15.1 C
Bhubaneswar
Friday, January 16, 2026
Homeଓଡିଶାପାଣ୍ଡିଆନ୍‌ଙ୍କୁ ନେଇ ବିଜେଡି ଦୁଇଫାଳ!

ପାଣ୍ଡିଆନ୍‌ଙ୍କୁ ନେଇ ବିଜେଡି ଦୁଇଫାଳ!

ଭୁବନେଶ୍ୱର: ୱାକଫ୍ ବିଲ ସପକ୍ଷରେ ସସ୍ମିତ ପାତ୍ରଙ୍କ ଭୋଟ ପରଠାରୁ ରାଜ୍ୟ ରାଜନୀତିରେ ଉଷ୍ଣତା ବୃଦ୍ଧି ପାଇଛି। ବିଜେଡିରେ ଭିକେ ପାଣ୍ଡିଆନ୍‌ଙ୍କୁ ନେଇ ସପକ୍ଷବାଦୀ ଏବଂ ବିରୋଧି ଦୁଇ ଗୋଷ୍ଠୀ ଗଠନ ହୋଇଛି। ଫଳରେ ବିଜେଡି ଦୁଇଫାଳ ହୋଇଗଲା ଭଳି ସ୍ଥିତି ସୃଷ୍ଟି ହୋଇଛି। ଦଳରେ ସଦସ୍ୟମାନେ ମୁହାଁମୁହିଁ ହୋଇଛନ୍ତି। ଏହା ପଛରେ ପାଣ୍ଡିଆନଙ୍କ ହାତ ଥାଇପାରେ ବୋଲି କିଛି ଜଣ ବ୍ୟକ୍ତି କହୁଥିବା ବେଳେ ସୋମବାର ନବୀନ ନିବାସରେ ପାଣ୍ଡିଆନ୍ ବିରୋଧୀ ସ୍ଲୋଗାନ୍ ଦିଆଯାଇଥିଲା। ନବୀନ ନିବାସରେ ମୁନାଙ୍କ ସମର୍ଥକମାନେ ପାଣ୍ଡିଆନ ଗୋ ବ୍ୟାକ୍ ସ୍ଲୋଗାନ୍ ସହିତ ପାଣ୍ଡିଆନ୍ ହଟାଅ, ବିଜେଡି ବଞ୍ଚାଅ ନାରାବାଜି ଦେଇଥିଲେ । ଶୁଭାଶିଷ ଖୁଣ୍ଟିଆ କହିଛନ୍ତି, ପାଣ୍ଡିଆନ୍‌ଙ୍କୁ ଅଯଥାରେ ଏହି ପ୍ରସଙ୍ଗକୁ ଟଣା ଯାଉଛି। ନିରଞ୍ଜନ ବିଶି କହିଛନ୍ତି ପାଣ୍ଡିଆନ୍‌ଙ୍କୁ ଅଯଥାରେ ବଦନାମ କରାଯାଉଛି। ମୁଁ ଦେବାଶିଷ ସାମନ୍ତରାୟଙ୍କ ମନ୍ତବ୍ୟକୁ ନିନ୍ଦା କରୁଛି । କିଛି ଅଭିସନ୍ଧି ରଖି ଦେବାଶିଷ ଏପରି କହିଥିବା ସେ ଅଭିଯୋଗ କରିଛନ୍ତି।

ସେହିଭଳି ମାନସ ମଙ୍ଗରାଜ ଦେବାଶିଷଙ୍କ ମନ୍ତବ୍ୟକୁ ମଧ୍ୟ ନିନ୍ଦା କରି କହିଛନ୍ତି, ରାଜନୀତିରୁ ୧୦ ମାସ ହେଲା ପାଣ୍ଡିଆନ୍ ଅବସର ନେଇ ସାରିଛନ୍ତି । ନିଜର କିଛି ନ୍ୟସ୍ତ ସ୍ୱାର୍ଥ୍ୟ କାରଣରୁ ଦେବାଶିଷ ଏପରି କହିଥିବା ମାନସ ମଙ୍ଗରାଜ କହିଛନ୍ତି । ଅନ୍ୟପଟେ ସୁଲତା ଦେଓ କହିଛନ୍ତି, ପାଣ୍ଡିଆନଙ୍କ ଉପରେ ଦେବାଶିଷ ସାମନ୍ତରାୟଙ୍କ ଶତ୍ରୁତା ରହିଥିଲା । ନବୀନ ନିବାସରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିବାରୁ ନିବୃତ୍ତ ରୁହନ୍ତୁ ବୋଲି ସେ କହିଛନ୍ତି । ପୂର୍ବରୁ ଦେବାଶିଷ ସାମନ୍ତରାୟ ନାଁ ନନେଇ ଭିକେ ପାଣ୍ଡିଆନଙ୍କ ଆଡ଼କୁ ଇଙ୍ଗିତ କରିଥିଲେ । ମୁଖ୍ୟ ପରାମର୍ଶଦାତା ରାଜନୀତିରେ ନଥାଇ ରାଜନୀତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବା ସେ କହିଥିଲେ। ୱାକଫ୍ ବିଲ୍ ନେଇ ବଡ଼ ଡିଲ ହୋଇଥିବା ଅଭିଯୋଗ ଆଣିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking