶ ଦାସ ନାୟକ ଆୟୋଜନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking