28.1 C
Bhubaneswar
Friday, June 28, 2024
Homeଓଡିଶାରାଜ୍ୟସଭା ସାଂସଦଙ୍କୁ ନବୀନଙ୍କ ଗୁରୁମନ୍ତ୍ର

ରାଜ୍ୟସଭା ସାଂସଦଙ୍କୁ ନବୀନଙ୍କ ଗୁରୁମନ୍ତ୍ର

 ସଂସଦରେ ବିଜେଡି ହେବ ଓଡ଼ିଶାର ସ୍ୱର
 ସ୍ୱତନ୍ତ୍ର ପାହ୍ୟା ହାସଲ ପାଇଁ ଅବ୍ୟାହତ ରହିବ ଦାବି
 ରାଜ୍ୟ ସ୍ୱାର୍ଥ ପାଇଁ ଦିଲ୍ଲୀରେ ଦୁର୍ବାର ଲଢ଼େଇ ଜାରି ରହିବ
 ସବୁ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କରାଯିବ ଉତ୍ତରଦାୟୀ
 ସଶକ୍ତ ବିରୋଧୀ ଭାବେ ଦାୟିତ୍ୱ ନିର୍ବାହ କରିବ ବିଜେଡି
ଭୁବନେଶ୍ୱର, : ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ବିଜୁ ଜନତା ଦଳ ଦିଲ୍ଲୀ ଦରବାରରେ ଲଢ଼େଇ କରି ଆସୁଛି । ଆଗକୁ ଏହା ଅବ୍ୟାହତ ରହିବ ଏବଂ ଦିଲ୍ଲୀରେ ବିଜେଡି ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କ ସ୍ୱର ହେବ । ଏକ ଶକ୍ତିଶାଳୀ ଓ ବିରୋଧୀ ଦଳର ଦାୟିତ୍ୱ ନିର୍ବାହ କରିବାରେ ବିଜେଡି ସାମାନ୍ୟତମ ଅବହେଳା କରିବ ନାହିଁ । ଆଜି ବି ଓଡ଼ିଶା ଅନେକ ନ୍ୟାୟସଂଗତ ଓ ଯଥାର୍ଥ ଦାବି ପୂରଣ ପାଇଁ ଲଢ଼େଇ କରୁଛି । ଏହି ଦାବି ଗୁଡିକ କେନ୍ଦ୍ର ସରକାର ଯେପରି ଶୀଘ୍ର ପୂରଣ କରିବେ ତାହା ବିଜେଡି ସାଂସଦମାନେ ସୁନିଶ୍ଚିତ କରିବେ । ଆମେ ଏକ ଶକ୍ତିଶାଳୀ ଓ ଉତ୍ତରଦାୟୀ ଦଳ ଭାବେ ସମସ୍ତ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଉତ୍ତରଦାୟୀ କରିବା ବୋଲି ଦଳର ରାଜ୍ୟସଭା ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ନବୀନ ନିବାସରେ ବିଜେଡି ସଂସଦୀୟ ଦଳର ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ପାଇଁ ଓଡ଼ିଶା ଦୀର୍ଘ ଦିନ ହେଲା ଦାବି କରି ଆସୁଛି ଆଉ ଆଗକୁ ମଧ୍ୟ କରିବ । ରାଜ୍ୟ ବାରମ୍ୱାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ଏବଂ ଏହାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ ଯଥାର୍ଥତା ବହନ କରୁଛି । ଏପରିକି ୨୦୧୪ ନିର୍ବାଚନ ଇସ୍ତାହାରରେ ବିଜେପି ମଧ୍ୟ ଏଥିପାଇଁ ଦାବି କରାଯିବ ବୋଲି କହିଥିଲେ ସୁଦ୍ଧା ପରେ ତାହା ପାଳନ କରିନଥିଲା । ତେଣୁ ବିଜେଡି ସଂସଦରେ ପୁନର୍ବାର ଏହି ଦାବି ଉପସ୍ଥାପନ କରିବ । ସେହିପରି ଓଡ଼ିଶାରେ ଦୟନୀୟ ଅବସ୍ଥାରେ ଥିବା ଜାତୀୟ ରାଜପଥ ପ୍ରସଙ୍ଗ ମଧ୍ୟ ସଂସଦରେ ଗୁଞ୍ଜରିତ ହେବ । ଓଡ଼ିଶାରେ ଏନ୍‌୍‌ଏଚ୍‌୍ ପ୍ରକଳ୍ପରେ ଅହେତୁକ ବିଳମ୍ୱ ଏବଂ ଦୁର୍ବଳ ରକ୍ଷଣାବେକ୍ଷଣ ବ୍ୟବସ୍ଥାକୁ ନେଇ ବିଜେଡି ସାଂସଦମାନେ ସ୍ୱର ଉଠାଇବେ । ବିଶେଷକରି କଟକ-ସମ୍ୱଲପୁର ଏନ୍‌୍‌ଏଚ୍‌୍ ଭଳି ପ୍ରକଳ୍ପ ପାଇଁ ଜନତା ବହୁ ଦୁର୍ଦ୍ଦଶା ଭୋଗୁଛନ୍ତି । ସେହିପରି ଓଡ଼ିଶାବାସୀ ଗତ ୧୦ ବର୍ଷ ହେଲା ଉପକୂଳ ରାଜପଥକୁ ଚାହିଁ ବସିଛନ୍ତି । ଯଦି ଏହି ପ୍ରକଳ୍ପ ହୋଇଥାନ୍ତା ତା ହେଲେ ଓଡ଼ିଶାର ଆର୍ଥିକ ସ୍ଥିତି ଆହୁରି ସମୃଦ୍ଧ ହୋଇପାରିଥାନ୍ତା । ଦୀର୍ଘ ବର୍ଷ ପରେ ବି ଭୁବନେଶ୍ୱର ଏବଂ ଆଖପାଖ ଅଞ୍ଚଳରେ କ୍ୟାପିଟାଲ ରିଂ ରୋଡ ହୋଇ ପାରିଲା ନାହିଁ । ଏସବୁ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ଲାଗି ବିଜେଡି ସାଂସଦମାନେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିବେ ।
ନବୀନ ପୁଣି କହିଛନ୍ତି ଯେ ଓଡ଼ିଶାର ଯୋଗ୍ୟ ହିତାଧିକାରୀମାନେ ଆଜି ବି ପ୍ରଧାନନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ଅଛନ୍ତି । ଗତ ୧୦ ବର୍ଷରେ କେନ୍ଦ୍ର ସରକାର ୧୫ ଲକ୍ଷରୁ ଅଧିକ ଘର କାଟି ଦେଇଛନ୍ତି । ଓଡ଼ିଶାକୁ ଅତି କମ୍‌୍‌ରେ ୨୦ ଲକ୍ଷ ପିଏମ୍‌୍‌ଏୱାଇ ଘର ଯୋଗାଇ ଦେବା ପାଇଁ ଦାବି ହେଉଛି । ଓଡ଼ିଶାର ପ୍ରତ୍ୟେକ ବ୍ଲକରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା, ଅନୁସୂଚିତ ଅଞ୍ଚଳ ତଥା ଆଦିବାସୀ ଅଧ୍ୟୁଷିତ ଓଡ଼ିଶାର ପ୍ରତ୍ୟେକ ବ୍ଲକରେ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବିଜେଡି ଦାବି ଜଣାଇବ । ଓଡ଼ିଶାର ଉତ୍ତର, ପଶ୍ଚିମ ଓ ଦକ୍ଷିଣାଞ୍ଚଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମ୍ୱଲପୁର, କୋରାପୁଟ ଓ ବାଲେଶ୍ୱର (ଅଣ ସାଟେଲାଇଟ୍‌୍ ୟୁନିଟ୍‌୍‌)ରେ ପୂର୍ଣ୍ଣାଙ୍ଗ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଦାବି ଦୋହରାଇବ ବିଜେଡି ।
ରାଜ୍ୟର ଯୁବକ ଯୁବତୀଙ୍କୁ ରୋଜଗାର ପ୍ରଦାନ ପାଇଁ ଆଇଟି ପାର୍କ, ସେମିକଣ୍ଡକ୍ଟର ପାର୍କ, ଏମ୍‌୍‌ଏସ୍‌୍‌ଏମ୍‌୍‌ଇ ପାର୍କ, ଟେକ୍ସଟାଇଲ୍‌୍ ପାର୍କ ଓ ଇଣ୍ଡଷ୍ଟ୍ରିଆଲ କରିଡର ପ୍ରତିଷ୍ଠା ପାଇଁ ଦାବି କରାଯିବ । ଆଦିବାସୀ ବିକାଶ ପାଇଁ କେନ୍ଦ୍ରର ବିଚାରାଧୀନ ଓଡ଼ିଶାର ଏସ୍‌୍‌ଟି ତାଲିକାରେ ୧୬୨ ସମ୍ପ୍ରଦାୟକୁ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି ହେବ । ବିଜେଡି ଦୀର୍ଘ ବର୍ଷ ହେଲା ଦାବି କରି ଆସୁଥିଲେ ସୁଦ୍ଧା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ହୋ, ମୁଣ୍ଡାରୀ, ଭୂମିଜ, କୁଇ ଓ ସାଓରା ଭାଷାକୁ ସମ୍ୱିଧାନର ୮ମ ଅନୁଛେଦରେ ସାମିଲ କରିବାରେ କେନ୍ଦ୍ର ସରକାର ଟାଳଟୁଳ ନୀତି ଚଳାଇଛନ୍ତି । କେନ୍ଦୁପତ୍ର ଉପରୁ ଜିଏସ୍‌୍‌ଟି ଉଛେଦ ପାଇଁ ମଧ୍ୟ କେନ୍ଦ୍ର ସରକାର ପଦକ୍ଷେପ ନେଉନାହାନ୍ତି । ଆଗାମୀ ଅଧିବେଶନରେ ଏହି ପ୍ରସଙ୍ଗରେ ବିଜେଡି କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁ୍‌୍‌୍‌ତ ହୋଇଛି ।
ଏଥର ଚାଷୀଙ୍କୁ ଅବହେଳା ପ୍ରସଙ୍ଗରେ ମଧ୍ୟ କେନ୍ଦ୍ର ସରକାରଙ୍କ ଠାରୁ ଜବାବ୍‌୍ ମାଗିବ ବିଜେଡି । କେନ୍ଦ୍ରର ଅବହେଳା ଓ ବୀମା କମ୍ପାନୀଗୁଡିକର ଲାଭଖୋର ନୀତି ପାଇଁ ଓଡ଼ିଶାର ଚାଷୀଙ୍କୁ ଫସଲବୀମା ପ୍ରଦାନରେ ବିଳମ୍ୱ ହେଉଛି । ଚାଷୀମାନେ ବେଶ୍‌୍ ଦୁର୍ଦ୍ଦଶା ଭୋଗୁଥିଲେ ସୁଦ୍ଧା କେନ୍ଦ୍ର ସରକାରଙ୍କ ନୀତି ଭାଙ୍ଗୁ ନାହିଁ । ତେଣୁ ଫସଲ ବୀମା ଅର୍ଥ ଯେପରି ଠିକ୍‌୍ ସମୟରେ ଚାଷୀଙ୍କୁ ମିଳିବ ତାହା ସୁନିଶ୍ଚିତ କରିବା ଲାଗି ବିଜେଡି ଚାପ ପକାଇବ । ସେହିପରି ସ୍ୱାମୀନାଥନ୍‌୍ କମିଟିର ସୁପାରିଶ ଅନୁସାରେ ଏକ କ୍ୱିଌକ୍ଷଗ୍ଧ;ାଲ ଧାନର ଏମ୍‌୍‌ଏସ୍‌୍‌ପି ନିର୍ଦ୍ଧାରଣ କରିବାକୁ ଦାବି ହେବ । ଯଦିଓ ବିଜେପି ସରକାର ୩୧୦୦ ଟଙ୍କା ଏମ୍‌୍‌ଏସ୍‌୍‌ପି ପାଇଁ ପ୍ରତିଶ୍ରୁତି ଦେଇଛି ତଥାପି ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛି । ଚାଷୀଙ୍କ ପାଇଁ ସାର ଉପଲବ୍ଧ କରାଇବା ପାଇଁ ମଧ୍ୟ ବିଜେଡି ଦାବି ଜଣାଇବ ।
ରାଜ୍ୟରେ ଆଜି ପର୍ଯ୍ୟନ୍ତ ସବୁ ଜିଲ୍ଲାରେ ଟ୍ରେନ୍‌୍ ଗଡ଼ି ପାରିଲା ନାହିଁ । ଏଥିସହ ଓଡ଼ିଶାର ସାଢ଼େ ଚାରି କୋଟି ଲୋକଙ୍କ ଆର୍ଥିକ ଅନ୍ତର୍ଭୁକ୍ତିକରଣ ସୁନିଶ୍ଚିତ କରିବା ପାଇଁ ଓଡ଼ିଶାର ପ୍ରତ୍ୟେକ ପଞ୍ଚାୟତରେ ବ୍ୟାଙ୍କର ନିଜସ୍ୱ ଶାଖା ଖୋଲିବା ଜରୁରୀ । ସବୁ ପଞ୍ଚାୟତରେ ମୋବାଇଲ୍‌୍ ଏବଂ ଡିଜିଟାଲ ସଂଯୋଗ ସୁନିଶ୍ଚିତ କରିବା ଜରୁରୀ । ଓଡ଼ିଶା ପାଇଁ କୋଇଲା ରାଜଭାଗ ବଢ଼ାଇବା ପାଇଁ ୧୦ ବର୍ଷର ଦାବି କେନ୍ଦ୍ର ସରକାର ଶୁଣୁ ନାହାନ୍ତି । ଓଡ଼ିଶାରୁ କୋଇଲା ଯାଉଥିଲେ ସୁଦ୍ଧା ଏହାର ସୁଫଳ ଲୋକଙ୍କ ଉନ୍ନତିରେ ଲାଗିପାରୁ ନାହିଁ । ଓଡ଼ିଶା ଭିତରେ ମହାନଦୀ ପ୍ରକଳ୍ପ ସମେତ ସମସ୍ତ ଅଟକି ରହିଥିବା ଜଳସେଚନ ପ୍ରକଳ୍ପ ଅନୁମୋଦନ ପାଇଁ ବିଜେଡି ଦାବି କରିବ । ସେହିପରି ମୁଖ୍ୟମନ୍ତ୍ରୀ ଥିବା ସମୟରେ ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବ ଅନୁସାରେ ସମ୍ୱିଧାନର ମୁଖବନ୍ଧରେ ଅହିଂସାକୁ ଅନ୍ତର୍ଭୁକ୍ତ କରିବା ପାଇଁ ଓଡ଼ିଶା ବିଧାନସଭାରେ ସର୍ବସମ୍ମତିକ୍ରମେ ପାରିତ ପ୍ରସ୍ତାବ କାର୍ଯ୍ୟକାରୀ କରିବା ପାଇଁ ଦାବି ହେବ । ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷିତ କରିବା ଦାବିକୁ ମଧ୍ୟ ବିଜେଡି ଦୋହରାଇବାକୁ ନବୀନ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ସାଂସଦମାନେ ଦଳର ସଭାପତିଙ୍କ ବଳିଷ୍ଠ ନେତୃତ୍ୱ, ଦୂରଦୃଷ୍ଟି ଓ ଦିଗଦର୍ଶନ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି ଓ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ସଂସଦରେ ଓଡ଼ିଶା ତଥା ଓଡ଼ିଶାର ସାଢ଼େ ଚାରି କୋଟି ଲୋକଙ୍କ ସ୍ୱର ଉତ୍ତୋଳନ ପାଇଁ ସେମାନଙ୍କ ପ୍ରତିବଦ୍ଧତା, ନିଷ୍ଠା ଓ ଦୃଢ଼ ପ୍ରୟାସକୁ ଦୋହରାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking