25.1 C
Bhubaneswar
Sunday, December 21, 2025
Homeଓଡିଶାଦେଶର ଯବାନ ମାନଙ୍କ ମଙ୍ଗଳ କାମନା କରି ବିଜେଡି ତରଫରୁ ସାମୁହିକ ଦୀପଦାନ

ଦେଶର ଯବାନ ମାନଙ୍କ ମଙ୍ଗଳ କାମନା କରି ବିଜେଡି ତରଫରୁ ସାମୁହିକ ଦୀପଦାନ

ଭୁବନେଶ୍ୱର :ପହଲ ଗାମରେ ଆତଙ୍କବାଦୀ ଆକ୍ରମଣରେ୨୬ ଜଣଙ୍କ ମୃତ୍ୟୁ ହେବାପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା ସହିତ ଭାରତ ପାକିସ୍ତାନ ସୀମାନ୍ତରେ, ଯବାନ ମାନଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ଭାରତୀୟ ଯବାନମାନଙ୍କ ମଙ୍ଗଳ କାମନା କରି ବିଜୁଜନତା ଦଳର ଭୁବନେଶ୍ୱର ଶାଖାତରଫରୁ ଆଜି ଲିଙ୍ଗରାଜ ମନ୍ଦିରରେ ଏକ ସାମୁହିକ ଦୀପଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଜେଡିର ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରରେ ଦଳର ଅନେକ ବରିଷ୍ଠ ନେତାଙ୍କ ସହିତ ଯୁବ, ଛାତ୍ର ଓ ମହିଳା ବିଜେଡିର ସଦସ୍ୟମାନେ ଯୋଗ ଦେଇଥିଲେ। ପ୍ରଥମେ, ଭାରତୀୟ ଯବାନମାନଙ୍କ ମଙ୍ଗଳ କାମନା କରି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ମନ୍ଦିର ସମ୍ମୁଖରେ ସାମୁହିକ ଦୀପଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୋଗରାଇ ବିଧାୟକ ଶ୍ରୀ ଗୌତମ ବୁଦ୍ଧ ଦାସ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ରାଜ୍ୟସଭା ସାଂସଦ ଶ୍ରୀ ସୁଭାଶିଷ ଖୁଣ୍ଟିଆ, ପୂର୍ବତନ ବିଧାୟକ ଶ୍ରୀ ପ୍ରଣବ ବଳବନ୍ତ ରାୟ, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ଶ୍ରୀମନ୍ମଥ ରାଉତରାୟ, ଶ୍ରୀ ଦୁର୍ଗା ସାମନ୍ତରାୟ, ଶ୍ରୀ ଅମୀୟ ଦାସ, ଶ୍ରୀ ଶିବ ବେହେରା ଓ ଅନ୍ୟ କର୍ପୋରେଟର ମାନେ ମଧ୍ୟ ଉପସ୍ଥିତ ଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking