30.1 C
Bhubaneswar
Tuesday, February 10, 2026
Homeଓଡିଶାପାଣ୍ଡିଆନଙ୍କ ସମର୍ଥନରେ ବାହାରିଲେ ନବୀନ

ପାଣ୍ଡିଆନଙ୍କ ସମର୍ଥନରେ ବାହାରିଲେ ନବୀନ

ଭୁବନେଶ୍ୱର: ଭିକେ ପାଣ୍ଡିଆନଙ୍କୁ ନେଇ ନବୀନ ପଟ୍ଟନାୟକଙ୍କ ବୟାନ । ପାଣ୍ଡିଆନଙ୍କୁ କ୍ଲିନଚିଟ ଦେଇଛନ୍ତି ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । କହିଲେ, ପାଣ୍ଡିଆନ ଦଳ ଓ ରାଜ୍ୟ ପାଇଁ ଅନେକ କାମ କରିଛନ୍ତି । ୧୦ ମାସ ହେଲାଣି ପାଣ୍ଡିଆନ ଦଳ ଛାଡିଲେଣି । ବର୍ତ୍ତମାନ ସେ ଦଳୀୟ କାର୍ଯ୍ୟରେ ସଂଶ୍ଲୀଷ୍ଟ ନାହାନ୍ତି । ପ୍ରଭାତ ତ୍ରିପାଠୀ ଚିଟଫଣ୍ଡ କେସରେ ଜେଲ ଯାଇଥିଲେ । ଦଳରୁ ପ୍ରଭାତ ବହିଷ୍କୃତ ହୋଇଥିଲେ । ସେ ଦଳର କିଛି ନୁହେଁ ।

ନବୀନ ନିବାସରେ ବିଜେଡି ସୁପ୍ରିମୋ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଭି କେ ପାଣ୍ଡିଆନ୍ ଉଭୟ ରାଜ୍ୟ ଓ ଦଳ ପାଇଁ ଭଲ କାମ କରିଛନ୍ତି। ସେ ଗତ ୧୦ ମାସ ହେଲା ବିଜେଡିରୁ ଇସ୍ତଫା ଦେଇସାରଛନ୍ତି। ବର୍ତ୍ତମାନ ସମୟରେ ବିଜେଡିର କୌଣସି କାର୍ଯ୍ୟରେ ସଂଶ୍ଲିଷ୍ଟ ନାହାନ୍ତି। ଶ୍ରୀ ପଟ୍ଟନାୟକ ପୁଣି ଥରେ ପାଣ୍ଡିଆନଙ୍କ ସମର୍ଥନରେ ବାହାରି ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ଦେଇଛନ୍ତି। ପାଣ୍ଡିଆନଙ୍କୁ ଆକ୍ରମଣ କରୁଥିବା ନେତାଙ୍କୁ କଡ଼ା ଜବାବ ଦେଇଛନ୍ତି। ପାଣ୍ଡିଆନଙ୍କୁ ସମାଲୋଚନା କରିଥିବା ପ୍ରଭାତ ତ୍ରିପାଠୀଙ୍କ ପ୍ରତି କଡ଼ା ମନ୍ତବ୍ୟ ଦେଇଛନ୍ତି।ପ୍ରଭାତ ତ୍ରିପାଠୀ ପୂର୍ବରୁ ଦଳରୁ ବିଦା ହୋଇଥିଲେ। ‘ଚିଟଫଣ୍ଡ ମାମଲାରେ ପୂର୍ବରୁ ପ୍ରଭାତ ଜେଲ୍ ଯାଇଛନ୍ତି। ପ୍ରଭାତ ତ୍ରିପାଠୀ ବିଜେଡିର କିଛି ନୁହଁନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking