26.1 C
Bhubaneswar
Tuesday, September 17, 2024
Homeଓଡିଶାସୁଭଦ୍ରାକୁ ନେଇ ବିଜେଡି ଆତଙ୍କିତ : ଜୁଏଲ

ସୁଭଦ୍ରାକୁ ନେଇ ବିଜେଡି ଆତଙ୍କିତ : ଜୁଏଲ

ଭୁବନେଶ୍ୱର : ବିଜେଡି ଏବେ ଭୟଭୀତ । ବିଜେଡି ଡରିଗଲାଣି । ଏଭଳି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାକୁ ନେଇ ବିଜେଡିର ଟିପ୍ପଣୀକୁ ନେଇ ଜୁଏଲ ଓରାମ ଏଭଳି କହିଛନ୍ତି । ସେ କହିଛନ୍ତି ଯେ ବିଜେଡି ଏବେ ଔଷଧ ବିକଳରେ ତାଟିଆ କାମୁଡ଼ିଛି । ରାଜ୍ୟରେ ଦୀର୍ଘ ୨୪ ବର୍ଷ ବିଜେଡି ଶାସନ କଲା । ତଥାପି ରାଜ୍ୟରେ ସୁଭଦ୍ରା ଯୋଜନା ଲାଗୁ କରିପାରିଲାନି । ବିଜେପି ସରକାର ସୁଭଦ୍ରା ଯୋଜନା କରିବା ପରେ ବିଜେଡି ଏବେ ଆତଙ୍କିତ ହୋଇଗଲାଣି । ଡରିଗଲାଣି । ମହିଳା ଭୋଟକୁ ଅକ୍ତିଆରରେ ରଖିବା ବିଜେଡି ପକ୍ଷେ ଫେଲ ହେବାକୁ ଯାଉଛି ବୋଲି ଜୁଏଲ ଓରାମ କହିଛନ୍ତି । ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାକୁ ନେଇ ଭୁବନେଶ୍ୱର ମେୟର କଡ଼ା ଟିପ୍ପଣୀ ରଖିଥିବାବେଳେ ଏହାକୁ କାଉଣ୍ଟର କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ତେବେ ଏହି ଅବସରରେ ଉପସ୍ଥିତ ମେୟର ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି । ରାଜ୍ୟ ସରକାର ମହିଳାଙ୍କୁ ଏହି ଯୋଜନାରେ ଦେଉଥିବା ୫ ହଜାର ଟଙ୍କାରେ କ’ଣ ହେବ ବୋଲି ମେୟର କହିଥିଲେ । ୫ ହଜାର ଟଙ୍କାରେ ମହିଳାମାନେ ଆତ୍ମନିର୍ଭରଶୀଳ ହେବା ସମ୍ଭବ ନୁହେଁ ବୋଲି ମେୟର କହିଥିଲେ । ତେବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାକୁ କାଉଣ୍ଟର କରି କହିଥିଲେ ଯେ ଏହା ଏକ ପ୍ରୋତ୍ସାହନ । ଏଥିରେ ବଡ଼ ଶିଳ୍ପ କରିପାରିବେନି, କିନ୍ତୁ ମହିଳାଙ୍କ ସାହସ ବଢ଼ିବ । ଆଗାମୀ ଦିନରେ ଲକ୍ଷପତି ଦିଦିରେ ଓଡ଼ିଶା ଏକ ନମ୍ବର ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking