22.1 C
Bhubaneswar
Friday, February 13, 2026
Homeଓଡିଶାଚାଷୀମାରଣ ନୀତି, ବିପର୍ଯ୍ୟସ୍ତ ଆଇନ୍‌ଶୃଙ୍ଖଳା ଓ ପ୍ରତିଶ୍ରୁତି ଖିଲାପ ବିରୁଦ୍ଧରେ ବିଜେଡିର ବିକ୍ଷୋଭ

ଚାଷୀମାରଣ ନୀତି, ବିପର୍ଯ୍ୟସ୍ତ ଆଇନ୍‌ଶୃଙ୍ଖଳା ଓ ପ୍ରତିଶ୍ରୁତି ଖିଲାପ ବିରୁଦ୍ଧରେ ବିଜେଡିର ବିକ୍ଷୋଭ

ଢେଙ୍କାନାଳ: ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ରାଜ୍ୟର ସମସ୍ତ ଜିଲ୍ଲାରେ ଚାଷୀମାରଣ ନୀତି , ବିପର୍ଯ୍ୟସ୍ତ ଆଇନ୍‌ଶୃଙ୍ଖଳା ଓ ପ୍ରତିଶ୍ରୁତି ଖିଲାପ ବିରୁଦ୍ଧରେ ବିଜେଡି ପକ୍ଷରୁ ପ୍ରତିବାଦ ସଭା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏହ ଅବସରରେ ଶୁକ୍ରବାର ପୁର୍ବାହ୍ନରେ ଢେଙ୍କାନାଳ ପୁର୍ବତନ ବିଧାୟକ ସୁଧୀର କୁମାର ସାମଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ଢେଙ୍କାନାଳ ଜିଲ୍ଲା ବିଜୁ ଜନତା ଦଲ ସଭାପତି ଡ. ନୃସିଂହ ସାହୁଙ୍କ ସଭାପତିତ୍ୱରେ ଏକ ଚାଷୀ ସମାବେଶ ଓ ପ୍ରତିବାଦ ସଭା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ସକାଳ ୧୦ଘଟିକା ସମୟରେ ୭ହଜାରରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ ଓ ଚାଷୀମାନଙ୍କୁ ନେଇ ଏକ ବିଶାଲ ଶୋଭାଯାତ୍ରା ବାଜିଚୌକ ଛକ ନିକଟରୁ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ôଚଥିଲେ। ସେଠାରେ ଜିଲ୍ଲା ସଭାପତି ଡ. ନୃସିଂହ ଚରଣ ସାହୁ ଆୟୋଜିତ ପ୍ରତିବାଦ ସଭାରେ ମତବ୍ୟକ୍ତ କରି କହିଥିଲେ ଯେ, ବିଜେପି ସରକାର ରାଜ୍ୟ ଶାସନ ଭାର ଗ୍ରହଣ କରିବା ପରେ ଦୁର୍ନୀତିର ଚରମ ସୀମାରେ ପହଞ୍ôଚଛି।

ଦିନକୁ ଦିନ ଆଇନ୍‌ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି। ନାରୀ ନିର୍ଯାତନା ବଢିବାରେ ଲାଗିଛି। ଚାଷୀମାରଣ ନୀତିରେ ଧାନ ମଣ୍ଡିରେ କଟନୀ ଛଟନୀ କରି ଧାନ କିଣାରେ ବ୍ୟାପକ ଅନିୟମିତତା କରାଯାଉଛି। ସିହପରି ଶିଶୁ ସୁରକ୍ଷାରେ ଏ ସରକାର ବିଫଳ ହୋଇଥିବା ବେଳେ ଦରଦାମର ବୃଦ୍ଧିରେ ଲୋକମାନେ ଅତିଷ୍ଠ ହୋଇପଡିଲେଣି ବୋଲି କହିବା ସହ ଏ ସରକାର ରଙ୍ଗ ବଦଳାଇ ଓ ଯୋଜନାର ନାମକୁ ପରିବର୍ତ୍ତନ କରି ବଃା ବଃା ନେଉଛି। ଆଗାମୀ ଦିନରେ ଜନସାଧାରଣ ଏହାର ଉଚିତ ଜବାବ ଦେବେ ବିଲ କହିଥିଲେ। ପୁର୍ବତନ ବିଧାୟକ ସୁଧୀର ସାମଲ ତାଙ୍କ ବ୍ୟକ୍ତବରେ ଚାଷୀମାନଙ୍କ ସମସ୍ୟା ସମ୍ପର୍କରେ କହିବା ସହ ଏ ସରକାର ସେମାନଙ୍କର ପ୍ରତିଶ୍ରୁତି ଖିଲାପ କରି ଜନସାଧାରଣଙ୍କୁ ଭୁଆଁ ବୁଲୋଉଥିବା କଥା କହିବା ସହ ଲୋଚାପଲି ଗ୍ରାମରେ ୩ଜଣ ମହିଳାଙ୍କ ହାତୀ ଆକ୍ରମଣରେ ହୋଇଥିôବା ମୃତ୍ୟୁକୁ ନେଇ ବନଖଣ୍ଡ ଅଧିକାରୀଙ୍କ ଉପରେ ତାଙ୍କର କାର୍ଯ୍ୟରେ ଅବହେଳା ପାଇଁ ନିନ୍ଦା କରି ମୃତାହତଙ୍କୁ ସରକାରୀ ସୁବିଧା ଓ ସ୍ୱାସ୍ଥ୍ୟସେବା ଯୋଗଇଦେବାକୁ କହିଥିଲେ।

ଏହି ପ୍ରତିବାଦ ସଭାରେ ଢେଙ୍କାନାଲର ପୁର୍ବତନ ସାଂସଦ ମହେଶ ସାହୁ, ଜଗତସିଂପୁର ଜିଲ୍ଲା ବିଜୁ ଜନତା ଦଲ ସଭାପତି ତଥା ପୁର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲୀ, ରାଜ୍ୟ ଛାତ୍ର ବିଜେଡି ସଭାପତି ଇପ୍ସିତା ସାହୁ ସମ୍ମାନିତ ଅତିଥିଭାବେ ଯୋଗଦେଇ ବିଜେପି ସରକାରର ଚାଷୀମାରଣ ନୀତିରେ ମଣ୍ଡରେ ଧାନ ଉଠାକୁ ନେଇ ମିଲରମାନଙ୍କ ସରକାରଙ୍କ ସହିତ ମଧୁଚନ୍ଦ୍ରିକା ରହିଥିବାରୁ ଚାଷୀମାନେ କଟନୀ ଛଟନୀରେ ଅସୁବିଧା ହେଉଥିବା କଥା କହିବା ସହ ଚାଷୀମାନେ ସେମାନଙ୍କର ଧାନ ବିକ୍ରୟ ଟଙ୍କା ସଙ୍ଗେ ସଙ୍ଗେ ପଉନଥିବା ଏବଂ ଏହଦ୍ୱରା ଚାଷୀ ହତାଷ ହୋଇପଡିଥିବା କଥା କହିଥିଲେ। ୧୫ଶହ କ୍ୱିଣ୍ଟାଲରୁ ଅଧିକ ଧାନ ଆଣିଥିଲେ ସେହି ଚାଷୀଙ୍କୁ ୮୦୦ଟଙ୍କା ଇନ୍‌ପୁଟ୍ ସବସିଡ୍ ଦିଆଯିବ ନାହିଁ, ଏହା କ’ଣ ସେମାନଙ୍କର ଇଲେକ୍ସନ୍ ପ୍ରତିଶ୍ରୁତି ଥିଲା ବୋଲି ପ୍ରଶ୍ନ କରିଥିଲେ। ଯଦି ସରକାର ଏହାର ସମାଧାନ ନକରନ୍ତି ତେବେ ଏ ଆନ୍ଦୋଳନ ଆଗକୁ ଚାଲିବ ବୋଲି ସରକାରଙ୍କୁ ଚେତାବନୀ ଦେଇଥିଲେ। ପରେ ଜିଲ୍ଲପାଳଙ୍କୁ ରାଜ୍ୟପାଲଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking