– ଏକାମ୍ର ନିର୍ବାଚନ ମଣ୍ଡଳୀରୁ ଦଳର ପ୍ରଥମ ସଦସ୍ୟ ହେଲେ ନବୀନ
– ମିସଡ଼ କଲ ଜରିଆରେ ସଦସ୍ୟ ସଂଗ୍ରହ ଅଭିଯାନରୁ ବିଜେଡି ବହୁ ଦୂରରେ
– ଲୋକଙ୍କ ଘରକୁ ଯାଇ ଦଳରେ ସାମିଲ କରିବାକୁ ଆହ୍ୱାନ ଦେଲେ ନବୀନ
– ବିଜେଡିରେ ଅନଲାଇନ ଜରିଆରେ ସାମିଲ ହେବା ପାଇଁ ପ୍ରବାସୀଙ୍କୁ କଲେ ଆମନ୍ତ୍ରଣ
ଭୁବନେଶ୍ୱର : ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଦଳର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ତ୍ୟାଗ ଓ ସେବାର ପ୍ରତୀକ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଏହି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଏହା ଦୁଇ ମାସ ଧରି ଚାଲିବ । ଦଳ ସଭାପତି ନବୀନ ପଟ୍ଟନାୟକ ପ୍ରଥମ ସଭ୍ୟ ଭାବେ ଏକାମ୍ର ନିର୍ବାଚନ ମଣ୍ଡଳୀରୁ ପଞ୍ଜିକୃତ ହୋଇଥିଲେ । ବରିଷ୍ଠ ନେତା ଶ୍ରୀ ଅଶୋକ ପଣ୍ଡା ଦଳ ସଭାପତିଙ୍କୁ ପ୍ରଥମ ସଭ୍ୟ ଭାବେ ପଞ୍ଜିକୃତ କରିଥିଲେ ।
ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ସଭ୍ୟ ସଂଗ୍ରହ ଅଭିଯାନ ଗୋଟେ ରାଜନୈତିକ ଦଳର ଗୁରୁତ୍ୱପୂର୍ଣ କାର୍ଯ୍ୟକ୍ରମ । ମୁଁ ଚାହେଁ, ଆମ ଦଳର ସକ୍ରିୟ ସଭ୍ୟମାନେ, ପ୍ରତି ଘରକୁ ଯାଆନ୍ତୁ । ଆମ ଦଳର ଆଦର୍ଶ, ଦଳର କାର୍ଯ୍ୟକ୍ରମ ବିଷୟରେ, ଲୋକଙ୍କୁ ବୁଝାନ୍ତୁ । ଲୋକଙ୍କ ମତ ନେଇ ସେମାନଙ୍କୁ ଦଳରେ ସାମିଲ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଏହି ଅବସରରେ ଓଡିଶା ବାହାରେ ରହୁଥିବା ଓଡ଼ିଆ ମାନଙ୍କୁ କ୍ଟଦ୍ଭକ୍ଷସଦ୍ଭର ଜରିଆରେ ଦଳରେ ସାମିଲ ହେବା ପାଇଁ ଶ୍ରୀ ପଟ୍ଟନାୟକ ନିମନ୍ତ୍ରଣ ଜଣାଇଥିଲେ । ସେ କହିଥିଲେ, କିଛି ଦଳ ଯେପରି ଜ୍ଞସଗ୍ଦଗ୍ଦରୟ ମବକ୍ଷକ୍ଷ କରି, ସଭ୍ୟ ସଂଗ୍ରହ କରୁଛନ୍ତି, ଜ୍ଞସଗ୍ଦଗ୍ଦରୟ ମବକ୍ଷକ୍ଷ ଡ଼ାଇରୀ ସେମାନଙ୍କ ଜ୍ଞରଜ୍ଞଭରକ୍ସଗ୍ଦଷସକ୍ଟ୍ର କ୍ସରଶସଗ୍ଦଗ୍ଧବକ୍ସ ହୋଇପାରେ, କିନ୍ତୁ ବିଜୁ ଜନତା ଦଳ, ସେସବୁ ଠାରୁ ବହୁ ଦୂରରେ । ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, ସେବା, ସ୍ୱାଭିମାନ ଓ ସଂଗ୍ରାମ, ଆମର ଆଦର୍ଶ । ଓଡିଶାବାସୀଙ୍କ ସେବା, ଓଡ଼ିଆ ଜାତିର, ସ୍ୱାଭିମାନର ସୁରକ୍ଷା ଏବଂ ଓଡିଶାର ସ୍ୱାର୍ଥ ପାଇଁ, ଆମର ପ୍ରିୟ ବିଜୁ ବାବୁ ଶେଷ ପର୍ଯ୍ୟନ୍ତ ସଂଗ୍ରାମ କରି ଯାଇଛନ୍ତି ।
ଆମ ସମସ୍ତଙ୍କ ପାଇଁ ବିଜୁ ବାବୁ ହେଉଛନ୍ତି ପ୍ରେରଣା । ବିଜୁ ଜନତା ଦଳ ସରକାର ସମୟରେ ହୋଇଥିବା ଭଲ କାମ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାରଙ୍କ ଯୋଜନା, ଅନ୍ୟମାନଙ୍କ ପାଇଁ ମଡେଲ ହୋଇଛି । ଭାରତ ସରକାର ବି ଆମର ଅନେକ ଯୋଜନା ଆପଣେଇଛନ୍ତି । ସେ କହିଥିଲେ, ଭୋଟ ବ୍ୟାଙ୍କ ସୃଷ୍ଟି କରିବା, କେବେ ବି ବିଜେଡି ସରକାରର ଲକ୍ଷ୍ୟ ନଥିଲା । ବିକାଶ ଓ କଲ୍ୟାଣ ହେଉଛି ଆମର ଫୋକସ ବୋଲି ଶ୍ରୀ ପଟ୍ଟନାୟକ କହିବା ସହ ତାଙ୍କ ସରକାର, ଆରମ୍ଭ କରିଥିବା ବିକାଶ ଓ କଲ୍ୟାଣ ଯୋଜନାରୁ ଓଡିଶାବାସୀଙ୍କୁ କେହି ବଞ୍ଚିତ କରିପାରିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ବିଜୁ ଜନତା ଦଳ, ଓଡିଶାର ଏକ ନମ୍ୱର ଦଳ । ଗତ ନିର୍ବାଚନରେ ବିଜେଡି ଅଧିକ ଭୋଟ ପାଇଥିଲା ଓ ଭୋଟ ପ୍ରତିଶତ ମଧ୍ୟ ଅଧିକ ଥିଲା ।
ସେ କହିଥିଲେ ଯେ, ବିଜୁ ଜନତା ଦଳ ଓଡିଶାବାସୀଙ୍କ ହୃଦୟରେ ଅଛି । ଓଡିଶାର ଗୌରବ ପାଇଁ ନିଷ୍ଠାର ସହ କାମ କରିଚାଲିଛି । ଉପସ୍ଥିତ ନେତୃମଣ୍ଡଳୀ ଓ କର୍ମୀମାନଙ୍କ ଉଦ୍ଦେଶ୍ୟରେ କହିଥିଲେ, ଆସନ୍ତୁ ଆମେ ସମସ୍ତେ, ଗର୍ବର ସହ କହିବା ଆମେ ବିଜୁ ଜନତା ଦଳର କର୍ମୀ, ଓଡିଶା ମା’ର ସେବକ । ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଭ୍ୟ ସଂଗ୍ରହ କମିଟିର ମୁଖ୍ୟ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଅନନ୍ତ ଜେନା ,ସୁଶାନ୍ତ ରାଉତ, ଭୁବନେଶ୍ୱର ମେୟର ସୁଲୋଚନା ଦାସ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଅଶୋକ ପଣ୍ଡା ପ୍ରମୁଖ ଉଦବୋଧନ ଦେଇଥିଲେ । ଭିଡ଼ିଓ କନଫରେନ୍ସ ଜରିଆରେ ସାରା ରାଜ୍ୟର ତେତିଶଟି ସାଂଗଠନିକ ଜିଲ୍ଲାର ହଜାର ହଜାର କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଓ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ମୟୁରଭଞ୍ଜ, ମାଲକାନଗିରି, ଝାରସୁଗୁଡା, ପୁରୀ, ବରଗଡ ଓ ରାଉରକେଲାରେ ବିଭିନ୍ନ ବର୍ଗର ଲୋକ ବିଜେଡିର ସଦସ୍ୟତା ଗ୍ରହଣ କରିଥିଲେ ଓ ସେହି ସଦସ୍ୟମାନେ ନବୀନଙ୍କ ସହ ବାର୍ତ୍ତାଳାପ କରିଥିଲେ ।