28.1 C
Bhubaneswar
Thursday, June 12, 2025
Homeଓଡିଶାଆଦିବାସୀ ନାବାଳିକା ବଳାତ୍କାର ମାମଲାରେ ନିରପେକ୍ଷ ତଦନ୍ତ ଦାବି କରି ଜାତୀୟ ଏସଟି କମିଶନଙ୍କୁ...

ଆଦିବାସୀ ନାବାଳିକା ବଳାତ୍କାର ମାମଲାରେ ନିରପେକ୍ଷ ତଦନ୍ତ ଦାବି କରି ଜାତୀୟ ଏସଟି କମିଶନଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର : ବିଜୁ ଜନତା ଦଳ ଆଜି ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ ଉଦେ୍ଦଶ୍ୟରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ମାଧ୍ୟମରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଯେଉଁଥିରେ କୋରାପୁଟ ଜିଲ୍ଲାର ଜଣେ ନାବାଳିକା ଆଦିବାସୀ ସହିତ ଗଣଦୁଷ୍କର୍ମ ଓ ଗର୍ଭଧାରଣ ଭଳି ଏକ ସ୍ପର୍ଶକାତର ଘଟଣାରେ ହସ୍ତକ୍ଷେପ କରିବା ପାଇଁ ନିବେଦନ କରାଯାଇଛି । ଜାତୀୟ ଏସ୍ଟି କମିଶନ ଅଧ୍ୟକ୍ଷାଙ୍କ ଉଦେ୍ଦଶ୍ୟରେ ଦିଆଯାଇଥିବା ସ୍ମାରକପତ୍ରରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ଧାବଗାଁ ଗ୍ରାମର ଜଣେ ନାବାଳିକା ଆଦିବାସୀ ଝିଅ ସଂପର୍କରେ ମହିଳା ଥାନା ପିଏସ୍ କେସ୍ ନଂ-୭୦/୨୦୨୫ ଉପରେ ଆଲୋକପାତ କରାଯାଇଛି । ବଳାକ୍ରାର ପରେ ପୀଡିତା ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି । ଜୟପୁର ମହିଳା ଥାନାରେ ପୀଡିତାଙ୍କ ବିଧବା ମାଆଙ୍କ ଦ୍ୱାରା ଦାୟର ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ କୋରାପୁଟର ବୋରିଗୁମ୍ମା ବ୍ଲକର ସାନପୁରିଆ ପଞ୍ଚାୟତର ସନିଗୁଡା ଗ୍ରାମର ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧିଙ୍କ ପୁଅ ରାଜେନ୍ଦ୍ର ଭତ୍ରା ଭାବେ ଚିହ୍ନଟ କରାଯାଇଛି । ରାଜେନ୍ଦ୍ର ଭତ୍ରା ଏକ ବିବାହ ଭୋଜିରେ ନାବାଳିକାଙ୍କୁ ଭେଟିବା ପରେ ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ଦୀର୍ଘ ୨ ବର୍ଷ ଧରି ଲଗାତାର ବଳାକ୍ରାର କରିଆସୁଥିଲେ ।

ଝିଅଟି ପାଞ୍ଚ ମାସର ଗର୍ଭବତୀ ହୋଇଥିବା ଜଣାପଡିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା । ଅଭିଯୁକ୍ତଙ୍କ ପିତା ଜଣେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ବ୍ୟକ୍ତି ହୋଇଥିବାରୁ ଘଟଣାକୁ ଚାପି ଦେବା ପାଇଁ ପ୍ରଶାସନିକ ସ୍ତରରେ ଚେଷ୍ଟା କରାଯାଉଥିବା ଅଭିଯୋଗ ହେଉଛି, ଏଥିଯୋଗୁ ଏକ ଆଦିବାସୀ ନାବାଳିକା ନ୍ୟାୟ ପାଇବାରୁ ବଞ୍ଚିତ ହେବ । ପୀଡିତା ନାବାଳିକାଙ୍କୁ ନ୍ୟାୟ ମିଳିବା ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ ନକରିବା ଯାଏଁ ବିଜେଡି ତାର ସଂଗ୍ରାମ ଜାରି ରଖିବ । ପୀଡିତା ନାବାଳିକାଙ୍କୁ ନ୍ୟାୟ ପ୍ରଦାନ ପାଇଁ ବିଜେଡି ପ୍ରତିନିଧି ଦଳ କମିଶନଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ପ୍ରତିନିଧିମଣ୍ଡଳୀରେ ବିଜେଡି ମିିଡିଆ ସହସଂଯୋଜକ ତଥା ମୁଖପାତ୍ର ଡ. ଲେନିନ ମହାନ୍ତି, ଡ. ପି୍ରୟବ୍ରତ ମାଝୀ, ମୁଖପାତ୍ର ତୁମ୍ବନାଥ ପଣ୍ଡା, ମିହିର ରାୟ, ନାରାୟଣ ଜେନା, ଇପ୍ସିତା ସାହୁ, ବିଶ୍ୱପ୍ରତାପ ସାହୁ, ଅରୂପ ଶ୍ରୀଚନ୍ଦନ ଓ ସୋଫିଆ ଆଲାମ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking