ଭୁବନେଶ୍ୱର: ରାଜ୍ୟରେ ସାର ସମସ୍ୟାକୁ ନେଇ ଆଜି ରାଜଭବନ ସମ୍ମୁଖରେ ପ୍ରତିବାଦ କରିଛନ୍ତି ବିଜୁ ଜନତା ଦଳ । ପ୍ରତିବାଦ ପରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେବ । ସମସ୍ୟାର ସମାଧାନ ନହେଲେ ଆଗକୁ ଜିଲ୍ଲାପାଳ ଅଫିସ ଏବଂ ବ୍ଲକ ଅଫିସ ସାମ୍ନାରେ ଧାରଣା ଦେବ ଦଳ । ବିଜେଡିର ଯୁକ୍ତି ରାଜ୍ୟରେ ଚାଷୀଙ୍କର ସମସ୍ୟା ବଢିବାରେ ଲାଗିଛି । ଧାନର ଅଭାବୀ ବିକ୍ରି ଚାଲିଛି । ଖରିଫ ଋତୁରେ ଚାଷୀ ପଞ୍ଜିକରଣର ସମସ୍ୟା ରହିଛି । ଆଉ ସାର ଅଭାବ ଚାରିଆଡେ ଦେଖାଦେଇଛି । ମୁଖ୍ୟମନ୍ତ୍ରୀ ବାରମ୍ବାର ସମୀକ୍ଷା କରିଛନ୍ତି ହେଲେ ଉପମୁଖ୍ୟମନ୍ତ୍ରୀ , ସମବାୟ ମନ୍ତ୍ରୀ କହୁଛନ୍ତି ରାଜ୍ୟରେ ସାରର ଅଭାବ ନାହିଁ । ସରକାର ବଧୀର ହୋଇଯାଇଛନ୍ତି । ରାତି ଅଧରୁ ଚାଷୀ ଆଧାରକାର୍ଡ ଧରି ଛିଡା ହେଉଛନ୍ତି । କିନ୍ତୁ ସରକାର ଭିନ୍ନ କଥା କହୁଛନ୍ତି । ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ୧୯ ହଜାର ୫ ଶହ ମେଟ୍ରିକ ଟନ ଆବଶ୍ୟକ । ଯଦି ଦେଖାଯିବ ତାଙ୍କୁ ୧୦ ହଜାର ମେଟ୍ରିକ ଟନ ସାର ମିଳିଛି । ଏମିତିକି ସବୁ ଜିଲ୍ଲାରେ ଆବଶ୍ୟକ ଥିବା ସାର ମଧ୍ୟ ମିଳିପାରିନାହିଁ । ଆଉ ଚାଷୀକୂଳକୁ ପ୍ରତାରଣା କରିଛନ୍ତି ସରକାର । ସେମାନଙ୍କୁ ଉଚିତ ଜବାବ ଦିଆଯିବ । ସରକାର ତାଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗନ୍ତୁ ଆଉ ବିରୋଧୀ ନେତା ଏନେଇ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି । ଚାଷୀଙ୍କୁ ପ୍ରତାରଣାର ସବୁ ସୀମା ଟପିଲାଣି । ଏହି ଅଭିଯୋଗ ବିଜେଡି ଆଣିଛି ।










